କ୍ୟାଟ୍ରିନାଙ୍କୁ ବିବାହ କରିବା ଖବର ମଝିରେ ଭିକ୍କି କୌଶଲଙ୍କ ବଡ଼ ଖୁଲାସା, କହିଲେ- ‘ଭୂମି ପେଡନେକର ମୋ ସ୍ତ୍ରୀ’

ଆଉ ମାତ୍ର କିଛି ଦିନ ପରେ କ୍ୟାଟ୍ରିନା କେଫଙ୍କ ହାତ ଧରିବାକୁ ଯାଉଛନ୍ତି ବଲିଉଡ ଷ୍ଟାର ଭିକ୍କି କୌଶଲ। ତେବେ ଇତି ମଧ୍ୟରେ ଭିକ୍କି ଏକ ବଡ଼ ଖୁଲାସା କରିଛନ୍ତି। ଭିକ୍କି କହିଛନ୍ତି ଯେ ଭୂମି ପେଡନେକର ହେଉଛନ୍ତି ତାଙ୍କ ପତ୍ନୀ। ଏହି ଖବର ଶୁଣି ଆପଣ ଭାବୁଥିବେ ଯେ ଯଦି ଭୂମି ହେଉଛନ୍ତି ଭିକ୍କିଙ୍କ ପତ୍ନୀ ତେବେ ସେ ପୁଣି କ୍ୟାଟ୍ରିନାଙ୍କୁ କାଇଁକି ବାହା ହେବେ। ତେବେ ଏଠାରେ ଆମେ ସ୍ପଷ୍ଟ କରୁଛୁ ଯେ ଭୂମି ହେଉଛନ୍ତି ଭିକ୍କିଙ୍କ ଆଗାମୀ ଫିଲ୍ମରେ ତାଙ୍କ ପତ୍ନୀ।

ରିପୋର୍ଟ ମୁତାବକ, ଶଶାଙ୍କ ଖେତାନଙ୍କ ସହ ମିଶି କରନ ଜୋହର ଏକ କମେଡି ଡ୍ରାମା ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମର ଟାଇଟଲ ‘ଗୋବିନ୍ଦା ନାମ ମେରା’ ବୋଲି ନିକଟରେ କରନ ଘୋଷଣା କରିଥିଲେ। ଏହି ଫିଲ୍ମରେ ଲିଡରେ ନଜର ଆସିବେ ଭିକ୍କି କୌଶଲ, ଭୂମି ପେଡନେକର ଓ କିଆରା ଆଡଭାନୀ। କରନ ଜୋହର ଫିଲ୍ମର ପୋଷ୍ଟର ସହ ଫିଲ୍ମରେ ଏହି ତିନି ଜଣଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।

ଫିଲ୍ମରେ ଭିକ୍କିଙ୍କ ନାଁ ଗୋବିନ୍ଦା ରହିଛି। ଏଥିସହ କରନ ଆଉ ଏକ ପୋଷ୍ଟରେ ଭୂମିଙ୍କ ଫଟୋ ସେୟାର କରି ଲେଖିଛନ୍ତି ଇଏ ହେଉଛନ୍ତି ଗୋବିନ୍ଦାଙ୍କ ହଟ୍ ସ୍ତ୍ରୀ। ଏହି ଫଟୋରେ ଭୂମି ଏକ ଶାଢ଼ି ପିନ୍ଧିଥିବା ବେଳେ ମୁଣ୍ଡରେ ଫୁଲ ଖୋସିଛନ୍ତି। ଫିଲ୍ମରେ କିଆରା ଆଡ଼ଭାନୀ ଜଣେ ମଡର୍ଣ୍ଣ ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି। ସେ ଭିକ୍କି କୌଶଲଙ୍କ ଗାର୍ଲଫ୍ରେଣ୍ଡ ହୋଇଛନ୍ତି।

 

View this post on Instagram

 

A post shared by Vicky Kaushal (@vickykaushal09)

 

View this post on Instagram

 

A post shared by Vicky Kaushal (@vickykaushal09)

 

View this post on Instagram

 

A post shared by Vicky Kaushal (@vickykaushal09)

କରନ ଜୋହରଙ୍କର ଏହି ଫିଲ୍ମର କାହାଣୀ ଘରବାଲୀ ବାହାରବାଲୀର କାହାଣୀ ଭଳି ଲାଗୁଛି। ଏହି ଫିଲ୍ମର କାହାଣୀର ସାମଞ୍ଜସ୍ୟ ଅନୀଲ କପୁରଙ୍କ ନବେ ଦଶକ ଫିଲ୍ମ ସହ ରହିଥିବା ଭଳି ମନେ ହେଉଛି। ୨୦୨୨ ମସିହା ଜୁନ ୧୦ରେ ଏହି ଫିଲ୍ମ ହଲକୁ ଆସିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.