୩୮ ବର୍ଷରେ ପାଦ ଦେଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର, ଚୁଲବୁଲି ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ

ଶ୍ରଦ୍ଧା କପୁର ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବହୁତ ପସନ୍ଦ କରନ୍ତି । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧାଙ୍କ ସୁନ୍ଦରତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶ୍ରଦ୍ଧା ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ । ତାଙ୍କ ବାପା ଶକ୍ତି କପୁର ମଧ୍ୟ ଜଣେ ଚର୍ଚ୍ଚିତ କଳାକାର । ଖୁବ କମ ବୟସରେ ଶ୍ରଦ୍ଧା ନିଜ ଦମଦାର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

୩ ମାର୍ଚ୍ଚ ୧୯୮୭ ରେ ଶ୍ରଦ୍ଧା ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ଯାହା ପରେ ସେ ନିଜ ପାଠପଢା ମଧ୍ୟ ବମ୍ବେରୁ ହିଁ ଆରମ୍ଭ କରିଥିଲେ । ପରେ ହାଇୟର ଷ୍ଟଡି ପାଇଁ ଆମେରିକା ଯାଇଥିଲେ । ପରେ ସେଠାରୁ ଫେରି ନିଜ କ୍ୟାରିୟରକୁ ନେଇ ରଖିଥିବା ଲକ୍ଷ୍ୟକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଫିଲ୍ମ ‘ତୀନ ପତ୍ତୀ’ରୁ ଶ୍ରଦ୍ଧା ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ଶ୍ରଦ୍ଧାଙ୍କ ବଲିଉଡ ଜଗତରେ ଏଣ୍ଟ୍ରି କରିବା ପଛର କାହାଣୀ ଖୁବ ନିଆରା ଥିଲା ।

ତାଙ୍କ ବାପା ଜଣେ ପୁରାତନ ଚର୍ଚ୍ଚିତ କଳାକାର ହୋଇ ବି ଶ୍ରଦ୍ଧା କପୁରଙ୍କ ଫିଲ୍ମ ଦୁନିଆରେ ଏଣ୍ଟ୍ରି ତାଙ୍କ ବାପାଙ୍କ ମାଧ୍ୟମରେ ନୁହେଁ ବରଂ ଫେସବୁକ ମାଧ୍ୟମରୁ ହୋଇଥିଲା । ଫିଲ୍ମ ନିର୍ମାତା ଅମ୍ବିକା ହିନ୍ଦୁଜା ଶ୍ରଦ୍ଧାଙ୍କ ଫୋଟୋ ଫେସବୁକରେ ଦେଖି ତାଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମରେ ଅମିତାଭ ବଚନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ । କିନ୍ତୁ ଫିଲ୍ମଟି ପରେ ଫ୍ଲୁପ ହୋଇଥିଲା । ଯାହା ଫଳରେ ଶ୍ରଦ୍ଧାଙ୍କର ବିଶେଷ ପରିଚୟ ତିଆରି ହୋଇପାରିନଥିଲା । କିନ୍ତୁ ପରେ ‘ଆଶିକ ୨’ ଫିଲ୍ମ ଶ୍ରଦ୍ଧାଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆଣିଥିଲା ।

ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ମୋହିତ ସୁରୀ । ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ସହ ଆଦିତ୍ୟ ରାୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଏବଂ ଏହାର ଗୀତ ଉଭୟ ସୁପରହିଟ ହୋଇଥିଲା । ଯାହା ପରେ ଆଉ ପଛକୁ ଫେରି ଚାହିଁନଥିଲେ ଶ୍ରଦ୍ଧା । କେବଳ ଯେ ଅଭିନୟ ତା ନୁହେଁ ନିଜ ସୁନ୍ଦର ସ୍ୱରରେ ମଧ୍ୟ ସେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ସୁପରହିଟ ‘ଭିଲେନ’ ଫିଲ୍ମର ‘ତେରି ଗଲିୟାଁ’ ଗୀତ ଗାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଆଜି ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଆହୁରି ପଢନ୍ତୁ :ଦଶଟି ଫିଲ୍ମର ରେକର୍ଡ଼ ଭାଙ୍ଗିଲା ଛାବା, ଜାଣନ୍ତୁ ବକ୍ସ ଅଫିସରେ କେତେ କରିଛି ଆୟ..