‘ବିଗ୍ ବସ୍’ ଫେମ୍ ହିମାଂଶୀ ଖୁରାନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲ ବେଡରେ ବସି ଲଗାଇଲେ ଲିପଷ୍ଟିକ୍

ରିୟାଲିଟି ଶୋ’ ‘ବିଗ୍ ବସ୍ ୧୩’ରେ ନଜର ଆସିଥିବା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ଅସୁସ୍ଥ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସୋସିଆଲ ମିଡିଆରେ ନିଜର କେତେଗୁଡ଼ିଏ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନମାନଙ୍କ ଚିନ୍ତା ବଢ଼ିଯାଇଛି । ହସ୍ପିଟାଲ ବେଡରେ ବସି ସେ ମେକ୍ ଅପ୍ କରୁଥିବାର ନଜର ଆସିଛନ୍ତି । ଏହି ସମୟର ଫଟୋ ସେ ପୋଷ୍ଟ କରିବା ପରେ ଫ୍ୟାନମାନେ ମଜାଳିଆ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
ହିମାଂଶୀ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଏଥିରେ ସେ ହସ୍ପିଟାଲ ବେଡରେ ବସି ମେକ୍ ଅପ୍ କରୁଛନ୍ତି । ପୋଷ୍ଟରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ‘କୌଣସି ଫାଇଦା ନାହିଁ, ଡାକ୍ତର ଫି କମାଇବେ ନାହିଁ’ । ଅନ୍ୟ ଜଣେ ଲେଖିଛନ୍ତି, ‘ଯାହା ହେଉନା କାହିଁକି, ଝିଅମାନେ ଲିପଷ୍ଟିକ୍ ଲଗାଇବା ଛାଡ଼ିବେ ନାହିଁ’ ।
ଆଉ ଜଣେ ହିମାଂଶୀଙ୍କ ପୂର୍ବତନ ପ୍ରେମିକା ଅସୀମ ରିଆଜଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି, ‘ଅସୀମ ଭାଇ, ହିମାଂଶୀଙ୍କ ହାଲଚାଲ୍ ବିଷୟରେ ପଚାରି ବୁଝି ନିଅନ୍ତୁ’ । ଜଣେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘ଝିଅମାନେ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ମେକ୍ ଅପ୍ କରୁଥିବେ, ଜୀବନ ଯାଉ ପଛେ, ମେକ୍ ଅପ୍ ନ ଯାଉ’ ।
କହି ରଖୁଛୁ, ଅସୀମ ଓ ହିମାଂଶୀ ‘ବିଗ୍ ବସ୍ ୧୩’ରେ ପରସ୍ପରକୁ ଭେଟିଥିଲେ । ସେଠାରେ ହିଁ ଅସୀମ ହିମାଂଶୀଙ୍କୁ ନିଜର ପ୍ରେମ ବ୍ୟକ୍ତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା ।
ତେବେ ହିମାଂଶୀ କେଉଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ତାହା ବିଷୟରେ ସେ କହିନାହାନ୍ତି । ହିମାଂଶୀଙ୍କର ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ଥରେ ସେ PCOS ସହ ସଂଘର୍ଷ କରୁଥିବାର ଖୁଲାସା କରିଥିଲେ, ଯାହାର ପ୍ରଭାବ ତାଙ୍କ କ୍ୟାରିୟର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା ।