ମନୋରଂଜନ

ଗଛରେ ଦୋଳି ଝୁଲୁଥିବା ବେଳେ କଚାଡ଼ି ହୋଇ ପଡ଼ିଲେ ଭାରତୀ, ଫ୍ୟାନ୍‌ମାନେ କହିଲେ ଏମିତି କଥା

କମେଡିଆନ୍‌ ଭାରତୀ ସିଂ ନିଜର ଗୋଟିଏ ପରେ ଗୋଟିଏ ମଜାଦାର ଭିଡିଓକୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭାଇରାଲ ଭିଡିଓ ଦେଖି ଫ୍ୟାନମାନେ ମଧ୍ୟ ବେଶ୍‌ ମଜା ନେଉଛନ୍ତି। କିନ୍ତୁ ଏଥର ଭାରତୀଙ୍କର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାକୁ ନେଇ ଫ୍ୟାନ୍‌ମାନଙ୍କ ଚିନ୍ତା ବଢ଼ିଯାଇଛି। ବାସ୍ତବରେ, ଭାରତୀ ସିଂ ଗଛ ଛାଇରେ ଦୋଳି ଝୁଲୁଥିବା ବେଳେ ଦୋଳିରୁ ଖସି ପଡ଼ିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଆପଣ ଦେଖି ପାରିବେ ଯେ ଭାରତୀ ସିଂ କୌଣସି ଏକ କ୍ଷେତରେ ଗଛରେ ଦୋଳି ଖେଳୁଛନ୍ତି ଏବଂ ଖୁବ୍‌ ମସ୍ତି କରୁଛନ୍ତି। ଅନ୍ୟ ଜଣେ ମହିଳା ତାଙ୍କୁ ଦୋଳି ଖେଳାଉଥିବାର ଦେଖିବାକୁ ମିଳୁଛନ୍ତି। ହେଲେ ଏହି ସମୟରେ ଅଚାନକ୍‌ ଭାରତୀ ସିଂ ଦୋଳିରୁ ଖସି ପଡ଼ୁଛନ୍ତି। ତେବେ ସେ ଯେଉଁଭଳି ଭାବେ ଦୋଳିରୁ ପଡ଼ୁଛନ୍ତି, ସେଥିରୁ ଅନୁମାନ କରାଯାଉଛି କି, ଭାରତୀଙ୍କୁ ଗଭୀର ଆଘାତ ଲାଗି ଥାଇପାରେ।

ଏମିତି ସ୍ଥିତିରେ ସୋସିଆଲ ମିଡିଆ ୟୁଜର୍ସ ଭାରତୀଙ୍କ ସୁସ୍ଥତା କାମନା କରିବା ସହିତ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପ୍‌ଡେଟ୍‌ ଜାଣିବାକୁ ଚେଷ୍ଟା କରୁଛନ୍ତି। କମେଡିଆନ୍‌ଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍‌ ପେଜ୍‌ ଏବଂ ନେଟିଜନ୍ସ ତାଙ୍କର ଏହି ଭିଡିଓକୁ ସେୟାର କରି ଦୋଳି ଖେଳିବା ସମୟରେ ଖାସ୍‌ ଧ୍ୟାନ ରଖିବାକୁ ଅପିଲ୍‌ କରୁଛନ୍ତି।

କହି ରଖୁଛୁ, ଗତବର୍ଷ ଭାରତୀ ସିଂଙ୍କ ଓଜନ ୯୦ କିଲୋରୁ ଅଧିକ ଥିଲା, ଯାହାକି ତାଙ୍କ ଉଚ୍ଚତା ତୁଳନାରେ ବହୁତ ଅଧିକ ରହିଥିଲା। କିନ୍ତୁ ଏବେ ସେ ପାଖାପାଖି ୭୫ କିଲୋ ହୋଇ ଯାଇଛନ୍ତି। ୨୦୨୧ ସେପ୍ଟେମ୍ବରରେ ଭାରତୀ ୧୫ କିଲୋ ଓଜନ କମାଇବା ପରଠାରୁ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

56 seconds ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

3 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

6 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

8 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

13 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

21 mins ago