କୁନି କଣ୍ଟେଷ୍ଟାଣ୍ଟଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରି ହାରିଗଲେ ଅମିତାଭ, ଦେଖନ୍ତୁ କେମିତି ଥିଲା ଏହି ଦୃଶ୍ୟ

ଟେଲିଭିଜନ ଜଗତର ପ୍ରସିଦ୍ଧ କୁଇଜ ରିଆଲିଟି ଶୋ’ “କୌନ ବନେଗା କରୋଡ଼ ପତି” ତ୍ରୟୋଦଶ ସଂସ୍କରଣ ବର୍ତ୍ତମାନ ସମୟରେ ଜାରିରହିଛି । ସାଧାରଣ ଜନତାଙ୍କ ମନ ମୋହିବା ସହିତ ଖୁବ ଅଧିକ ଟିଆରପି ବି କମେଇବାରେ ଲାଗିଛି ଅମିତାଭଙ୍କ ଏହି ରିଆଲିଟି ଶୋ । ଏଭିତରେ ଅନେକ ସଂଖ୍ୟକ ପ୍ରତିଯୋଗୀ ମାନେ ଖୁବ ସୁନ୍ଦର ଉତ୍ତର ଦେଇ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା କମେଇ ବି ସାରିଲେଣି । ଏବେ ଏହି ଶୋ’ରେ ପିଲାମାନଙ୍କୁ ନେଇ ସ୍ପେଶାଲ ସପ୍ତାହର ଏପିସୋଡ଼ ମାନ ଜାରିରହିଛି । ଆଉ ଛୋଟ ବୟସର କଂଟେଷ୍ଟାଣ୍ଟ ମାନଙ୍କ ସହ ଅମିତାଭ ବି ଖୁବ ଖୁସି ଥିବା ଦେଖାଦେଇଛି । ଏମାନଙ୍କ ସହ ବିଗ ବି ବି ଖୁବ ଏନଜୟ କରୁଛନ୍ତି । ଆଉ ମଧ୍ୟ ଏହି କୁନି କୁନି ପ୍ରତିଯୋଗୀ ମାନେ ଦେଉଥିବା ଚ୍ୟାଲେଞ୍ଜକୁ ଖୁବ ମଜାର ସହ ନିଭାଉଥିବାର ନଜର ଆସିଛନ୍ତି ଅମିତାଭ । ଏମିତି ହିଁ ଏକ ମଜାଳିଆ ଦୃଶ୍ୟ ଏଇ ନିକଟରେ ଏକ ଏପିସୋଡ଼ରେ ଦେଖିବାକୁ ମିଳିଛି । ଜଣେ କୁନି ପ୍ରତିଯୋଗୀ ଦେଇଥିବା ଟ୍ୟାକ୍ସକୁ ଖୁବ ମଜାର ସହ ତୁଲାଉଥିବାର ଦେଖାଦେଇଛନ୍ତି ଅମିତାଭ । ପ୍ରକୃତରେ ପିଲାଟି ବିଗ-ବିଙ୍କୁ ନିଜ ଜିଭରେ ନାକକୁ ଛୁଇଁବାକୁ ନେଇ ଟାକ୍ସ ଦେଇଥିଲେ । ଏନେଇ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ଅମିତାଭ ଏହାକୁ କରିବାରେ ସଫଳ ହୋଇପାରି ନଥିଲେ । ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ସଫଳ ନହୋଇପାରିବାରୁ ଅମିତାଭ ଶେଷରେ ଚେଷ୍ଟା ଛାଡି ଦେଇଥିଲେ ।

ଚ୍ୟାନେଲ ପକ୍ଷରୁ ଇନ୍ଷ୍ଟଗ୍ରାମରେ ସେୟାର କରାଯାଇଥିବା ଏକ ଭିଡିଓରେ ଆପଣ ଦେଖିପାରିବେ କେମିତି ପିଲାଟି ହଟସିଟ ଉପରେ ବସି ଅମିତାଭଙ୍କ ସମେତ ଅନ୍ୟମାନଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛି । ଆଉ ପଚାରୁଛି ସେମାନେ ସମସ୍ତେ ଏହି ଟାସକ ଟିକୁ କରିପାରୁଛନ୍ତି ନା ନାହିଁ । ବିଗ ବିଙ୍କୁ ଏହି କାମ ଦେଇଛି ପିଲାଟି | କିନ୍ତୁ ଅମିତାଭ ଚ୍ୟାଲେଞ୍ଜ ନେଇଥିଲେ ମଧ୍ୟ କରିପାରିନାହାନ୍ତି । ଆଉ ସେ କହୁଛନ୍ତି ଜିଭ, ନିଶକୁ ଛୁଊଂଛି ସିନା ନାକ ଯାଏଁ ପହଂଚି ପାରୁନାହିଁ । ଆଉ ଏହା ପରେ କୁନି କନଟେଷ୍ଟାଣ୍ଟ ଜଣକ କହୁଣି ଟେକି ଜିଭକୁ ଛୁଇଁବାକୁ ଚେଷ୍ଟା କରିବାକୁ କହୁଥିଲେ ମଧ୍ୟ ସେଥିରେ ବି ସମସ୍ତେ ଅସଫଳ ଥିବା ଦେଖାଦେଇଛି । ଆଉ ଏହି ସମୟରେ ବିଗ ବି’ ଙ୍କ ପାଟିରୁ ବାହାରି ଆସୁଛି ଆରେ ବାପରେ ମୁଁ ଏହି କାମ କରିପାରିବି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.