ବିଗ୍‌ବସ୍‌ ୧୩ ପ୍ରିମିୟର ପୂର୍ବରୁ ସାମ୍ନାକୁ ଆସିଲା ୩ ଜଣ ସଦସ୍ୟଙ୍କ ଚେହେରା, ଜାଣନ୍ତୁ ସେ କିଏ

ବିଗ୍‌ବସ୍‌ ୧୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ଆଉ ମାତ୍ର କିଛି ଘଣ୍ଟା ପରେ ଶୋ’ର ପ୍ରିମିୟର ହେବ ଏବଂ ୧୩ ଜଣ କଣ୍ଟେଷ୍ଟାଣ୍ଟଙ୍କ ବିଷୟରେ ଜଣାପଡ଼ିବ। ଇତିମଧ୍ୟରେ ଶୋ’ର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିଗ୍‌ବସ୍‌ ଘରକୁ ପ୍ରବେଶ କରିବାକୁ ଥିବା ୩ଜଣ ସଦସ୍ୟଙ୍କୁ ଦେଖିବାକୁ ମିଳିଛି। ତେବେ ଖାସ୍‌ କଥା ହେଉଛି ଏହି ତିନି ଜଣ ଟିଭି ସିରିୟଲ୍‌ର ଚର୍ଚ୍ଚିତ ଚେହେରା।

ଏହାସହ ପଢନ୍ତୁ: ବିଗ୍‌ବସ୍‌ ୧୩ ଆରମ୍ଭ ହେବା ପୂର୍ବରୁ ସାମ୍ନାକୁ ଆସିଲା ଘରର ଭିଡିଓ

ବିଗ୍‌ବସ୍‌ର ଟ୍ଵିଟର ଆକାଉଣ୍ଟରେ ଦୁଇଟି ପ୍ରୋମୋ ଭିଡ଼ିଓ ପୋଷ୍ଟ କରାଯାଇଛି। ଏଥିରେ ଦେଖିବାକୁ ମିଳିଥିବା ସଦସ୍ୟ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ରଶ୍ମି ଦେସାଇ ଓ ଦେବୋଲିନା ଭଟ୍ଟାଚାର୍ଯ୍ୟ। ଭିଡ଼ିଓରେ ତିନି ଜଣ ଡ୍ୟାନ୍ସ କରୁଛନ୍ତି। ଭିଡ଼ିଓ ଉପରେ କ୍ୟାପସନ୍‌ରେ ଲେଖାଯାଇଛି ଏହି ବୋହୂ ଏବେ ନିଜ ସେକ୍ସି ଅନ୍ଦାଜ ଦେଖାଇବେ।

ଦେଖନ୍ତୁ ଭିଡିଓ:

ପୂର୍ବରୁ ବିଗ୍‌ବସ୍‌ ୧୩ର ପ୍ରମୋସନ୍‌ ପାଇଁ ସଲମାନ ଖାନ୍‌ ଡ୍ୟାନ୍ସ ଦିଓ୍ଵାନେ ଶୋରେ ପହଞ୍ଚିଥିଲେ। ଏ ଅବସରରେ ସେ ମାଧୁରୀ ଦୀକ୍ଷିତ୍‌ଙ୍କୁ ବିଗ୍‌ବସ୍‌ ହାଉସ୍‌ ମଧ୍ୟ ବୁଲାଇ ଦେଖାଇଥିଲେ। ମାଧୁରୀ ଓ ସଲମାନ ବିଗ୍‌ବସ୍‌ ହାଉସ୍‌ରେ ଏକାଠି ଅନେକ ଗୁଡ଼ିଏ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ।