ଦୃଶ୍ୟମ 2 ପରେ ବକ୍ସ ଅଫିସରେ ଭୋଲାର ରାଜ୍‌, ପ୍ରଥମ ଦିନରେ ୧୧ କୋଟିର ବିଜନେସ

ଅଜୟ ଦେବଗନ୍‌ ଅଭିନୀତ ଭୋଲା ଗୁରୁବାର ହଲରେ ରିଲିଜ ହୋଇଛି । ଆରମ୍ଭରୁ ୧୧ କୋଟିର ବିଜନେସ କରିଛି । ଆଜିଠୁ ଆଇପିଏଲ ୨୦୨୩ର ସଂସ୍କରଣ ଆରମ୍ଭ ହେଉଥିବାରୁ ଫିଲ୍ମର ବିଜନେସ ଉପରେ ଏହାର କିଛିଟା ପ୍ରଭାବ ପଡ଼ିପାରେ । ଭୋଲା ସିନେମାକୁ ଅଜୟ ଦେବଗନ୍‌ ନିଜେ ନିର୍ଦ୍ଦେଶନା ଦେଇଛନ୍ତି । ଆକସନ,ଡ୍ରାମା ଓ ଥ୍ରିଲର ଏହି ସିନେମାରେ ଦେଖିବାକୁ ମିଳିଛି ।

କେନ୍ୟୁଜ୍‌(ବ୍ୟୁରୋ): ଅଜୟ ଦେବଗନ୍‌ ଅଭିନୀତ ଭୋଲା ଗୁରୁବାର ହଲରେ ରିଲିଜ ହୋଇଛି । ପ୍ରଥମ ଦିନରୁ ଭୋଲା ବକ୍ସ ଅଫିସରେ ଭଲ ବିଜନେସ କରିଛି । ଏହି ସିନେମା ପ୍ରଥମ ଦିନରେ ୨ ଅଙ୍କ କୋଟି ଛୁଇଁଛି । ଏହା ପୂର୍ବରୁ ରିଲିଜ ହୋଇଥିବା ଅଜୟ ଦେବଗନ୍‌ଙ୍କ ଫିଲ୍ମ ଦୃଶ୍ୟମ୍‌ 2 କୁ ଛୁଇଁ ପାରି ନଥିଲେ ବି ଆରମ୍ଭରୁ ୧୧ କୋଟିର ବିଜନେସ କରିଛି । ଏହାସହ ଏହି ସିନେମାରେ ଟବୁଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ସିନେମା ବାବଦରେ ପଜେଟିଭ ରିଭ୍ୟୁ ଆସୁଥିବା ନିର୍ମାତା କରିଛନ୍ତି । ତେଣୁ ଆଗକୁ ସିନେମା ବକ୍ସ ଅଫିସରେ ଭଲ ବିଜନେସ କରିବ ବୋଲି ଆଶା କରାଯାଇପାରେ । କିନ୍ତୁ ଆଜିଠୁ ଆଇପିଏଲ ୨୦୨୩ର ସଂସ୍କରଣ ଆରମ୍ଭ ହେଉଥିବାରୁ ଫିଲ୍ମର ବିଜନେସ ଉପରେ ଏହାର କିଛିଟା ପ୍ରଭାବ ପଡ଼ିପାରେ ।

ଅପନିଙ୍ଗ ବିଜନେସକୁ ଦେଖିଲେ ପଠାନ ଓ ତୁ ଝୁଟି ମେ ମକ୍କାର ପରେ ଭୋଲା ଏବର୍ଷରେ ତୃତୀୟ ସ୍ଥାନରେ ରହିଛି । ପଠାନ ପ୍ରଥମ ଦିନରେ ୫୭ କୋଟିର ବିଜନେସ କରିଥିବା ବେଳେ ତୁ ଝୁଟି ମେ ମକ୍କାର ୧୫ କୋଟିର ବିଜନେସ କରିଥିଲା । ଭୋଲା ଏହି ଲିଷ୍ଟରେ ସାମିଲ ହୋଇ ୧୧ କୋଟିର ବିଜନେସ କରିଛି । ଅପରାହ୍ନ ସୋ ରେ ଏହି ସିନେମା ଦେଖିବାକୁ ଅଧିକ ଲୋକଙ୍କ ଭିଡ଼ ହଲରେ ଲାଗିଥିଲା । କହିବାକୁ ଗଲେ ଅପରାହ୍ନରୁ ଏହି ସିନେମା ପ୍ରତି ଲୋକଙ୍କ ଆଗ୍ରହ ବଢିଥିଲା ।

ଅଜୟଙ୍କ ଅଭିନୀତ ଦୃଶ୍ୟମ 2 ପ୍ରଥମ ଦିନରେ ୧୫ କୋଟିର ବିଜନେସ କରିଥିଲା । ସେହିପରି ଏହି ସିନେମା ବକ୍ସ ଅଫିସରେ ୨୪୦ କୋଟି ଟଙ୍କାର ବିଜନେସ କରିଥିଲା । ଉଭୟ ଦୃଶ୍ୟମ 2 ଓ ଭୋଲା ମାଲାୟଲମ ଓ ତାମିଲ ସିନେମାକୁ ରିମେକ୍‌ କରି ତିଆରି ହୋଇଛି । ଭୋଲା ହେଉଛି ତାମିଲ ସିନେମା କଇଥିର ରିମେକ୍‌ ଭର୍ଜନ । ଯାହାକି ୨୦୧୯ରେ ରିଲିଜ ହୋଇଥିଲା । ଏହି ନିକଟରେ ବକ୍ସ ଅଫିସରେ ରିଲିଜ ହୋଇଥିବା ଶେହଜାଦା ଓ ସେଲଫି ମଧ୍ୟ ରିମେକ୍‌ ସିନେମା ହୋଇଥିବା ବେଳେ ଦର୍ଶକଙ୍କୁ ଟାଣିବାରେ ବିଫଳ ହୋଇଥିଲା ।

ଭୋଲା ସିନେମାକୁ ଅଜୟ ଦେବଗନ୍‌ ନିଜେ ନିର୍ଦ୍ଦେଶନା ଦେଇଛନ୍ତି । ଅଜୟଙ୍କ ସହ ଏହି ସିନେମାରେ ଟବୁ, ଅମାଲା ପାଉଲ, ଦୀପକ ଦୋବ୍ରିୟାଲ, ସଂଜୟ ମିଶ୍ର, ଗଜରାଜ ରାଓ, କିରଣ କୁମାର, ରାଇ ଲକ୍ଷ୍ମୀ, ମାକରନ୍ଦ ଦେଶପାଣ୍ଡେ ଓ ବୀନିତ କୁମାର ଅଭିନୟ କରିଛନ୍ତି । ଭୋଲା, ଜେଲରେ ବନ୍ଦୀଥିବା କଏଦୀର କାହାଣୀ । ୧୦ ବର୍ଷ ଜେଲ ଦଣ୍ଡ ପରେ ଭୋଲା ନିଜ ଝିଅକୁ ଦେଖିବାକୁ ଘରକୁ ଯାଉଛି । ଏହି ସମୟରେ ସେ ଅନେକ ସମସ୍ୟାର ସାମନା କରିଛି । ଆକସନ,ଡ୍ରାମା ଓ ଥ୍ରିଲର ଏହି ସିନେମାରେ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.