କ୍ୟାଟ୍ରିନାଙ୍କ ପ୍ରଶ୍ନରେ ହସି ହସି ଗଡିଗଲେ ବିଗ ବି, ଆପଣ ବି ଟିକେ ମଜା ନିଅନ୍ତୁ

ଏଥରର କେବିଶି-13କୁ ଗ୍ରାହକ ମାନେ ଖୁବ ପସନ୍ଦ କରୁଛନ୍ତି । ଏମିତିରେ ଶୋ’ର ଟିଆରପି ଖୁବ ଅଧିକ ରହିଛି । ଗୋଟେ ପଟରେ ଦେଶର ସାଧାରଣ ନାଗରିକ ମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ପ୍ରତି ଶୁକ୍ରବାର ଦିନ କୌଣସି ଜଣେ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଖୁବ ନିକଟରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କେଫ ଯୋଡି ଅମିତାଭଙ୍କ ଏହି ଶୋ’ରେ ଯୋଗ ଦେବାକୁ ଯାଉଛନ୍ତି । ଏଇ ନିକଟରେ ଏହି ଶୋ” ର ଏକ ଭାଗ ଖୁବ ଭାଇରଲ ହେବାରେ ଲାଗିଛି । ପ୍ରକୃତରେ ଶୋ’ର ନିୟମକୁ ନେଇ କ୍ୟାଟ୍ରିନା ଏକ ପ୍ରଶ୍ନ ଅମିତାଭଙ୍କୁ ପଚାରି ଦେଇଥିଲେ । ଆଉ କ୍ୟାଟ୍ରିନାଙ୍କ ଠାରୁ ପ୍ରଶ୍ନ ଶୁଣିବା ପରେ ବିଗ ବି ଏକ ପ୍ରକାର ତାଟକା ଭାବରେ ଚାହିଁ ରହୁଛନ୍ତି । କିଛି ସମୟ ପାଇଁ ଯେମିତି ତାଙ୍କ ଚେହେରା ଦେଖିବା ଭଳି ହୋଇଛି । ଯିଏ ଦେଖିବ ହସି ହସି ଗଡିଯିବ । ଆଉ ଏମିତି ଏକ ଦୃଶ୍ୟରୁ ଖୁବ ପାଖରେ ବସିଥିବା ଅକ୍ଷୟ କୁମାର ବା ବାଦ ଯାଆନ୍ତେ କେମିତି । ଅମିତାଭଙ୍କ ମୁହଁର ଏମିତି ଚାହାଣିକୁ ଦେଖି ଅକ୍ଷୟ ବି ନିଜ ହସକୁ କଣ୍ଟ୍ରୋଲ କରିପାରି ନଥିଲେ । ଶୋ’ରେ ଯେମିତି ଏକ ଭିନ୍ନ ମାହୋଲ ଖେଳିଯାଇଥିଲା ।

 

ଏହି ଭିଡିଓଟିକୁ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ପସନ୍ଦ ମଧ୍ୟ କରାଯାଇଛି । ଖାଲି ସେତିକି ନୁହେଁ ଦର୍ଶକ ମାନେ ବି ଏହି ଏପିସୋଡ ଟିକୁ ଦେଖିବା ପାଇଁ ଚାହିଁ ବସିଛନ୍ତି । ଆଉ ଏକ ଦୃଶ୍ୟରେ ଆପଣ ଦେଖିପାରିବେ ଅମିତାଭ କ୍ୟାଟ୍ରିନାଙ୍କୁ ପଚାରୁଛନ୍ତି ଶୋ’ରେ ଏକ ବଡ ଧରଣର ଅର୍ଥ ରାଶି ଜିତିବା ପାଇଁ ଆପଣ କିଭଳି ଭାବରେ ପ୍ରସ୍ତୁତ ହୋଇଆସିଛନ୍ତି । ଜଵାବରେ କ୍ୟାଟ କହିଥିଲେକି ସେ ଇତିହାସ, ଭୂଗୋଳ ବାବଦରେ କିଛି କିଛି ପଢିଥିବା ବେଳେ ଗୁଗୁଲରୁ ଦେଖି ଦେଖି କିଛି କିଛି ପଢ଼ିଛନ୍ତି । ଯାହା ଫଳରେକୌଣସି ବି ପ୍ରଶ୍ନ ପଡିଲେ ସେ ସହଜରେ ଉତ୍ତର ଦେଇପାରିବେ । ଯେବେକି ସମାନ ପ୍ରଶ୍ନର ଉତ୍ତରରେ ଅକ୍ଷୟ କହିଛନ୍ତିକି ଏନେଇ ସେ କିଛି ବି ପ୍ରସ୍ତୁତି କରିନାହାନ୍ତି । ଯାହାବି ଆସିବ ସେ ଉତ୍ତର ଦେବେ । ଆଉ ଏହା ପରେ କ୍ୟାଟ୍ରିନାଙ୍କ ଏକ ପ୍ରଶ୍ନରେ ବିଗ ବି ତାଯୁବ ହୋଇଯାଇଛନ୍ତି । କ୍ୟାଟ୍ରିନା ପଚାରି ଦେଇଛନ୍ତି ଆମେ ସବୁ ଲାଇଫ ଲାଇନକୁ ମାତ୍ର ଥରେ ପାଇଁ ବ୍ୟବହାର କରିପାରିବୁ ନା । ପ୍ରତି ପ୍ରଶ୍ନରେ ଲାଇଫ ଲାଇନ ବ୍ୟବହାର କରିବୁ । ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଗ ବି । ଆଉ ବଦଳି ଯାଇଥିଲା ଶୋ’ ର ମାହୋଲ ।

Leave A Reply

Your email address will not be published.