ସାନପୁଅର ଅବସ୍ଥା ଦେଖି କାନ୍ଦିଲେ ଭାରତୀ, ଏମିତି ହେଲା ଅବସ୍ଥା  

ଲୋକପ୍ରିୟ କମେଡିଆନ୍ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଦ୍ବିତୀୟ ଥର ପାଇଁ ପିତା-ମାତା ହୋଇଛନ୍ତି । ଡିସେମ୍ବର ୧୯ ତାରିଖରେ ସେମାନେ ସେମାନଙ୍କର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଥିଲେ । ଯାହାକୁ ସେମାନେ ସ୍ନେହରେ କାଜୁ ବୋଲି ଡାକୁଥିଲେ । ଏହାରି ମଧ୍ୟରେ ସେ ଏକ ଭ୍ଲଗ୍ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସାନ ପୁଅ କାଜୁ ଟିକା ନେବା ପରେ ସେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଛି । ଯାହା ପ୍ରଶଂସକମାନଙ୍କ ସ୍ତବ୍ଧ କରିଦେଇଛି ।

ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ସେମାନଙ୍କ ପୁଅର ନାମକରଣ ଉତ୍ସବ କରିଥିଲେ । ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ପୁଅର ନାମ ଯଶବୀର ରଖିଥିଲେ ଏବଂ ଘରେ ସମସ୍ତେ ତାଙ୍କୁ ସ୍ନେହରେ କାଜୁ ବୋଲି ଡାକୁଛନ୍ତି ।  କାଜୁ ପ୍ରଥମ ଟିକା ନେବା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଭ୍ୟାକସିନ୍ ନେବା ମାତ୍ରେ କାଜୁ କାନ୍ଦିବା ଆରମ୍ଭ କରିଥିଲେ । ଭାରତୀ ତାଙ୍କ ପୁଅର କାନ୍ଦ ଦେଖି ସେ ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ । କିନ୍ତୁ ଭ୍ୟାକସିନ୍ ନେବା ସମୟରେ ହର୍ଷ ଲିମ୍ବାଚିୟା ଡାକ୍ତରଙ୍କୁ ସାହାଯ୍ୟ କରିଥିଲେ । ମା’ ହେବା ପରେ ଏହା ପ୍ରଥମ ମୁହୂର୍ତ୍ତ ଯାହା ଦ୍ବିତୀୟ ପୁଅର ଯନ୍ତ୍ରଣାକୁ ଏତେ ନିକଟରୁ ଅନୁଭବ କରିଥିଲେ ବୋଲି ଭାରତୀ ସ୍ବୀକାର କରିଥିଲେ ।

ଏଥିସହିତ ଭାରତୀ ତାଙ୍କ ଭ୍ଲଗରେ କହିଛନ୍ତି ଯେ ତାଙ୍କ ପିଲାକୁ ଏପରି ଯନ୍ତ୍ରଣାରେ କଷ୍ଟ ପାଇବା ଦେଖିବା କେବଳ ତାଙ୍କ ପାଇଁ ନୁହେଁ, ଯେକୌଣସି ମାଆ ପାଇଁ ସବୁଠାରୁ କଷ୍ଟକର । ଯେକୌଣସି କଷ୍ଟକର ପରିସ୍ଥିତି ଆସିଲେ ସୁଦ୍ଧା ତାଙ୍କ ସ୍ବାମୀ ସେହି କଷ୍ଟର ସମୟକୁ ଖୁବ୍ ଶାନ୍ତ ଭାବେ ସାମ୍ନା କରନ୍ତି ବୋଲି ଭାରତୀ କହିଥିଲେ । ଆହୁରି ମଧ୍ୟ ହର୍ଷଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ, ତାଙ୍କ ସ୍ବାମୀ ତାଙ୍କର ବଡ଼ ଶକ୍ତି ଏବଂ ଏହି ସମୟରେ ଗୋଲାର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । କାଜୁ ଆସିବା ପରେ ଯେମିତି ଗୋଲା କୌଣସି ଅଭାବ ନକରୁ ସେଭଳି ଭାବେ ହର୍ଷ ଗୋଲାର ଯତ୍ନ ନେଉଛନ୍ତି ।

ଯଦି ସେମାନଙ୍କ ବିବାହ କଥା କୁହାଯାଏ ତେବେ ଭାରତୀ ଏବଂ ହର୍ଷ ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ପାଞ୍ଚ ବର୍ଷ ପରେ ଅର୍ଥାତ୍ ୨୦୨୨ ମସିହାରେ ଉଭୟ ପ୍ରଥମ ଥର ପୁଅ ଗୋଲାକୁ ଜନ୍ମ ଦେଇ ପିତା-ମାତା ହୋଇଥିଲେ । ନିକଟରେ ଅର୍ଥାତ୍ ୨୦୨୫ ମସିହାରେ ଭାରତୀ ସେମାନଙ୍କର ଦ୍ୱିତୀୟ ପୁଅ କାଜୁଙ୍କୁ ଜନ୍ମ ଦେଇଥିଲେ । କାଜୁଙ୍କ ଜନ୍ମର ଦୁଇ ସପ୍ତାହ ମଧ୍ୟରେ ଭାରତୀ “ଲାଫଟର୍ ସେଫ୍ସ ଫନ୍ ଲିମିଟେଡ୍” ସିଜିନ୍ ୩ ପାଇଁ ସୁଟିଂ ଆରମ୍ଭ କରିଥିଲେ ।

Also Read : କ୍ରିକେଟ୍ ହୋଷ୍ଟଙ୍କ ବଧୂ ହେବେ କୃତିକା କମରା, ମୁମ୍ବାଇରେ ହେବେ ବାହାଘର