ଭୁଲ ଭୁଲୈୟା ୨ : ଭୁଷଣ କୁମାର ଉପହାର ଭାବେ କାର୍ତ୍ତିକ ଆର୍ୟନଙ୍କୁ ଦେଲେ ୩.୭୨ କୋଟିର ସ୍ପୋର୍ଟସ କାର୍‌

ମୁମ୍ବଇ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ପାଇଁ ଏବେ ବହୁତ ଚର୍ଚ୍ଚାରେ । ଏହି ଫିଲ୍ମରେ କି କିଆରା ଆଡଭାନୀଙ୍କ ସହ ତବ୍ଦୁଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମ ବକ୍ସ ଅଫିସରେ ଭଲ ରିଟର୍ଣ୍ଣ ମଧ୍ୟ ଦେଇଛି । ଏ ପର୍ଯ୍ୟନ୍ତ ୧୮୫ କୋଟି ଟଙ୍କା ଆୟ କରିସାରିଲାଣି ।

ଫିଲ୍ମର ଜବରଦସ୍ତ ସଫଳତା ଦେଖି ଫିଲ୍ମର ପ୍ରଡ୍ୟୁସର ଭୁଷଣ କୁମାର କାର୍ତ୍ତିକ ଆର୍ୟନଙ୍କୁ ଏକ ଉପହାର ଦେଇଛନ୍ତି । ଏହି ଉପହାର ଏମିତି ସେମିିତି ନୁହେଁ ଏକ ସ୍ପୋର୍ଟସ କାର । ଯାହାର ଦାମ ରହିଛି ୩.୭୨ କୋଟି । ଭୁଷଣ କୁମାର କାର୍ତ୍ତିକ ଆର୍ୟନଙ୍କୁ ଏକ MCLAREN GT ସ୍ପୋର୍ଟସ କାର ଦେଇଛନ୍ତି ।

ଭାରତରେ ଏପରି କାର ପାଇଥିବା ଏକମାତ୍ର କଳାକାର ହେଉଛନ୍ତି କାର୍ତ୍ତିକ ଆର୍ୟନ । ଆର୍ୟନଙ୍କ ସହ ଗାଡ଼ିର ଫଟୋ ମଧ୍ୟ ସେୟାର କରାଯାଇଛି । ଏହି ଫଟୋରେ କାର୍ତ୍ତିକ ଭୁଷଣ କୁମାରଙ୍କ ସହ ଗାଡ଼ି ନିକଟରେ ପୋଜ ଦେଇଥିବା ଦେଖାଯାଇଛି ।

କାର୍ତ୍ତିକ ଆର୍ୟନଙ୍କ ପାଖରେ କେତେଗୁଡିଏ ସୌକୀନ କାର ରହିଛି । ଘର ଗ୍ୟାରେଜରେ ୪ ସୌ କୀନ କାର ରହିଛି । ଯାହା ମଧ୍ୟରେ ରହିଛି ସୁପର କାର ‘ଲେମ୍ବୋଗୀନ ୟୁଏସ୍‌ କ୍ୟାପସୁଲ’, ଏହାର ଦାମ ୪ କୋଟି ଟଙ୍କା । ଏହାଛଡ଼ା ଏହି ଅଭିନେତାଙ୍କ ପାଖରେ ‘ବିଏମଡବ୍ଲ୍ୟୁ ୫ ସିରିଜ’୫୨୦ ଡି ମଧ୍ୟ ରହିଛି । ଯାହାକୁ ସେ ୮୫ ଲକ୍ଷ ଟଙ୍କାରେ କିଣିଥିଲେ । ଏହି କାର ତାଙ୍କର ପ୍ରଥମ ଗାଡ଼ି ଥିଲା ।

୨୦୧୮ ରେ ରିଲିଜ ହୋଇଥିବା ଫିଲ୍ମ ସୋନୁ କି ଟିଟୁ କି ସ୍ୱିଟି ରୁ ଆରମ୍ଭ କରି ନିକଟରେ ରିଲିଜ ହୋଇଥିବା ଭୁଲ ଭୁଲେୟା ୨ ର ସଫଳତା ପରେ ଭୁଷଣ କୁମାର ଓ କାର୍ତ୍ତି କ ଆର୍ୟନଙ୍କ ଏକ ସଫଳ ଯୋଡି ବନିଯାଇଛି । ଏବେ ଏହି ଯୋଡି ଆଉ ଏକ ସୁନ୍ଦର ଫିଲ୍ମ ନେଇ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.