ବହୁତ ଦାରିଦ୍ର୍ଯତା ଭିତରେ ଜୀବନ ବିତାଇଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ମନେପକାଇଲେ ସେହି ପୁରୁଣା ଦିନ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ନିଜ ଜୀବନର କିଛି ଅକୁହା କଥା ସେୟାର କରିଛନ୍ତି। କେମିତି ସେ ଅତ୍ୟଧିକ ଦାରିଦ୍ର୍ଯତା ଭିତରେ ଜୀବନଯାପନ କରୁଥିଲେ ସେନେଇ ମୁହଁ ଖୋଲିଛନ୍ତି।

ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ତାଙ୍କୁ କିଏ ବା ନଜାଣେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ସେ ସର୍ବଦା ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ହେଲେ ନିକଟରେ ଭାରତୀ ନିଜ ଜୀବନର କିଛି ଅକୁହା କଥା ସେୟାର କରିଛନ୍ତି। କେମିତି ସେ ଅତ୍ୟଧିକ ଦାରିଦ୍ର୍ଯତା ଭିତରେ ଜୀବନଯାପନ କରୁଥିଲେ ସେନେଇ ମୁହଁ ଖୋଲିଛନ୍ତି। ନୀନା ଗୁପ୍ତା ହୋଷ୍ଟ କରୁଥିବା ଡିଜିଟାଲ୍ ମିଡିଆ ଦ୍ୱାରା ଏକ ପୋଡକାଷ୍ଟରେ ଭାରତୀ ସିଂ ଏନେଇ କହିଥିଲେ। କପିଲ ଶର୍ମା ଏବଂ ସୁଦେଶ ଲେହେରୀଙ୍କ ସହ ଦେଖା ହେବାର ସୁଯୋଗ ପାଇବା ପରେ କିଭଳି ତାଙ୍କ ଜୀବନର ପଥ ବଦଳି ଯାଇଥିଲା ସେ ବିଷୟରେ ସେ କହିଥିଲେ।

ଭାରତୀ କହିଥିଲେ, ପୂର୍ବରୁ ମଧ୍ୟ ହାସ୍ୟ ଅଭିନେତା ଥିଲେ କିନ୍ତୁ ଲୋକମାନେ ସେମାନଙ୍କୁ ଆଗକୁ ଆସିବାକୁ ଦେଇନଥିଲେ। ଏସବୁ ଭିତରେ ତାଙ୍କୁ ମଧ୍ଯ ବହୁତ କଟୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ହେଲେ ଏସବୁ ବହୁ ପୂର୍ବରୁ ତାଙ୍କ ସହ ଘଟୁଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି ।

ଏହା ସହ ଭାରତୀ କହିଥିଲେ ତାଙ୍କର ଧ୍ୟାନ ସର୍ବଦା ଦାରିଦ୍ର ଉପରେ ଥାଏ । ତାଙ୍କୁ ଯେତେବେଳେ ୨ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ଭାଇ ଓ ଭଉଣୀମାନେ ଚାକିରି ଛାଡିଦେଇଥିଲେ। ସେମାନେ ଏକ କାରଖାନାରେ କାମ କରୁଥିଲେ। ସେମାନେ ଭାରୀ କମ୍ବଳ ଉଠାଇ ନେଉଥିଲେ ଯାହାକୁ ସେମାନେ କେବେ ବ୍ୟବହାର କରିପାରୁନଥିଲେ। ସେମାନେ ପ୍ରତିଦିନ ରାତି ପାଇଲେ ସେସବୁ ସିଲେଇ କରୁଥିଲେ। ବେଳେବେଳେ ତାଙ୍କ ମା ଓଢଣୀ ସିଲେଇ କରୁଥିଲେ। ସେହି କମ୍ବଳର ଗନ୍ଧ ଏବଂ କାରଖାନାର ଶବ୍ଦକୁ ଭାରତୀ ଆଜି ଯାଏ ବି ଘୃଣା କରୁଥିବା କଥା କହିଥିଲେ। ଭାରତୀ କହିଥିଲେ ସେ ତାଙ୍କ ପରିବାର ସହିତ ଯଥେଷ୍ଟ ଦାରିଦ୍ର ଦେଖିଛନ୍ତି ଏବଂ ସେ ସେସବୁକୁ କେବେବି ଆଉ ଦେଖିବାକୁ ଚାହୁଁନାହାନ୍ତି।

ଭାରତୀ ଏହା ସହ କହିଥିଲେ କି, ସେ କ’ଣ ସବୁ ଦାରିଦ୍ର ଦେଖିଛନ୍ତି ତାହା ସେ କହିପାରିବେ ନାହିଁ। ବହୁତ ଭୋକ ଓ ଦାରିଦ୍ର ଦେଖିଛନ୍ତି ସେ । ପର୍ବ ସମୟରେ ସେ ହତାଶ ହୋଇପଡୁଥିଲେ । ଯେତେବେଳେ ତାଙ୍କ ମା ଲୋକଙ୍କ ଘରେ କାମ କରୁଥାନ୍ତି, ସେ କବାଟ ପାଖରେ ବସିଥାନ୍ତି। ସେ ତାଙ୍କ ମାଙ୍କୁ ଶୌଚାଳୟ ସଫା କରୁଥିବାର ଦେଖିଥାନ୍ତି। ଯିବାବେଳେ ମାଲିକମାନେ ସେମାନଙ୍କୁ ବଳକା ଖାଦ୍ୟ ଦେଇଥାନ୍ତି । ସେମାନଙ୍କର ପୁରୁଣା ଖାଦ୍ୟ ତାଭ୍କ ପାଇଁ ସତେଜ ଖାଦ୍ୟ ହୋଇଥାଏ । ତେବେ ଆଜି ସେ ତାଙ୍କ ମା’ଙ୍କୁ କୁହନ୍ତି, ସେ ଆଜି ଯାହା ରୋଜଗାର କରିଛନ୍ତି କେବଳ ତାଙ୍କ ମାଙ୍କ ପାଇଁ। ଏହାସହ ଭାରତୀ କହିଥିଲେ ସେ ତାଙ୍କ ୧୦ ମାସର ପୁଅ ଠାରୁ ବି ଅଧିକ ସେ ତାଙ୍କ ମା’ଙ୍କୁ ଭଲପାଆନ୍ତି |

ଏହାସହ ସେ କପିଲ ଶର୍ମା ଏବଂ ସୁଦେଶ ଲେହେରୀଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ। ଦିନେ କଲେଜରେ ସେ ଛାତ୍ରମାନଙ୍କୁ ବଗିଚାରେ ହସାଉଥିଲେ। ସେହି ସମୟରେ ସୁଦେଶ ଲେହରୀ ତାଙ୍କୁ ଦେଖି ଚାଲିଯାଇଥିଲେ ଏବଂ ସେ ଶିକ୍ଷକଙ୍କୁ କହିଥିଲେ, ‘ଜଣେ ମୋଟା ଝିଅ ଛାତ୍ରମାନଙ୍କୁ ହସାଉଛି। ତାଙ୍କୁ ଡାକ। ‘ ତାହା ତାଙ୍କର ପ୍ରଥମ ଜାତୀୟ ଯୁବ ମହୋତ୍ସବ ଥିଲା, ଯାହା ପାଇଁ ସେମାନେ ଆନ୍ଧ୍ରପ୍ରଦେଶ ଯାଇଥିଲେ। ତାଙ୍କର ପାଞ୍ଚ ଜଣିଆ ବାଳିକା ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲେ।

sudesh

ତାଙ୍କର ଦ୍ୱିତୀୟ ବର୍ଷରେ ସେ କପିଲ ଶର୍ମାଙ୍କୁ ଭେଟିଥିଲେ। ଜୋନାଲ ସ୍ତରର ଯୁବ ମହୋତ୍ସବରେ ସେ ତାଙ୍କୁ ଭେଟିଥିଲେ। କପିଲ୍ ତାଙ୍କୁ ଏକ କମେଡି ଶୋ’ରେ ଅଭିନୟ କରିବାକୁ ପଚାରିଥିଲେ। ପ୍ରଥମେ ସେ ମନା କରିଥିଲେ, କହିଥିଲେ କ୍ୟାମେରା ଆଗରେ ତାଙ୍କ ଗଳା ଶୁଖିଯାଏ। ଏହାପରେ କପିଲ୍ ତାଙ୍କୁ ଅମୃତସରର ଏକ ହୋଟେଲରେ ହେଉଥିବା ଅଡିସନ୍ କୁ ଯିବାକୁ କହିଥିଲେ। ଏହାପରେ ସେ ଅଡିସନ୍ ଦେଇଥିଲେ ଏବଂ ସେ ନିଶ୍ଚିତ ଥିଲେ ଯେ ସେ ମନୋନୀତ ହୋଇନାହାନ୍ତି ବୋଲି। ତାଙ୍କ ପାଖରେ ଫୋନ୍ ବି ନଥିଲା । କିନ୍ତୁ ତାଙ୍କ ପାଖ ପଡ଼ୋଶୀଙ୍କ ଘରକୁ ଦିନେ କଲ୍ ଆସିଥିଲା। ତାଙ୍କୁ ମୁମ୍ବାଇ ଆସିବାକୁ କୁହାଯାଇଥିଲା। ସେ ପ୍ରଥମ ଥର ପାଇଁ ନିଜ ମା’ଙ୍କ ସହିତ ବିମାନରେ ଯାତ୍ରା କରିଥିଲେ।

ଯେତେବେଳେ ସେ ମଞ୍ଚକୁ ଯାଇ ଥଟ୍ଟା କରିବା ଆରମ୍ଭ କଲେ, ଲୋକମାନେ ହସିବାକୁ ଲାଗିଥିଲେ । ସେତେବେଳେ ଲୋକମାନେ ତାଙ୍କୁ ଆଉ ପୂର୍ବ ଭଳି ମୋଟା ବୋଲି ଡାକୁନଥିଲେ ନଥିଲେ। କିଏ ‘ସୁନ୍ଦରୀ’ ତ କିଏ ‘ବବଲି’ ବୋଲି ଡାକୁଥିଲେ। ତାପରେ ଦେଖୁ ଦେଖୁ ତାଙ୍କ ଜୀବନ ଯାତ୍ରା କୋଉଠୁ ଯାଇ କୋଉଠି ପହଁଚିଗଲା। ଇଣ୍ଡଷ୍ଟ୍ରିରେ ୧୫ ବର୍ଷ ବିତିଗଲାଣି, ତଥାପି ସେ ମଞ୍ଚକୁ ଯିବା ପୂର୍ବରୁ ଆଜିବି ଭୟଭୀତ ହୁଅନ୍ତି ବୋଲି କହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. ରଙ୍ଗନାଥ ରଥ says

    ଆପଣଙ୍କ KNEWS ଭଳି ବଳିଷ୍ଠ ସାମାଜିକ ପ୍ରିଣ୍ଟ୍ ଗଣମାଧ୍ୟମରେ ଲେଖିବାବେଳେ ଦୟାକରି ବର୍ଣ୍ଣାଶୁଦ୍ଧି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ମନେହୁଏ।

    ଦରିଦ୍ରର ଭାବ ହେଉଛି ଦାରିଦ୍ର୍ୟ କିମ୍ଵା ଦରିଦ୍ରତା। ଓଡ଼ିଆ / ସଂସ୍କୃତ ବ୍ୟାକରଣର ନିୟମ ଅନୁଯାୟୀ “ଦାରିଦ୍ର୍ୟତା” ଶବ୍ଦଟି ତ୍ରୁଟିଯୁକ୍ତ। ଆଶାକରେ ମୋର ଅଭିଯୋଗକୁ ଭୁଲ ନବୁଝି ଭବିଷ୍ୟତରେ ଏପରି ତ୍ରୁଟି କରିବେ ନାହିଁ।

Leave A Reply

Your email address will not be published.