ବଲିଉଡ଼ର ବିଗ ବି ଟ୍ୱିଟରରେ ପ୍ରକାଶ କଲେ ନିଜ ଦୁଃଖ, କିନ୍ତୁ କାହିଁକି

ବଲିଉଡ କଳାକାର ମାନେ ଅଧିକାଂଶ ସମୟ ବିଦେଶକୁ ଛୁଟି କଟାଇବାକୁ ଯାଇଥାନ୍ତି। ଭାରତରେ ପ୍ରଶଂସକ ଏବଂ ମିଡିଆ ଭୟରେ କଳାକରଙ୍କର ଘରୁ ବାହାରିବା କଷ୍ଟ ହୋଇଯାଇଥାଏ। ଏଥିପାଇଁ କଳାକାରମାନେ ବୁଲିବା ପାଇଁ ବିଦେଶ ଲୋକେସନ୍ ପସନ୍ଦ କରିଥାନ୍ତି। ଏବେ ନିକଟରେ ବଲିଉଡ ବିଗ୍ ବି କିଛି ଦିନର ଛୁଟି କାଟିପା ପାଇଁ ସ୍କଟଲାଣ୍ଡ ଯାଇଥିଲେ। ସେଠାରେ ତାଙ୍କ ସହ ଏପରି ଏକ ଘଟଣା ଘଟିଥିଲା ଯାହାକୁ ସେ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଥିଲେ ।

ବଲିଉଡର ସେହେନ୍ସା ଅମିତାଭ ବଚ୍ଚନଙ୍କ ସହିତ ସ୍କଟଲାଣ୍ଡରେ ଏକ ଅଜବ ଘଟଣା ଘଟିଥିଲା। ସେଠାରେ ସନ୍ଧ୍ୟା ସମୟରେ ଅଭିନେତା ଗ୍ଲାସଗୋ ସହରକୁ ବୁଲିବାକୁ ବାହାରିଥିଲେ। ସେଠାରେ ରାସ୍ତା ପାର୍ଶ୍ବରେ ଚାଲୁଥିବା ବେଳେ ତାଙ୍କ ପାଖରେ ଏକ କାର ଅଟକିଲା। କାର ଚାଳକ ତାଙ୍କୁ ଚିତ୍କାର କରି କହିଲା, ସଲମାନ ଖାନ କେମିତି ଅଛନ୍ତି ଆପଣ? ଯେଉଁଥିରେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଅଭିନେତା ।

ଯେଉଁ ବ୍ୟକ୍ତି ଅମିତାଭ ବଚ୍ଚନଙ୍କୁ ସଲମାନ ଖାନ କହିଥିଲେ ତାଙ୍କୁ ବଲିଉଡର ଅଳ୍ପ ବହୁତ ତଥ୍ୟ ଜଣାଅଛି । ଏଥିପାଇଁ ସେ ବଲିଉଡ଼ କଳାକାର ବୋଲି କେବଳ ସଲମାନ ଖାନଙ୍କୁ ହିଁ ଜାଣିଥିଲେ। କିନ୍ତୁ ବିଗ୍ ବି ଯିଏ ହିନ୍ଦି ସିନେମା ଜଗତରେ ପ୍ରାୟ ପାଞ୍ଚ ଦଶନ୍ଧି ହେବ ଅଭିନୟ କରୁଛନ୍ତି ତାଙ୍କୁ ଚିହ୍ନିବାରେ ସେ କେମିତି ଭୁଲ କଲେ। ଏହି ଦୁଃଖ ଟୁଇଟରରେ ପ୍ରକାଶ କରିଛନ୍ତି ସେହେନସା ଅମିତାଭ ।

Leave A Reply

Your email address will not be published.