ପ୍ରସିଦ୍ଧ ଭୋଜପୁରୀ ଗାୟକ ତୁଫାନି ଲାଲଙ୍କୁ କରୋନା, ସ୍ବାସ୍ଥ୍ୟବସ୍ଥା ଗୁରୁତର, ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ନିବେଦନ କଲେ ପରିବାର ଲୋକେ

ପ୍ରସିଦ୍ଧ ଭୋଜପୁରୀ ଗାୟକ ତୁଫାନି ଲାଲ ଯାଦବ ମଧ୍ୟ କରୋନା ଭାଇରସର ଶିକାର ହୋଇଛନ୍ତି ଏବଂ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। କୁହାଯାଉଛି, ବିହାରର ବକ୍ସରରେ ରହୁଥିବା ତୁଫାନି ଲାଲ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ସନ୍ଦେହ କରାଯାଉଛି କି, ଚିକିତ୍ସା ସମୟରେ ହିଁ ତାଙ୍କୁ ଭାଇରସ ସଂକ୍ରମିତ ହୋଇଛି।

ସେପଟେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ସଂକ୍ରମିତ ଥିବା ହସ୍ପିଟାଲ କର୍ମୀଙ୍କ ସଂସ୍ପର୍ଶରେ ଆସିବାରୁ ତୁଫାନି ଲାଲ କରୋନା ପଜିଟିଭ ବାହାରିଛନ୍ତି। ଏହାସହ ତାଙ୍କୁ ଠିକ ଭାବେ ଚିକିତ୍ସା କରାଯାଇନାହିଁ। ତୁଫାନି ଲାଲଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ବିଗୁଡୁଥିବାର ଦେଖି ସମ୍ପର୍କୀୟ ସନ୍ତୋଷ ରେଣୁ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ଏବଂ ନିଜ ଦୁଃଖ ଜଣାଇଛନ୍ତି।

67

ତୁଫାନି ଲାଲଙ୍କ ସ୍ବାସ୍ଥ୍ୟବସ୍ଥା ଦେଖି ଏବେ ଭୋଜପୁରୀ ଗାୟିକା ଖୁସବୁ ଉତ୍ତମ ମଧ୍ୟ ରାଜ୍ୟ ସରକାରଙ୍କୁ ସବୁ ସମ୍ଭବ ସହାୟତା ଏବଂ ଆର୍ଥିକ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। କହି ରଖୁଛୁ, ତୁଫାନି ଲାଲ ଏ ପର୍ଯ୍ୟନ୍ତ 200ରୁ ଅଧିକ ଭୋଜପୁରୀ ଗୀତ ଗାଇଛନ୍ତି। ତାଙ୍କ ଗୀତଗୁଡିକ ଲଗାତାର ହିଟ ମଧ୍ୟ ରହିଛି।