ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ କମେଡିଆନ୍ ଭାରତୀ ସିଂ । ଭାରତୀ ସିଂ ଦ୍ବିତୀୟ ଥର ପାଇଁ ମା’ ହୋଇଛନ୍ତି । ଶିଶୁପୁତ୍ରକୁ ଜନ୍ମଦେଇଛନ୍ତି ଭାରତୀ । ଭାରତୀଙ୍କ ଘରକୁ ଏକ ରାଜକୁମାର ଆସିଛନ୍ତି । ଆଜି ଲାଫ୍ଟର ସୈଫର ସୁଟିଂ ସେଟକୁ ଯିବାର ଥିଲା, କିନ୍ତୁ ତାଙ୍କୁ ଯନ୍ତ୍ରଣା ହେବାରୁ ତୁରନ୍ତ ହସପିଟାଲ ନିଆଯାଇଥିଲା । ହସପିଟାଲରେ ଭାରତୀ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
ଭାରତୀ ଏବଂ ହର୍ଷଙ୍କୁ ସେଲିବ୍ରିଟି ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଦମ୍ପତିଙ୍କ ଘରେ ଖୁସିର ମାହୋଲ ରହିଛି । ଭାରତୀ ୨୦୧୭ରେ ବିବାହ କରିଥିଲେ । ୨୦୨୨ରେ ଭାରତୀଙ୍କ ପୁଅ ଗୋଲା(ଲକ୍ଷ୍ୟ)ଜନ୍ମ ନେଇଥିଲା । ପ୍ରଥମ ପିଲା ପରେ ଦ୍ବିତୀୟ ପିଲା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀ । କିନ୍ତୁ ଭାରତୀ ପୁଅ ପରେ ଝିଅ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଭାରତୀଙ୍କ ଆଶାରେ ପୂରଣ ହୋଇପାରିନାହିଁ ।
ଭାରତୀ ଗର୍ଭବତୀ ଥିବା ସତ୍ତ୍ବେ କୁକିଂ କମେଡି ଶୋ ଲାଫ୍ଟର ସୈଫ ସିଜିନ ୩ର ସୁଟିଂରେ ବ୍ୟସ୍ତ ଥିଲେ । ନିଜ ପ୍ରେଗନେନ୍ସୀ ସମୟରେ ଭାରତୀ ବହୁତ ଆକ୍ଟିଭି ଥିଲେ ।
Also Read : ପୂର୍ବତନ ପତ୍ନୀ କହି ଦେଲେ ବଡ଼ ଗୁମର କଥା, ତାଙ୍କ ନାଁରେ ୩୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା କଲେ ବଲିଉଡ୍ ସିଙ୍ଗର…