ମନୋରଂଜନ

ବିବାହ କରିବା ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟିଂ କରୁଥିଲେ ସଂଜୟ କପୁର, ଦୁହେଁ ଆଜି ପର୍ଯ୍ୟନ୍ତ ଅବିବାହିତ

ବଲିଉଡ ଅଭିନେତ୍ରୀ ସଂଜୟ କପୁର ଭାଇ ଅନୀଲ କପୁରଙ୍କ ଭଳି ସୁନ୍ଦର ଓ ଚାର୍ମିଂ ମଧ୍ୟ । ହେଲେ ଅନୀଲଙ୍କ ପରି ବଲିଉଡରେ ସେତେଟା ସଫଳ ହୋଇ ପାରିନାହାଁନ୍ତି । ହେଲେ ଫିଲ୍ମ ଲାଇଫ ଅପେକ୍ଷା ତାଙ୍କର ପ୍ରାଇଭେଟ ଲାଇଫ ବେଶ ଚର୍ଚ୍ଚାରେ ରହିଛି । ସଂଜୟଙ୍କ ଲଭ ଲାଇଫ ଆରମ୍ଭ ହୋଇଥିଲା ଯେତେବେଳେ ସେ ଫିଲ୍ମରେ ପ୍ରବେଶ କଲେ । ରିପୋର୍ଟ ଅନୁଯାୟୀ, ସଂଜୟ ଓ ଜଣାଶୁଣା ଅଭିନେତ୍ରୀ ତବ୍ଦୁଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ବେଶ ଚର୍ଚ୍ଚା ହୋଇଥିଲା । ଉଭୟେ ୧୯୯୫ରେ ଫିଲ୍ମ ‘ପ୍ରେମ’ ରେ କାମ କରିଥିଲେ ।

ଏହା ସଂଜୟଙ୍କ ପ୍ରଥମ ଫିଲ୍ମ ଥିଲା । ହେଲେ ଏହି ଫିଲ୍ମ ନିର୍ମାଣ ପାଇଁ ୬ ବର୍ଷ ଲାଗି ଯାଇଥିଲା । ଯେହେତୁ ଫିଲ୍ମ ରିଲିଜ ପରେ ଫ୍ଲପ ହୋଇଥିଲା । ଏହି ଫିଲ୍ମର ସୁଟିଂ ସମୟରେ ସଂଜୟ ଓ ତବ୍ଦୁଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ରହିଥିଲା । ଉଭୟେ ଉଭୟଙ୍କୁ ଡେଟିଂ କରୁଥିଲେ । ହେଲେ ଏହା ବେଶୀଦିନ ଯାଏ ତିଷ୍ଠି ରହି ପାରିଲା ନାହିଁ । ତବ୍ଦୁଙ୍କ ପରେ ସଂଜୟ ପୂର୍ବ ମିସ ୟୁନିଭର୍ସ ସୁସ୍ମିତା ସେନଙ୍କୁ ଡେଟିଂ କରୁଥିଲେ । ଯଦିଓ ଆଜି ବି ତବ୍ଦୁ ଅବିବାହିତ ରହିଛନ୍ତି । ହେଲେ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ମଧ୍ୟ ନାହିଁ ।

ସୁସ୍ମିତାଙ୍କ ସହ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

ସୁସ୍ମିତା ଓ ସଂଜୟଙ୍କ ସମ୍ପର୍କ ଫିଲ୍ମ ‘ସିର୍ଫ ତୁମ’ରୁ ଆରମ୍ଭ ହୋଇଥିଲା । ଏହି ଫିଲ୍ମ ସମୟରେ ସଂଜୟଙ୍କର ସୁସ୍ମିତାଙ୍କ ସହ ସମ୍ପର୍କ ଗଭୀର ହୋଇଥିଲା । ଫିଲ୍ମରେ ରୋମାଣ୍ଟିକ ଗୀତ ‘ଦିଲବର ଦିଲବର..’ କୁ ନେଇ ଦର୍ଶକ ବେଶ ଉପଭୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ଡେଟିଂକୁ ନେଇ ସେତେବେଳେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ । ସୁସ୍ମିତାଙ୍କ ସହ ଅଲଗା ହେବା ପରେ ସଂଜୟଙ୍କ ସମ୍ପର୍କ ମହୀପ ସଂଘୁଙ୍କ ସହ ହୋଇଥିଲା ।

ଉଭୟ ଫିଲ୍ମରେ କାମ କରି ସାରିଛନ୍ତି । ମହୀପ ଜଣେ ପଂଜାବୀ ଏନଆରଆଇ ସହ ଜଣେ ଭଲ ଜ୍ୱେଲେରୀ ଡିଜାଇନର ମଧ୍ୟ । ଫିଲ୍ମରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଅଷ୍ଟ୍ରେଲିଆରୁ ଇଣ୍ଡିଆ ଆସିଥିଲେ । ସଂଜୟ କିଛି ଦିନ ମହୀପଙ୍କ ସହ ଡେଟିଂ କରିବା ପରେ୧୯୯୭ ରେ ମହୀପଙ୍କୁ ବିବାହ କରିଥିଲେ । ଏବେ ସଂଜୟ ଓ ମହୀପଙ୍କ ଦୁଇଟି ସନ୍ତାନ । ହେଲେ ସଂଜୟ ଡେଟିଂ କରୁଥିବା ଦୁଇ ଅଭିନେତ୍ରୀ ଆଜି ବି ଅବିବାହିତା ।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

48 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago