ଆଜି ଅପରାହ୍ନ ୪.୩୦ରେ ଲାଇଭ୍‌ରେ ଆସିବେ ବଲିଉଡ୍‌ର ବଡ଼ ବଡ଼ କଳାକାର, କରିବେ ବଡ଼ ଘୋଷଣା

କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଗତ ଏକ ମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି। ଫଳରେ ସରକାରଙ୍କ ଚିନ୍ତା ବଢ଼ିଛି। ଲକ୍‌ଡାଉନ୍‌ ପରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ତଥାପି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସିନେମା ହଲ ଓ ମଲଗୁଡ଼ିକୁ ଖୋଲାଯାଇନାହିଁ। ଫଳସ୍ୱରୂପ ଏକାଧିକ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଅଛନ୍ତି। ଏହାକୁ ନଜରରେ ରଖି ବଲିଉଡ୍‌ର କେତେକ ବଡ଼ କଳାକାର ଏକ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ଭିଆଇପି ଟ୍ଵିଟରରେ ଏନେଇ ସୂଚନା ଦେଇଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ କଳାକାର ନିଜ ଫିଲ୍ମ ରିଲିଜ୍‌କୁ ନେଇ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଏହି ତାରକାଙ୍କ ମଧ୍ୟରେ ଅକ୍ଷୟ କୁମାର, ଅଜୟ ଦେବଗନ୍‌, ଅଭିଷେକ ବଚ୍ଚନ, ଆଲିଆ ଭଟ୍ଟ ଓ ବରୁଣ ଧଓ୍ଵନ୍‌ ସାମିଲ ଅଛନ୍ତି। ଟ୍ଵିଟ୍‌ରେ ଏହି ଷ୍ଟାରଙ୍କ ଫଟୋ ସହ ଲେଖାଯାଇଛି ‘ବଲିଉଡ୍‌ର ହୋମ୍‌ ଡେଲିଭରି’। ଏହି କଳାକାରମାନେ ଜୁନ୍‌ ୨୯ ସୋମବାର ଦିନ ଏକାସାଙ୍ଗେ ଲାଇଭରେ ଆସିବେ।

Alia-Barun will be seen in the film 'Shiddat', starring Sanjay ...

ନିଜ ପ୍ରିୟ କଳାକାର କ’ଣ ଘୋଷଣା କରିବେ ସେ ନେଇ ଦର୍ଶକଙ୍କ ମଧ୍ୟ ଉତ୍ସାହ ଲାଗି ରହିଛି। ଅଧିକାଂଶ ଫ୍ୟାନ୍‌ ଅକ୍ଷୟ କୁମାର ଓ ଅଜୟ ଦେବଗନ୍‌ଙ୍କ ଫିଲ୍ମ ବିଷୟରେ ଜାଣିବାକୁ ଇଚ୍ଛୁକ ଅଛନ୍ତି। ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌କୁ ନେଇ ଆଲିଆ ଓ ବରୁଣ ଧଓ୍ଵନ୍‌ ଦର୍ଶକଙ୍କ ଆକ୍ରୋଶର ଶିକାର ହେବେ ବୋଲି ଚର୍ଚ୍ଚା ହେଉଛି। ଅଧିକାଂଶ ଲୋକ ଏମାନଙ୍କ ଫିଲ୍ମକୁ ବୟକଟ୍‌ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.