ଭୋଜପୁରୀ ନିର୍ଦ୍ଦେଶକ ସୁବାସଙ୍କ ମୃତ୍ୟୁ, ସନ୍ଦିଗ୍ଧ ଅବସ୍ଥାରେ ହୋଟେଲରୁ ମିଳିଲା ମୃତଦେହ

ଭୋଜପୁରୀ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ତିଓ୍ଵାରୀଙ୍କ ପରଲୋକ । ଫିଲ୍ମର ସୁଟିଂ କରିବାକୁ ଯାଇଥିବା ବେଳେ ହୋଟେଲ ରୁମରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତ କିଛିଦିନ ହେଲାଣି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ନିକଟରେ ଆଦିତ୍ୟ ସିଂ ରାଜପୁରତ, ବୈଭବୀ ଉପାଧ୍ୟୟ, ନୀତେଶ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଏକ ଜଣେ ଭୋଜପୁରୀ ନିର୍ଦ୍ଦେଶକଙ୍କ ମୃତଦେହ ହୋଟେଲ ରୁମରୁ ମିଳିଛି।
ଭୋଜପୁରୀ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ତିୱାରୀ ଉତ୍ତରପ୍ରଦେଶର ସୋନଭଦ୍ର ସହର ସ୍ଥିତ ଏକ ହୋଟେଲ ରୁମରୁ ସନ୍ଦିଗ୍ଧ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ଫିଲ୍ମର ସୁଟିଂ ପାଇଁ ୪୦ ଜଣ ଟିମ୍‌ ଏଠାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଗତ ୧୧ ତାରିଖରୁ ସେ ହୋଟେଲରେ ରହି ଫିଲ୍ମର ସୁଟିଂ କରୁଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିବା ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ନିଜ ଫିଲ୍ମ ‘ଦୋ ଦିଲ୍ ବନ୍ଧେ ଏକ ଡୋରି ସେ’ର ସୁଟିଂ ପାଇଁ ହୋଟେଲରେ ରହିବା ମଧ୍ୟରେ ଥରେ ସୁବାସଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ସୁସ୍ଥ ହୋଇ ଫେରିଥିଲେ।

ମଙ୍ଗଳବାର ସୁଟିଂରୁ ଫେରି ସେ ନିଜ ରୁମ୍କୁ ଯାଇଥିଲେ। ମାତ୍ର ବୁଧବାର କବାଟ ଖୋଲି ନ ଥିଲେ। ଫଳରେ ଟିମ୍ ସଦସ୍ୟ ଓ ହୋଟେଲ କର୍ମଚାରୀ ବହୁ ସମୟ କବାଟ ବାଡ଼େଇବା ପରେ ପୋଲିସକୁ ଖବର ଦେଇଥିଲେ। ତାଙ୍କ କବାଟ ଖୋଲିବା ପରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲା । ଏବେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତ୍ୟୁ କେମିତି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।