ମନୋରଂଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ପୁଅକୁ ମନେ ପକାଇ ସେୟାର କଲେ ଭିଡିଓ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ । ସେ ସେହି ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଦର୍ଶକଙ୍କୁ ହସାଇବାରେ ସର୍ବଦା ସଫଳ ହୋଇଆସୁଛନ୍ତି । ଭାରତୀ ସିଂଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ତେବେ ଭାରତୀ ସିଂଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାସ୍ୟ ଅଭିନେତ୍ରୀ ନିଜେ ୟୁଟ୍ୟୁବରେ ନିଜର ବ୍ଲଗ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ୟୁଟ୍ୟୁବରେ ବ୍ଲଗ୍ ସେୟାର୍ କରିବାବେଳେ ଭାରତୀ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇ କହିଥିଲେ ଯେ ସେ ଗତ ତିନି ଦିନ ହେବ ବହୁତ ଅସୁସ୍ଥ ଅଛନ୍ତି । ସେ କେଉଁ ରୋଗରେ ପୀଡିତ ଅଛନ୍ତି ତାହା ମଧ୍ୟ କହିଛନ୍ତି । ତେବେ ଭାରତୀ ‘ଦି କପିଲ ଶର୍ମା ସୋ’ରେ କାମୋ ବୁଆ ହୋଇ ତାଙ୍କର ଦମ୍‌ଦାର କମେଡି ସହିତ ଲୋକଙ୍କୁ ହସାଇବା ଆରମ୍ଭ କରିଥିଲେ ।

ଅଧିକାଂଶ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସବୁ ବେଳେ ତାଙ୍କ ପର୍ସନାଲ ଏବଂ ପ୍ରଫେସ୍‌ନାଲ ଲାଇଫ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ପୁଅର ଜନ୍ମ ଦିନଠାରୁ ସେ ଗୋଲା ପାଇଁ ଲାଇମ୍ ଲାଇଟରେ ରହିଆସିଛନ୍ତି । ଭାରତୀ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଚଳାନ୍ତି । ଯେଉଁଥିରେ ସେ ତାଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ଛୋଟ ଏବଂ ବଡ ଅପଡେଟ ପ୍ରଶଂସକଙ୍କ ସହ ସେୟାର କରନ୍ତି । ତେବେ ଏହି ନୂଆ ଭିଡିଓରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ହସ୍ପିଟାଲରେ ନଜର ଆସିଛନ୍ତି, ଯେଉଁଠାରେ ସେ ଏହି ବ୍ଲଗ୍ ସୁଟ୍ କରିଛନ୍ତି । ଏହି ଭିଡିଓରେ ସେ ପୁଅ ଗୋଲାଙ୍କୁ ମନେ ପକାଇ କାନ୍ଦିବାକୁ ଲାଗିଛନ୍ତି । ଏହା ସହ ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ମଧ୍ୟ କହିଛନ୍ତି ।

ଭାରତୀ ସିଂ ବ୍ଲଗ୍‌ରେ କହିଛନ୍ତି ଯେ ଗତ କିଛି ଦିନ ହେବ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଭାରତୀ ସିଂ କହିଛନ୍ତି ଯେ ସେ ତିନି ଦିନ ହେବ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ପ୍ରଥମେ ସେ ଭାବୁଥିଲେ ଯେ ତାଙ୍କର ଏସିଡିଟି ହୋଇଛି କିନ୍ତୁ ବହୁତ ଯନ୍ତ୍ରଣା ହେତୁ ଭାରତୀ ସିଂ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା, ହାସ୍ପିଟାଲରେ ଟେଷ୍ଟ କରାଯିବା ପରେ ସେ ଜାଣିବାକୁ ପାଇଲେ ତାଙ୍କ ପେଟରେ ଷ୍ଟୋନ୍‌ ହୋଇଛି । ତେବେ ଭାରତୀ ସିଂ ବର୍ତ୍ତମାନ ଏଥିପାଇଁ ଅପରେସନ୍ କରିବେ । ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ଆପଣମାନଙ୍କୁ ମଧ୍ୟ ଏପରି ଯନ୍ତ୍ରଣା ହେଉଛି, ତେବେ ଆପଣ ମଧ୍ୟ ଯାଇ ହସ୍ପିଟାଲରେ ଟେଷ୍ଟ କରନ୍ତୁ ।

ଯଦି ଭାରତୀଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତାହେଲେ ବର୍ତ୍ତମାନ ଭାରତୀ ସିଂ ‘ଡ୍ୟାନ୍ସ ଦେୱାନ ସିଜନ ୪’ର ହୋଷ୍ଟ କରୁଛନ୍ତି । ଯେଉଁଥିରେ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ଶେଟ୍ଟୀ ଜଜ୍‌ ଅଛନ୍ତି । ଏହାପୂର୍ବରୁ ସେ ‘ସା ରେ ଗା ମା ପା ଲଟିଲ୍‌ ଚାମ୍ପ୍ସ’, ‘ଖତ୍ରା ଖାତ୍ରା’, ‘ଇଣ୍ଡିଆର ଗଟ୍ ଟ୍ୟାଲେଣ୍ଟ୍’ ଏବଂ ଅନ୍ୟାନ୍ୟ ସୋ ’ନଜର ଆସି ସାରିଛନ୍ତି । ସେ ‘ଖତରୋ କେ ଖିଲାଡି’, ‘ନାଚ୍ ବାଲିୟେ’ ପରି ରିଅଲିଟି ଟିଭି ସୋ’ର ଏକ ଅଂଶ ମଧ୍ୟ ରହିଛନ୍ତି ।

D Sonali

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

8 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

10 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

45 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

56 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago