କରୋନାରୁ ରକ୍ଷା ପାଇବାର ବାର୍ତ୍ତା ଦେଲେ ବିଗ ବି ଅମିତାଭ ବଚ୍ଚନ

ଚିନ, ଇଟାଲୀ, ଇରାନ ପରି ରାଷ୍ଟ୍ର ପରେ ଏବେ ଭାରତରେ ବି କରୋନା ନିଜ କାୟା ବିସ୍ତାର କରିବାକୁ ଲାଗିଲାଣି । ଭାରତର ଅନ୍ୟ ରାଷ୍ଟ୍ର ତୁଳନାରେ ମହାରାଷ୍ଟ୍ର ରାଜ୍ୟରେ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଏଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଦଭ ଠାକରେ କରୋନା ଭାଇରସର ସତର୍କତା ନେଇ ଫିଲ୍ମ ଜଗତର ବିଭିନ୍ନ କଳାକାର ମାନଙ୍କୁ ନେଇ ଏକ ଭିଡିଓ ପ୍ରସ୍ତୁତ କରି ଜାରି କରିଛନ୍ତି । ଏହି ଭିଡିଓଟିର ମୁଖ୍ୟ ଚରିତ୍ରରେ ଅଛନ୍ତି ବିଗ ବି ଅମିତାଭ ବଚ୍ଚନ ।

amitabh

ଏହି ଭିଡିଓ ଟିରେ ଅମିତାଭଙ୍କ ସମେତ ଅନିଲ କାପୁର, ମାଧୁରୀ ଦୀକ୍ଷିତ, ଅକ୍ଷୟ କୁମାର, ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂ , ବରୁଣ ଧାୱନ, ଆୟୁସ୍ମାନ ଖୁରାନା, ଆଲିଆ ଭଟ , ଶିଳ୍ପା ସେଟ୍ଟୀ ମଧ୍ୟ କରୋନାରୁ ରକ୍ଷା ପାଇବାର ତରିକା କହିଛନ୍ତି । ଗୁରୁବାର ହିଁ ମହାରାଷ୍ଟ୍ର ପୋଲିସ ରାହତ ଇନ୍ଦୋରଙ୍କ ଫଟୋ ସହିତ ଏକ ସତର୍କତା ମୂଳକ ସନ୍ଦେଶ ଦେଇଥିଲେ । କିନ୍ତୁ ଭିଡିଓଟି ମରାଠୀ ଭାଷାର ନହୋଇଥିବା କାରଣରୁ ଅନେକ ଟ୍ରଲ କରାଯାଇଥିଲା । ପ୍ରଖ୍ୟାତ ନିର୍ମାତା ଓ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ କମ୍ପାନୀ ରୋହିତ ସେଟ୍ଟୀଙ୍କ କମ୍ପାନୀ ସେଟ୍ଟୀ ଫିଚର୍ସ ତରଫରୁ ହିଁ ପ୍ରସ୍ତୁତ କରାଯାଇଛି ।

କହିରଖିବା ଉଚିତକି, ମୁମ୍ବାଇର ସମସ୍ତ ଫିଲ୍ମ ଓ ଟିଭି ସିରିଏଲର ସୁଟିଂ ଗୁଡିକୁ ମଙ୍ଗଳବାର ଠାରୁ ସମ୍ପୂର୍ଣ ରୂପେ ସ୍ଥଗିତ ରଖାଯାଇଛି । ଏମିତିକି ସୂର୍ଯ୍ୟବଂଶୀ ଓ ୮୩ ପରି ବଡ ବଜେଟ ଫିଲ୍ମର ରିଲିଜ ତାରିଖକୁ ବି ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ବଲିଉଡ ସମେତ ହଲିଉଡ଼ର ବିଭିନ୍ନ ଫିଲ୍ମ ଓ କାର୍ଯ୍ୟକମ ଗୁଡିକରେ ବି କରୋନା ପ୍ରଭାବ ଦେଖିବାକୁ ମିଳିଛି ।

 

 

Leave A Reply

Your email address will not be published.