୧୯ ନଭେମ୍ବରରେ ରିଲିଜ୍‌ ହେବ ‘ଭୁଲ୍‌ ଭୁଲୈୟା ୨’, ନୂଆ ପୋଷ୍ଟରରେ ନଜର ଆସିଲା କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡ୍‌ଭାଣୀଙ୍କ Sizzling କେମିଷ୍ଟ୍ରି

ହରର୍‌ କମେଡି ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’ର ରିଲିଜ୍‌ ଡେଟ୍‌ ଆସିଯାଇଛି। ଲକ୍‌ଡାଉନ ଯୋଗୁ ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖାଯାଇଥିଲା। ଏବେ ନିର୍ମାତା ଘୋଷଣା କରିଛନ୍ତି କି, ଫିଲ୍ମଟି ଚଳିତବର୍ଷ ନଭେମ୍ବର ୧୯ରେ ସିନେମାଘରେ ରିଲିଜ୍‌ ହେବ। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡ୍‌ଭାଣୀ ଓ ତବ୍ଦୁ ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମର ଦୁଇଟି ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ଗୋଟିଏ ପୋଷ୍ଟରରେ କିଆରା ଓ କାର୍ତ୍ତିକ ନଜର ଆସୁଛନ୍ତି। ଦୁଇଜଣଙ୍କ କେମିଷ୍ଟ୍ରି ଏତେ ବଢ଼ିଆ ରହିଛି ଯେ ଫିଲ୍ମକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି। ଏହାକୁ କିଆରା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଉ ଏକ ପୋଷ୍ଟରକୁ ନିଜେ କାର୍ତ୍ତିକ ଶେୟାର କରିଛନ୍ତି, ଯେଉଁଥିରେ ରାଜପାଲ ଯାଦବ ମଧ୍ୟ ନଜର ଆସୁଛନ୍ତି।

କହି ରଖୁଛୁ, ଏହି ଫିଲ୍ମ ୨୦୦୭ର ହରର୍‌ କମେଡି ‘ଭୁଲ୍‌ ଭୁଲୈୟା’ର ସିକ୍ୱେଲ। ଏହାକୁ ଅନିସ୍‌ ବଜମୀ ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ଅକ୍ଷୟ କୁମାର, ଶାଇନୀ ଆହୁଜା, ବିଦ୍ୟା ବାଲନ ଓ ଅମିଷା ପଟେଲ ଅଭିନୟ କରିଥିଲେ। ତେବେ ପାର୍ଟ ୨ରେ ମୂଳ ଫିଲ୍ମର ଦୁଇଟି ଗୀତ ମଧ୍ୟ ରହିବ। ପିଲ୍ମର ଶୁଟିଂ ଲକ୍‌ଡାଉନ ପୂର୍ବରୁ ହିଁ ସରିଯାଇଛି। ଫିଲ୍ମର ପୋଷ୍ଟର ବି ରିଲିଜ୍‌ ହୋଇସାରିଛି। ନିର୍ମାତାଙ୍କ ଅନୁସାରେ, ଫିଲ୍ମରେ ନୂଆ ଷ୍ଟାର୍‌କାଷ୍ଟକୁ ନେଇ ଏକ ଅଲଗା କାହାଣୀ ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.