ବିଗବସ ପ୍ରତିଯୋଗୀ ଆର୍ସିଙ୍କର ସେକ୍ସ ରାକେଟ ସହିତ ଅଛି ଲିଙ୍କ, ପାଲଟାରେ ଅଭିନେତ୍ରୀ ଦେଲେ ଏମିତି ଜବାବ 

ଜଣେ ମଡେଲରୁ ଅଭିନେତ୍ରୀ ପାଲଟିଥିବା ଆର୍ସି ଖାନ ଗୋଟେ ସମୟରେ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଆଉ ଏହା ପଛର ମୁଖ୍ୟ କାରଣ ଥିଲାଯେ ଆର୍ସି ହେଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଗାର୍ଲଫ୍ରେଣ୍ଡ । ଆଉ ଆର୍ସିଙ୍କର ଏହି ଉକ୍ତିକୁ ନେଇ ବିଗ ବସ ଘରେ ଚର୍ଚ୍ଚା ବେଶ ଜୋର ଧରିଥିଲା । ଗତ ବର୍ଷ ପୁନେ ପୋଲିସର କ୍ରାଇମବ୍ରାଞ୍ଚ ଶାଖା ପକ୍ଷରୁ ଆର୍ଶୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେ ସମୟରେ କୌଣସି ଏକ ସେକ୍ସ ରାକେଟ ସହ ଜଡିତ ଥିବା ନେଇ ଆର୍ସିଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆସିଥିଲା । ପୁନେ ସ୍ଥିତ ଏକ ହୋଟେଲରେ ଥିବାବେଳେ ଆର୍ସିଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । କିନ୍ତୁ ପୋଲିସ କଷ୍ଟଡିରେ ଥିବା ସମୟରେ ଆର୍ସି ଖୁବ ହୋହାଲ୍ଲା କରିଥିଲେ ଆଉ କୌଣସି ଉପାୟରେ ସେଠାରୁ ଖସି ଆସିଥିଲେ ।

ଆଉ ନିଜେ ଏକ ଭିଡିଓ ଜାରି କରି ସେଥିରେ ଷ୍ଟେଟମେଣ୍ଟ ଦେଇଥିଲେକି, ” ଆତ୍ମଘୋଷିତ ଭଗବାନ ରାଧେ ମା’ ବି ଏକ ସେକ୍ସ ରାକେଟ ସହିତ ଜଡିତ ଅଛନ୍ତି । ଆଉ ସେ ସମୟରେ ସେ ଏକ ପ୍ରୋଗ୍ରାମକୁ ନେଇ ପୁନେର ଏକ ହୋଟେଲରେ ଥିବାବେଳେ ରାତି ୧୨ଟା ୪୫ମିନିଟରେ ୧୦  ଜଣ କ୍ରାଇମବ୍ରାଞ୍ଚ ଅଫିସର ଆସି ତାଙ୍କୁ ଗିରଫ କରିଥିଲେ । ଆଉ ଏହା ପଛର ଏକ ମାତ୍ର କାରଣ ଥିଲାଯେ ସେ ଜଣେ ପାକିସ୍ତାନୀ ମୁସଲମାନ । ସେମାନେ ଆର୍ସିଙ୍କୁ ତାଙ୍କ ଆଇଡି ଓ ଅଫିସିଆଲ ଡକ୍ୟୁମେଂଟସ ମାଗିଥିଲେ । ଆର୍ସିଙ୍କ କହିବା ଅନୁଯାୟୀ ସନ୍ଦୀପ ପାଟିଲ ନାମକ ଜଣେ ବରିଷ୍ଠ ଇନ୍ସପେକ୍ଟର ଏବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଆଉ ସେହି ସମୟରେ ଏକ ରେକର୍ଡରରେ ସେ ସବୁ କଥାକୁ ଆର୍ସି ରେକର୍ଡ କରିନେଇଥିଲେ । ସେହି ସମୟରେ ସେହି ଅଫିସର ମାନେ ଆର୍ସିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ ।

ଗତ ବର୍ଷ ବି ଆର୍ସିଙ୍କୁ ନେଇ ଆଲୋଚନା ଜୋର ଧରିଥିଲା । ସେସମୟରେ ଅଭିଯୋଗ ଉଠିଥିଲାକି ଆର୍ସିଙ୍କର ପାକିସ୍ଥାନୀ କ୍ରିକେଟର ସାହିଦ ଆଫ୍ରିଦିଙ୍କ ସହିତ ଶାରୀରିକ ସମ୍ପର୍କ ଥିଲା । ଆଉ ସେସମୟରେ ଆର୍ସି ଓଲଟା ପ୍ରଶ୍ନ କରିଥିଲେକି କଣ ଭାରତୀୟ ଗଣମାଧ୍ୟମ ଠାରୁ ଅନୁମତି ନେଇ କାହା ସହିତ ଶୋଇବେ ? ଏହା ତାଙ୍କ ବ୍ୟକ୍ତିଗତ ବ୍ୟାପାର । ନିଜ ପ୍ରେମ କାରଣରୁ ଏପରି କରିଥିବା ଆର୍ସି କହିଛନ୍ତି । ଆଉ ଏହାର କିଛି ଦିନ ପରେ ଏକ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲାକି ଆର୍ସି ଗର୍ଭବତୀ ଅଛନ୍ତି । କିନ୍ତୁ ପରେ ଆର୍ସି ଏହି କଥାକୁ ଖଣ୍ଡନ କରିଥିଲେ ।

Leave A Reply

Your email address will not be published.