ଏନର୍ଜି ଡ୍ରିଙ୍କ୍ ନାଁରେ ଆସିଲା ବଡ ଅଭିଯୋଗ, କୋଟି କୋଟି ଟଙ୍କା ଠକେଇରେ ଶିକାର ୨୫ଜଣ ସେଲିବ୍ରେଟି

ବିଜ୍ଞାପନକୁ ନେଇ ବଡ଼ ଠକେଇ । ଏମିତି ଅଭିଯୋଗ ଆଣିଛନ୍ତି ମୁମ୍ବାଇର କିଛି ସେଲିବ୍ରେଟି । ଏନେଇ ସେମାନେ ମାମଲା ମଧ୍ୟ ରୁଜୁ କରିଛନ୍ତି । ବିଜ୍ଞାପନ କରାଇବା ପରେ ପଇସା ନଦେବାରୁ କେସ୍ ଫାଇଲ୍ କରିଛନ୍ତି ଏହି ସେଲିବ୍ରେଟି । ସେଲିବ୍ରେଟିମାନେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେଲିବ୍ରେଟି ମ୍ୟାନେଜମେଣ୍ଟ କମ୍ପାନୀ ସହିତ ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ଏନର୍ଜି ଡ୍ରିଙ୍କ୍ ବିଜ୍ଞାପନ ନାମରେ ସେଲିବ୍ରେଟିମାନେ କରିଛନ୍ତି ସଙ୍ଗୀନ ଅଭୀଯୋଗ । ଏହି ବିଜ୍ଞାପନ କମ୍ପାନୀ ଦ୍ୱାରା ପ୍ରାୟ ୨୫ ଜଣ ବଡ ବଡ ସେଲିବ୍ରେଟି ଏହି ଠକେଇର ଶିକାର ହୋଇଛନ୍ତି । ସେହି ୫ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ୍ ଷ୍ଟେସନରେ ଅଭିଯୋଗ କରାଯାଇଛି ।  ବିଜ୍ଞାପନ କମ୍ପାନୀ ପ୍ରାୟ ସେଲିବ୍ରେଟିଙ୍କର ପ୍ରାୟ ୧.୫ କୋଟି ଟଙ୍କା ବାକି ରଖିଛନ୍ତି ବୋଲି ଅଭିଯୋଗରେ କୁହାଯାଇଛି । ତନିଶ ଛେଡଜା, ମନୁ ଶ୍ରୀବାସ୍ତବ, ଫୈସଲ ରଫିକ, ଅବଦୁଲ ଏବଂ ରିତିକ୍ ପାଞ୍ଚାଲ ଏହି ଠକେଇରେ ଲିପ୍ତ ରହିଥିବା ଅଭିଯୋଗରୁ ଜାଣିବାକୁ ମିଳୁଛି । ସେଲିବ୍ରେଟୀ ମ୍ୟାନେଜମେଣ୍ଟ କମ୍ପାନୀକୁ ଚଲାଉଥିବା ରୋଶନ ଗ୍ୟାରୀଙ୍କ ଆଧାରରେ ମାମଲା ରୁଜୁ କରାଯାଇଛି ।ଏପରି ଠକେଇ ପାଇଁ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟିମାନେ ପ୍ରଭାବିତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୂଯାୟୀ, ସେଲିବ୍ରେଟି ମ୍ୟାନେଜମେଣ୍ଟ କମ୍ପାନୀକୁ ଏକ ଫୋନ୍ ଆସିଥିଲା । ତାଙ୍କର  ବିଜ୍ଞାପନ ପାଇଁ ୨୫ଜଣ ସେଲିବ୍ରେଟିଙ୍କର ଆବଶ୍ୟକତା ରହିଛି । ୧୦ ଲକ୍ଷ ଅଗ୍ରୀମ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।  କିନ୍ତୁ କୌଣସି ପେମେଣ୍ଟ କରିନଥିଲେ ।

ବିଜ୍ଞାପନ ପାଇଁ ୧୦୦ ଜଣ ସେଲିବ୍ରେଟିଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚୟନ କରାଯାଇଥିଲା । ସେଲିବ୍ରେଟିଙ୍କୁ ୧.୩୨ କୋଟି ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି  ଦେଇଥିଲେ । ଏଥିପାଇଁ ୧୫ ଲକ୍ଷ ଟଙ୍କା ଚେକ୍ ର  ଫଟୋ ମଧ୍ୟ ପଠାଇଥିଲେ । ଏହା ପରେ ରୋଶନ ବିଶ୍ବାସ କରି ବିଜ୍ଞାପନ ପାଇଁ ସୁଟିଂ ଜାରି କରିଥିଲେ । ୩୫ ଦିନ ମଧ୍ୟରେ ସମସ୍ତ ଟଙ୍କା ଦେବା ପାଇଁ ଚୁକ୍ତି କରିବା ସହିତ ସୋସିଆଲ ମିଡିଆରେ ସମସ୍ତ  ବିଜ୍ଞାପନକୁ ଅପଲୋଡ କରିଥିଲେ । ବହୁ ପ୍ରଭାବକାରୀ ସେଲିବ୍ରେଟି ‘ସ୍କାଏ ୬୩’ ଏନର୍ଜି ଡ୍ରିଙ୍କ୍ ପାଇଁ ସୁଟିଂ  କରିଥିଲେ ।

ଦାଦରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେଲିବ୍ରେଟିଙ୍କୁ ୨ ଲକ୍ଷ ଏବଂ ୯୦,୦୦୦ ଟଙ୍କାର ଚେକ୍ ଦିଆଯାଇଥିଲା । କିନ୍ତୁ ସେ ଚେକଟି ବାଉନ୍ସ କରିଯାଇଥିଲା ।  ଅଭିଯୁକ୍ତଙ୍କ ସହ ରୋଶନ ଯୋଗାଯୋଗ କରିବାରୁ, କୁହାଯାଇଥିଲା ଯେ, ମୁଦ୍ରା ବିନିମୟ ଅନୁସାରେ ଦୁବାଇରୁ ୨୨.୫ ଲକ୍ଷ ଟଙ୍କା ଟ୍ରାନ୍ସପର କରାଯିବ । ୨ ଦିନ ପରେ ମଧ୍ୟ ବ୍ୟାଙ୍କକୁ ଟଙ୍କା  ଆସି ନଥିଲା । ଚେକ୍ ବାଉନ୍ସ ହୋଇଯିବାରୁ ସେଲିବ୍ରେଟିମାନେ ତାଙ୍କର ଟଙ୍କା ପାଇ ପାରିନଥିଲେ।

ଅଭିଯୋଗକାରୀଙ୍କ ଅନୁଯାୟୀ, ସେଲିବ୍ରେଟି ମ୍ୟାନେଜମେଣ୍ଟ କମ୍ପାନୀରୁ ୧.୩୨ କୋଟି ଟଙ୍କା ଓ ରୋଶନଙ୍କ ବ୍ୟକ୍ତିଗତ ପାଣ୍ଠିରୁ ୧୬.୯୧ ଲକ୍ଷ ଟଙ୍କା ଠକେଇ ହୋଇଛି । ସେମାନଙ୍କ ଅଭିଯୋଗ ପରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ମୁମ୍ବାଇ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି।

Also Read : ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର. ରେହମାନ