‘ଭୁଲ ଭୁଲୈୟା ୨’ର ଫାଷ୍ଟଲୁକ୍ ସହିତ ଟିଜର ରିଲିଜ, ଦେଖିବାକୁ ମିଳିଲା କାର୍ତ୍ତିକଙ୍କ ଜବରଦସ୍ତ ଅନ୍ଦାଜ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ଯନଙ୍କ ଅପକମିଂ ଫିଲ୍ମ ‘ ଭୁଲ ଭୁଲୈୟା ୨’ ଖୁବଶୀଘ୍ର ପରଦାକୁ ଆସିବ। ଗତକାଲି ଫିଲ୍ମରର ଫାଷ୍ଟ ଲୁକ୍ ଏବଂ ମୋସନ ପୋଷ୍ଟର ରିଲିଜ ହୋଇଛି। ଫିଲ୍ମଟି ଆସନ୍ତାବର୍ଷ ମାର୍ଚ୍ଚରେ ରିଲିଜ ହେବ ବୋଲି ଖବର ମିଳିଥିଲା। ଏବେ କାର୍ତ୍ତିକ ନିଜ ଇନଷ୍ଟାଗ୍ରାମ ପେଜରେ ଫଟୋ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ଭୁଲ ଭୁଲୈୟା ଗେଟଅପରେ ନଜର ଆସିଛନ୍ତି।

ଅକ୍ଷୟ କୁମାରଙ୍କ ପୂର୍ବ ଭୁଲ ଭୁଲୈୟା ଫିଲ୍ମର ଗେଟଅପ୍ ଭଳି କାର୍ତ୍ତିକ ମଧ୍ୟ ସାଧୁ ଗେଟଅପରେ ନଜର ଆସିଛନ୍ତି। ଫିଲ୍ମକୁ ଅନିସ ବାଜମୀ ନିର୍ଦ୍ଦେଶନା ଦେଉଛନ୍ତି। କାର୍ତ୍ତିକଙ୍କ ସହିତ ଏଥିରେ କିଆରା ଆଡଭାନୀ ମଧ୍ୟ ପ୍ରମୁଖ ଭୂମିକାରେ ରହିଛନ୍ତି।

 

View this post on Instagram

 

A post shared by KARTIK AARYAN (@kartikaaryan)


ଭୁଲ ଭଲୈୟା ୨ ଏକ ହରର କମେଡି ଫିଲ୍ମ। ଏହିଫିଲ୍ମରେ ରାଜପାଲ ଯାଦବ, ସଂଜୟ ମିଶ୍ର, ତବୁ ପ୍ରମୁଖ ଭୂମିକାରେ ନଜର ଆସିବେ। ଏବେ ଫ୍ଯାନ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.