‘ବେଲ ବଟମ୍‌’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ବାଣୀ କପୁର

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ୍‌ ବଟମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ, ଲାରା ଦତ୍ତା, ବାଣୀ କପୁର, ହୁମା କ୍ୟୁରେସି ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଅଗଷ୍ଟ ୧୯ରେ ରିଲିଜ୍‌ ହେବ। ଦିଲ୍ଲୀରେ ଫିଲ୍ମର ଟ୍ରେଲର ଲଞ୍ଚ୍‌ ଇଭେଣ୍ଟ ଅନୁଷ୍ଠିତ ହୋଇଛି। ଲଞ୍ଚ୍‌ ଇଭେଣ୍ଟରେ ସମସ୍ତ କଳାକାର ଉପସ୍ଥିତ ଥିଲେ। ଫ୍ୟାନ୍‌ଙ୍କ ସାମ୍ନାରେ ଅକ୍ଷୟ ଫିଲ୍ମର ଟ୍ରେଲର ରିଲିଜ୍‌ କରିଛନ୍ତି।

ଦେଖନ୍ତୁ ଟ୍ରେଲର:

Credit: Pooja Entertainment
ରଞ୍ଜିତ ତିଓ୍ଵାରୀଙ୍କ ନିର୍ଦ୍ଦେଶିତ ‘ବେଲ୍‌ ବଟମ୍‌’ ୧୯୮୦ ଦଶକର ଏକ ଜାସୁସି ଥ୍ରିଲର ଫିଲ୍ମ। ଏହି ଫିଲ୍ମର ନାମ ଅକ୍ଷୟ କୁମାର କରୁଥିବା ଭୂମିକା ‘ର ଏଜେଣ୍ଟ’ର କୋଡ୍‌ ନେମ୍‌କୁ ନେଇ ରଖାଯାଇଛି। ଏହି ଫିଲ୍ମରେ ଲାରା ଦତ୍ତା ଇନ୍ଦିରା ଗାନ୍ଧୀ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମ ହଲ୍‌ରେ ହିଁ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାଯାଇଛି।

କେବଳ ଏହି ଗୋଟିଏ ଫିଲ୍ମ ନୁହେଁ, ଅକ୍ଷୟ କୁମାର ଏବେ ରକ୍ଷାବନ୍ଧନ ଓ ରାମ ସେତୁ ଫିଲ୍ମର ମଧ୍ୟ ସୁଟିଂ କରୁଛନ୍ତି। ଉଭୟ ଫିଲର ସୁଟିଂ କରୋନା କଟକଣା ମାନି କରାଯାଉଛି ବୋଲି କହିଛନ୍ତି ଅକ୍ଷୟ କୁମାର।

Leave A Reply

Your email address will not be published.