ମନୋରଂଜନ

ଭାରତୀ ସେୟାର କଲେ ପୁଅର ପ୍ରଥମ ଫଟୋ, କିନ୍ତୁ ଦେଖାଇଲେନି ମୁହଁ : ଫ୍ୟାନ୍ସ ନିରାଶ

ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପିଲାର ଜନ୍ମ ହେବାର ୧୨ ଦିନ ପର ଭାରତୀ କାମରେ ଲାଗିପଡିଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି। କିନ୍ତୁ ଏଥର ଭାରତୀ ଏସବୁ କଥାକୁ ଖାତିର କରୁନାହାନ୍ତି। କାମରୁ ଟିକେ ସମୟ ପାଇଲ ନିଜ ପିଲା ସହିତ ଦିନ କେମିତି ବିତାଇବେ ତା’ ଚିନ୍ତା କରୁଛନ୍ତି। ଭାରତୀ ନିଜ ବ୍ଲଗରେ କିଭଳି ଦିନ କାଟୁଛନ୍ତି, ତା’ର ରୁଟିନ ବିଷୟରେ କହିଛନ୍ତି। ପିଲା ସହିତ ଦିନ କେମିତି ବିତିଯାଉଛି, ତାହା ଜଣାପଡୁନାହିଁ। ଏହା ମଧ୍ୟରେ ଭାରତୀ ପ୍ରଥମ ଥର ପାଇଁ ନିଜ ପୁଅ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ଯେଉଁ ଫଟୋ ଭାରତୀ ସେୟାର କରିଛନ୍ତି, ସେଥିରେ ସେ ପିଲାକୁ ହାତରେ ଧରି ଛାତିରେ ଲଗାଇଥିବା ନଜର ଆସିଛନ୍ତି। କିନ୍ତୁ ପିଲାର ମୁହଁ ଦେଖାଇନାହାନ୍ତି। ଏହା ସହିତ କ୍ୟାପସନ ଲେଖିଛନ୍ତି, ଲାଇଫ ଲାଇନ୍‌। ଏହି ଫଟୋରେ ଭାରତୀ ଗୋଲାପୀ ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧିଛନ୍ତି। ସେ ଏହି ଫଟୋ ନିଜ ବ୍ଲଗରେ ସେୟାର କରିଛନ୍ତି।

ଭାରତୀଙ୍କ ପୋଷ୍ଟରେ ଗୌହ୍ଵର ଲେଖିଛନ୍ତି, ‘ ତୁମ ପାଇଁ ବହୁତ ଖୁସି। ଭଗବାନ ତୁମ ପରିବାକୁ ଆଶୀର୍ବାଦ ଦିଅନ୍ତୁ। ନେହା ଭାସିନ କମେଣ୍ଟ କରିଛନ୍ତି, ‘ଗଡ ବ୍ଲେସ’। ସୁରଭି ଜ୍ୟୋତି ଏବଂ ମାହି ବିଜ ହାର୍ଟ ଇମୋଜୀ ଦେଇ ସେୟାର କରିଛନ୍ତି।
ଭାରତୀ ବର୍ତ୍ତମାନ ରିଆଲିଟି ଶୋ ‘ ଖତରା ଖତରା ଖତରା’କୁ ହୋଷ୍ଟ କରୁଛନ୍ତି।

ଭାରତୀ ଏପ୍ରିଲ ୩ ତାରିଖରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ହେବାର ୩ ଦିନ ପରେ ଭାରତୀ ଏବଂ ହର୍ଷଙ୍କ ପ୍ରଥମ ଫ୍ୟାମିଲି ଫଟୋ ସାମ୍ନାକୁ ଆସିଥିଲା। ଏହି କମେଡି ଦମ୍ପତି ନବଜାତ ପୁତ୍ରକୁ ଧରି ହସପିଟାଲରୁ ଘରକୁ ଯାଉଥିବା ନଜର ଆସିଥିଲେ। ଭାରତୀ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ହର୍ଷ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ସେୟାର କରି ହର୍ଷ ଲେଖିଥିଲେ ‘ଇଟ୍ସ ଏ ବେବି ବୟ’। ହର୍ଷ ଏବଂ ଭାରତୀୟ ପିଲା ହେବା ଖବର ଶୁଣି ତାଙ୍କର ଅନେକ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ, ଭାରତୀ ମା’ ହେବା ପୂର୍ବରୁ ଏକ ଖବର ଗୁଜବ ଭାବେ ଚାରିଆଡେ ପ୍ରସାରିତ ହେଉଥିଲା। ଭାରତୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଭାରତୀ ବୋଲି ସମସ୍ତେ ଚର୍ଚ୍ଚା ଚାଲିଥିଲା।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

10 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

22 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

34 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

38 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

58 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago