ବାପି ଦା’ଙ୍କୁ ଅଶ୍ରୁଳ ବିଦାୟ, ମୁମ୍ବାଇର ପବନହଂସ ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ୍‌

ମୁମ୍ବାଇ: ବାପି ଦା’ଙ୍କୁ ଅଶ୍ରୁଳ ବିଦାୟ। ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ୍‌ ବାପି ଲାହିରି । ମୁମ୍ବାଇର ପବନହଂସ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବପ୍ପା ଲାହିରି ମୁଖାଗ୍ନି ଦେଲେ। ଗତକାଲି ୬୯ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାପି ଦା’ ।

ସଂଗୀତ ଜଗତରେ ବାପି ଦା ଭାବେ ବେଶ ଲୋକପ୍ରିୟ ଥିଲେ ବାପି ଲାହିରୀ। ଦେଶରେ ସଂଗୀତରେ ଡିସ୍କୋ ଓ ପପ୍‌ ମ୍ୟୁଜିକକୁ ସେ ପ୍ରଚଳନ କରିଥିଲେ । ଆଇ ଆମ ଏ ଡିସ୍କୋ ଡାନ୍‌ସର, ୟାର ବିନା ଚୈନ କାହାଁରେ, ତମା ତମା ଭଳି ଗୀତ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା। ବଲିଉଡର ଡିସ୍କୋ କିଙ୍ଗ ଭାବେ ପରିଚିତ ଥିଲେ ବାପି ଦା । ୭୦ ଓ ୮୦ ଦଶକରେ ବହୁ ହିଟ୍‌ ସିନେମାରେ ସେ ଗାୟକ ଓ ସଂଗୀତ ନିର୍ଦ୍ଦେଶକ ଥିଲେ । ୫ଶହ ଫିଲ୍ମରେ ୫ ହଜାରରୁ ଅଧିକ ଗୀତ କମ୍ପୋଜ କରିଛନ୍ତି । ୨୦୨୦ରେ ଟାଇଗର ଶ୍ରଫଙ୍କ ଅଭିନୀତ ବାଗି-୩ର ଭଂକାସ ଟାଇଟଲ ଗୀତ ତାଙ୍କର ଶେଷ ଗୀତ ଥିଲା।

Leave A Reply

Your email address will not be published.