ମନୋରଂଜନ

ଭାରତୀ ସିଂ ଜଣାଇଲେ ନିଜ ଡେଲିଭରି ଡେଟ୍‌; ପାପାରାଜିଙ୍କୁ କହିଲେ, ‘ମାମୁଁ ହେବାକୁ ପ୍ରସ୍ତୁତ ରୁହ’…

କମେଡିଆନ୍‌ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟା ବହୁତ ଜଲ୍‌ଦି ମାଆ, ବାପା ହେବାକୁ ଯାଉଛନ୍ତି। ଗତବର୍ଷ ଦୁଇଜଣ ଏହି ଖୁସି ଖବର ଫ୍ୟାନମାନଙ୍କ ସହ ସେୟାର କରିଥିଲେ। ପ୍ରେଗ୍‌ନାନ୍ସି ସମୟରେ ବି ଭାରତୀ କାମରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସେ ଏବଂ ତାଙ୍କ ସ୍ୱାମୀ ବର୍ତ୍ତମାନ କଲର୍ସର ଶୋ’ ‘ହୁନରବାଜ: ଦେଶ କି ଶାନ୍‌’କୁ ହୋଷ୍ଟ୍‍ କରୁଛନ୍ତି। ନିକଟରେ ଭାରତୀ ନିଜ ଡେଲିଭରି ଡେଟ୍‌ ରିଭିଲ୍‌ କରିଛନ୍ତି। କେବେ ତାଙ୍କ ଡେଲିଭରି ହେବ ଏବଂ ଘରେ କୁଆଁ କୁଆଁ ଡାକ ଶୁଭିବ, ସେ ନେଇ ସେ ପାପାରାଜିଙ୍କୁ ଜଣାଇଛନ୍ତି।

ଭାରତୀ ସିଂଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ନାଚୁଥିବା ଦେଖିବାକୁ ମିଳୁଛି। ଭାରତୀଙ୍କୁ ଏତେ ଖୁସି ଦେଖି ସେଠାରେ ଥିବା ପାପାରାଜି ନିଜକୁ ରୋକି ପାରି ନ ଥିଲେ ଏବଂ ତାଙ୍କୁ ସନ୍ତାନ କେବେ ଆସିବ ବୋଲି ପଚାରିଥିଲେ। ପାପାରାଜିଙ୍କ ଏହି ପ୍ରଶ୍ନରେ ଭାରତୀ ସେମାନଙ୍କୁ ନିରାଶ ମଧ୍ୟ କରି ନ ଥିଲେ। ସେ କେବେ ମାଆ ହେବେ, ସେ ନେଇ ଜଣାଇଥିଲେ। କମେଡି କ୍ୱିନ୍‌ କହିଥିଲେ, ‘ଭାଇ, ଏପ୍ରିଲ ଫାର୍ଷ୍ଟ ଓ୍ଵିକ୍‌ ପାଖାପାଖି ଆପଣ ମାମୁଁ ହୋଇ ପାରନ୍ତି’। ଭାରତୀଙ୍କ ଏହି କଥାରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ ଆଗାମୀ କିଛି ଦିନ ଭିତରେ ଭାରତୀ ଗୁଡ୍‌ ନ୍ୟୁଜ୍‌ ଦେଇ ପାରନ୍ତି।

ଏଥି ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଭାରତୀ ଖୁଲାସା କରିଥିଲେ କି, ସେ ନର୍ମାଲ ଡେଲିଭରି ଚାହୁଁଛନ୍ତି। ସେ କହିଥିଲେ, ‘ଏଥିପାଇଁ ମୁଁ ପ୍ରତି ଦୁଇ ଦିନରେ ଥରେ ଯୋଗ କରିବା ଆରମ୍ଭ କରି ଦେଇଛି। ବାସ୍ତବରେ ମୁଁ ସିଜେରିଆନ୍‌କୁ ବହୁତ ଡରେ। ମୁଁ ଶୁଣିଛି ଏହା ପଛକୁ ଦୁଃଖ ଦେଇଥାଏ। ମୁଁ ଓ୍ଵାର୍କିଂ ମା’ ହେବାକୁ ଯାଉଛି। ଏଥିପାଇଁ ଜୀବନରେ ଆଗକୁ ଜଟିଳତା ଚାହୁଁନାହିଁ’। ସେ ଆହୁରି କହିଥିଲେ ଯେ ‘ମୁଁ ନର୍ମାଲ ଡେଲିଭରି ପାଇଁ ବହୁତ ପରିଶ୍ରମ କରୁଛି ଏବଂ ନିଜ ଡାକ୍ତରଙ୍କର ସବୁ ନିର୍ଦ୍ଦେଶ ପାଳନ କରୁଛି’।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

17 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

19 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

23 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

24 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

29 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago