ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅର୍ଜୁନ କପୁରଙ୍କ ବଡ ବୟାନ…ସିଙ୍ଗଲ ରହିବା ଭଲ

ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି ।  ପ୍ରସିଦ୍ଧ ପ୍ରଯୋଜକ ବୋନି କପୁରଙ୍କ ପୁଅ ହେଉଛନ୍ତି ଅର୍ଜୁନ କପୁର ।  ୧୨ ବର୍ଷରୁ ଅଧିକ ସମୟ ଧରି  ସେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ଇଣ୍ଡଷ୍ଟ୍ରିରେ ସେ ସଫଳତା ପାଇ ନାହାନ୍ତି ।

ତଥାପି ସେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ସଲମାନଙ୍କ ପୂର୍ବତନ ଭାଉଜ ମଲାଇକା ଆରୋରାଙ୍କ ସହ ସମ୍ପର୍କ ଯୋଗୁଁ  ସେ ସବୁବେଳେ ଚର୍ଚ୍ଚିତ ରହିଥାନ୍ତି । ଅର୍ଜୁନ କପୁର ଏବଂ ମଲାଇକା  ଆରୋରାଙ୍କ  ସମ୍ପର୍କକୁ  ନେଇ ବହୁତ  ଚର୍ଚ୍ଚା ହୋଇଛି  ।  ଅରବାଜ ଖାନଙ୍କ ଠାରୁ ଛାଡପତ୍ର ପରେ ମଲାଇକାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଯୋଡା ଯାଇଥିଲା ।

ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ କିନ୍ତୁ ତା’ପରେ ସେମାନେ ଅଲଗା  ହୋଇଯାଇଥିଲେ । ମଲାଇକାଙ୍କ ସହ ବ୍ରେକଅପ୍ ପରେ ଅର୍ଜୁନ ବଡ଼ କଥା କହି ଦେଇଛନ୍ତି  ।  ଅବିବାହିତ ହେବା ବିଷୟରେ ଅର୍ଜୁନ କହିଥିଲେ ଯେ ଏକା ରହିବା  କିଛି ଖରାପ କଥା ନୁହେଁ ।   ଏମିତି ରହିବା ଦ୍ବାରା ସମସ୍ତଙ୍କର ଲାଭ  ହୋଇଥାଏ ।

ଅର୍ଜୁନ କପୁର ଶହ ଶହ ରିଲ୍  ପୁରସ୍କାର ପ୍ରଦାନ କରିବା ସମୟରେ ଅବିବାହିତ ହେବାକଥା  କହିଥିଲେ ।  ଅଭିନେତା କହିଥିଲେ ଆଜି ମୁଁ ଏକା ଅଛି ।  ମୁଁ ଭାବୁଛି ଏକା ରହିବା ସମସ୍ତଙ୍କ ପାଇଁ  ଭଲ ହୋଇଥାଏ  ।ଏକ ଟିଭି ଶୋ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଭର୍ସେସ୍ ସୁପର ଡ୍ୟାନ୍ସରରେ ଅର୍ଜୁନଙ୍କୁ  ଦେଖିବାକୁ ମିଳିଥିଲା ।

ଯାହାର ବିଚାରକ ଥିଲେ ମଲାଇକା ଆରୋରା ।  ଅର୍ଜୁନ ଭୂମି ପେଡନେକର ଏବଂ ରାକୁଲ ପ୍ରୀତ ସିଂହଙ୍କ ସହିତ ତାଙ୍କ ଫିଲ୍ମ ‘ମେରେ ହସବ୍ୟାଣ୍ଡ କି ବିବି’ର ପ୍ରମୋସନ ପାଇଁ ଆସିଥିଲେ ।  ତା’ପରେ ମଲାଇକାଙ୍କ ନୃତ୍ୟ ପରେ ଅର୍ଜୁନ କହିଥିଲେ, “ମୁଁ ବର୍ଷ ବର୍ଷ ଧରି କହିବା ବନ୍ଦ କରିଦେଇଛି, ମୁଁ ଏବେ ବି ଚୁପ୍ ରହିବାକୁ ଚାହୁଁଛି। ମଲାଇକା ହସି ହସି ପ୍ରତିକ୍ରିୟା ଦେଇଥିଲେ ।

ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ମଧ୍ୟରେ ସମ୍ପର୍କ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ଦୁହେଁ କେବଳ ସେମାନଙ୍କ ସମ୍ପର୍କ ପାଇଁ ନୁହେଁ ବରଂ ବୟସ ପାଇଁ ମଧ୍ୟ  ବେଶ ଚର୍ଚ୍ଚାରେ ରହିଥିଲେ । ମଲାଇକା ଅର୍ଜୁନଙ୍କ ଠାରୁ ୧୨ ବର୍ଷ ବଡ଼ ।  ବର୍ତ୍ତମାନ ତାଙ୍କର ବୟସ ୫୧ ବର୍ଷ ହୋଇଥିବା ବେଳେ ଅର୍ଜୁନଙ୍କ ବୟସ ୩୯ ବର୍ଷ ।  ତେବେ ସେମାନେ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ତେବେ ୨୦୨୪ରେ ସେମାନଙ୍କର ବ୍ରେକଅପ ହୋଇଥିଲା ।

Also read: ଜମିବ ଅର୍ଜୁନ କପୁର, ଭୂମି ପେଡନେକରଙ୍କ ଯୋଡ଼ି, କମେଡି ଫିଲ୍ମ ‘ମେରେ ହଜବ୍ୟାଣ୍ଡ କି ବିୱି’ର ପୋଷ୍ଟର…