ଗଣମାଧ୍ୟମ ମୋ ସ୍ବାସ୍ଥ୍ଯକୁ ନେଇ ମିଛ ରିପୋର୍ଟ ଖବର ପଢି ଅତ୍ଯନ୍ତ ମର୍ମାହତ : ବାପି ଲହରୀ
ବଲିଉଡ୍ ଅନ୍ୟତମ ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କୁ ନେଇ ସୋସିଆଲ ମିଡିଆରେ ମିଛ ପ୍ରଚାର କରାଯାଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଓ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଲେଖିଛନ୍ତି। ଆଉ ଏମିତି ଖବର ଶୁଣି ସେ ଅତ୍ଯନ୍ତ ଦୁଃଖ ପ୍ରକାଶ କରିଛନ୍ତି।
ବାପି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, କିଛି ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ରିପୋର୍ଟ ପ୍ରକାଶ କରାଯାଇଥିବା ଖବର ପାଇଛନ୍ତି। ଏହା ତାଙ୍କୁ ଖୁବ୍ ଦୁଃଖିତ କରିଛି। ତାଙ୍କ ଫ୍ୟାନ୍ ଓ ଶୁଭେଚ୍ଛୁଙକ ଆଶୀର୍ବାଦରୁ ସେ ଭଲ ଅଛନ୍ତି ବୋଲି ଲେଖିଛନ୍ତି।
View this post on Instagram
ବାପିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବା ଓ ତାଙ୍କ ଗଳା ଖରାପ ହୋଇଯାଇଥିବା ନେଇ କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଖବର ପ୍ରଚାର ହୋଇଥିଲା। ସେ ଆଉ କେବେ ଗୀତ ଗାଇ ପାରିବେ ନାହିଁ ଏବଂ ସବୁଦିନ ପାଇଁ ହ୍ବିଲ ଚେୟାରରେ ନିର୍ଭର କରିବେ। ତେଣୁ ତାଙ୍କ ଚଲାଗୁଲା କରିବା ପାଇଁ ଜୁହୁ ସ୍ଥିତ ଆପାର୍ଟମେଣ୍ଟରେ ଲିଫ୍ଟ ଲଗାଯାଇଛି ବୋଲି ମଧ୍ୟ ଏଥିରେ କୁହାଯାଇଥିଲା। ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ବାପି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା’ପରେ ସେ ଚିକିତ୍ସାଧୀନ ଥିଲେ ଓ ସୁସ୍ଥ ହୋଇଯାଇଥିଲେ ବୋଲି ବାପ୍ପା କହିଛନ୍ତି। ଆଉ ତାଙ୍କର ଫୁସଫୁସ ଜିନିତ ରୋଗର ଚିକିତ୍ସା ଚାଲିଥିଲା। ତେଣୁ ଡାକ୍ତର ତାଙ୍କୁ ଅଧିକ କଥାବାର୍ତ୍ତା ନ କରିବା ପାଇଁ କହିଥିଲେ ବୋଲି ପୁଅ ବାପ୍ପା କହିଛନ୍ତି।