ଆଉ ନାହାଁନ୍ତି ‘ବ୍ୟାଟମ୍ୟାନ୍’ ଫେମ୍ ଭାଲ୍ କିଲମର, ୬୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

ହଲିଉଡର ଚର୍ଚ୍ଚିତ ଅଭିନେତା ଭାଲ୍ କିଲମରଙ୍କ ବିଷୟରେ ବଡ଼ ଦୁଃଖ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ତାଙ୍କର ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଲସ୍ ଆଞ୍ଜେଲସରେ ଶେଷ ନିଶ୍ବାସ୍ ତ୍ୟାଗ କରିଛନ୍ତି । ତାଙ୍କ ମ୍ରୁତ୍ୟୁ ଖବର ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଦେଇଛି । ସୋସିଆଲ୍ ମିଡିଆରେ ସମସ୍ତେ ଭାଲ୍ କିଲମରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏଥି ସହ ପ୍ରଶଂକମାନେ ତାଙ୍କର ତମତ୍କାର କାମକୁ ମନେ ପକାଉଛନ୍ତି ।
ସୂଚନା ଅନୁଯାୟୀ, ଅଭିନେତାଙ୍କ ଛିଅ ମର୍ସିଡିଜ୍ କିଲମର କହିଛନ୍ତି ଯେ ତାଙ୍କ ବାପା ଭାଲ୍ କିଲମରଙ୍କ ମ୍ରୁତ୍ୟୁର କାରଣ ନିମୋନିଆ ଥିଲା । ୧୯୯୧ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଦି ଡୋର୍ସ’ରେ ଜିମ୍ ମୋରିସନ ଭୂମିକା ପାଇଁ ଭାଲ୍ ବିଶ୍ବରେ ତାଙ୍କର ପରିଚୟ ସ୍ରୁଷ୍ଟି କରିଥିଲେ । ସେ ‘ବ୍ୟାଟମ୍ୟାନ୍ ଫରଏଭର’ ରେ ବ୍ରୁସ୍ ୱେନ୍ ଏବଂ ବ୍ୟାଟମ୍ୟାନ୍ ଭୂମିକାରେ ଅଭିନୟ କରିଥିଲେ । ‘ଟପ୍ ଗନ୍’ ରେ ଖଳନାୟକ ଆଇସମ୍ୟାନ୍ ଭୂମିକାରେ ଅଭିନୟ କରି ମଧ୍ୟ ସେ ପ୍ରଶଂସା ପାଇଥିଲେ ।
ଏଥି ସହ ସେ ତାଙ୍କର ଇଣ୍ଟେସ୍ ରୋଲ୍ ପାଇଁ ବେସ୍ ଜଣାଶୁଣା ଥିଲେ । କିଲମରଙ୍କୁ ୨୦୧୪ ମସିହାରେ ଗଳା କର୍କଟ ରୋଗରେ ଚିହ୍ନଟ ହୋଇଥିଲେ । ତାଙ୍କୁ ବର୍ଷ ବର୍ଷ ଧରି ଚିକିତ୍ସା ମଧ୍ୟ କରାଯାଉଥିଲା । ଏହି କାରଣରୁ ତାଙ୍କ ସ୍ବର ଏବଂ ସ୍ବାସ୍ଥ୍ୟ ଉପରେ ବହୁତ ପ୍ରଭାବ ପଡିଥିଲା । ଏଥି ସହ ଜାଣିରଖନ୍ତୁ ଯେ କିଲମର ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଶିରୋନାମାରେ ରହିଥିଲେ । ୨୦୨୧ ମସିହାରେ, ସେ ଘୋଷଣା କରିଥିଲେ ଯେ ସେ କର୍କଟ ରୋଗରୁ ମୁକ୍ତ ଅଛନ୍ତି । ତାଙ୍କ ସମୟରେ, ତାଙ୍କୁ ହଲିଉଡର ସବୁଠାରୁ ଅଧିକ ଦରମା ଦିଆଯାଉଥିଲା ।
ସେ ୧୯୮୪ ମସିହାରେ ‘‘ଟପ୍ ସିକ୍ରେଟ’’ ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲା । କିନ୍ତୁ ୨ ବର୍ଷ ପରେ, ସେ ଟପ୍ ଗନ୍ ଚଳଚ୍ଚିତ୍ରରୁ ଲାଇମଲାଇଟ୍ ପାଇଲେ । ଏଥିରେ ତାଙ୍କ ସହ କଳାକାର ଥିଲେ ଟମ୍ କ୍ରୁଜ୍ । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଭାଲ୍ ଅନେକ ହଲିଉଡ୍ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି । ୧୯୮୮ ମସିହାରେ କିଲମର ଅଭିନେତ୍ରୀ ଜୋଆନ୍ ହୋଲିଙ୍କୁ ବିବାହ କରିଥିଲେ । ଦୁହେଁ ଫିଲ୍ମ ୱିଲୋ (୧୯୮୮) ର ସେଟରେ ଦେଖା ହୋଇଥଲା । ଏଥି ସହ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି, ଗୋଟିଏ ଝିଅ ଏବଂ ଗୋଟିଏ ପୁଅ । ଝିଅ ର ନାମ ହେଉଛି ମର୍ସିଡିଜ୍ ଏବଂ ପୁଅର ନାମ ହେଉଛି, ଜ୍ୟାକ୍ ।