IIFA 2024 ବଡ଼ ପରିବର୍ତ୍ତନ, ଏଥର ସାମିଲ ହେବ ସାଉଥ ଫିଲ୍ମ

ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଆଓ୍ଵାଡ ଶୋ’ IIFA 2024 । ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଶୋ’ଟି ଏହି ମାସ ଆରମ୍ଭ ହେଉଥିବା ବେଳେ, ପ୍ରଥମ ଥର ପାଇଁ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ହିନ୍ଦୀ ସମେତ ଅନ୍ୟ ଚାରୋଟି ଭାଷାର ଫିଲ୍ମ ଏହି ଶୋ’ରେ ସାମିଲ ହେବାକୁ ଯାଉଛି । ସେହି ଚାରୋଟି ଭାଷା ହେଉଛି, ତାମିଲ, ତେଲୁଗୁ, ମାଲାୟାଲମ୍‌ ଓ କନ୍ନଡ ।

ଏହା ବ୍ୟତୀତ, IIFA 2024 ଶୋ’ ୩ ଦିନ ଧରି ଚାଲିବାର ଯୋଜନା ରହିଛି । ଆବୁଧାବିରେ ଆୟୋଜିତ ହେବାକୁ ଯାଉଥିବା ଏହି ଶୋ’ ୨୭ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।
ତିନି ଦିନର କାର୍ଯ୍ୟସୂଚୀ :-

ପ୍ରଥମ ଦିନ – ତାମିଲ, ତେଲୁଗୁ, ମାଲାୟାଲମ୍‌, ଓ କନ୍ନଡ ଫିଲ୍ମଗୁଡ଼ିକୁ ପୁରସ୍କାର ଦିଆଯିବ ।
ଦ୍ୱିତୀୟ ଦିନ – ହିନ୍ଦୀ ଫିଲ୍ମଗୁଡ଼ିକୁ ପୁରସ୍କାର ଦିଆଯିବ।
ତୃତୀୟ ଦିନ ମ୍ୟୁଜିକ୍‌ ନାଇଟ୍‌ ପାଳନ କରାଯିବ ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ IIFA ସହ ଜଡିତ ସମସ୍ତ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ କରନ୍‌ ଜୋହର, ରାଣା ଡଗଗୁଦତୀ, ସିଦ୍ଧାନ୍ତ ଚାଟୁର୍ବେଦୀ, ଅଭିଷେକ୍‌ ବାନାର୍ଜୀ, ଏବଂ ଶାହାରୁଖ ଖାନଙ୍କ ସମେତ ଅନ୍ୟ କଳାକାରମାନେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like