Categories: ମନୋରଂଜନ

ବିଗ୍‌ ବସ୍‌ ଶୋ’ ପାଇଁ ବଢ଼ିଲା ସଲମାନଙ୍କ ଫିସ୍‌, ଜାଣନ୍ତୁ ଏବେ ପ୍ରତ୍ୟେକ ଏପିସୋଡ୍‌ ପାଇଁ ପାଇବେ କେତେ କୋଟି

ଟେଲିଭିଜନର ଲୋକପ୍ରିୟ ଶୋ’ ବିଗ୍‌ ବସ୍‌ ୧୩ କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏହି ଶୋ’ ଦର୍ଶକଙ୍କୁ ମଧ୍ୟ ଏଣ୍ଟରଟେନମେଣ୍ଟ କରିପାରିଛି। ଏହିକାରଣରୁ ବିଗ୍‌ ବସ୍‌ ଟିଆରପି ରେ ମଧ୍ୟ ସବୁଠାରୁ ଆଗରେ ରହିଛି। ଗତ କିଛି ଦିନ ପୂର୍ବରୁ ସଲମାନ ଖାନ୍‌ ବିଗ୍‌ ବସ୍‌ରୁ ଅଲବିଦା କହିବାର ଖବର ସାମ୍ନାକୁ ଆସିଥିଲା କିନ୍ତୁ ବର୍ତ୍ତମାନ ସୂଚନା ଅନୁଯାୟୀ ମେକର୍ସ ସଲମାନଙ୍କୁ ଅଧିକ ଫିସ୍‌ ଦେବା ପାଇଁ ନିଷ୍ପତି କରିଛନ୍ତି।
ସୂଚନା ମୁତାବକ ବିଗ୍‌ ବସ୍‌ ରେ ଏହି କିଛି ଦିନ ହେବ ମେକର୍ସ ଲଗାତାର ଟ୍ଵିଷ୍ଟ ଦେବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ଶୋ’ ର ସମୟ ମଧ୍ୟ ବଢାଯାଇଛି। ଏହା ମଧ୍ୟରେ ଶୋ’ ର ଫାଇନାଲ ଡେଟ୍‌ ମଧ୍ୟ ସାମ୍ନାକୁ ଆସି ସାରିଛି। ସାଧାରଣତଃ ଏହି ଶୋ’ ତିନି ମାସ ପାଇଁ ହୋଇଥାଏ କିନ୍ତୁ ରିପୋର୍ଟ ଅନୁଯାୟୀ ଶୋ’ କୁ ଆହୁରି ୫ ସପ୍ତାହ ବଢାଯାଇଛି। ରିପୋର୍ଟ ମୁତାବକ ବିଗ୍‌ ବସ୍‌ ର ଫାଇନାଲ ରାଉଣ୍ଡ ୧୬ ଫେବୃଆରୀ ୨୦୨୦ ରେ ସୁଟିଂ କରାଯିବ।

ବିଗ୍‌ ବସ୍‌ ୧୩ ଆହୁରି ୫ ସପ୍ତାହ ଆଗକୁ ବଢାଇବାର ଖବର ସାମ୍ନାକୁ ଆସିବା ପରେ ସଲମାନ ଖାନ୍‌ ଶୋ’ କୁ ଅଲବିଦା କହିପାରନ୍ତି। ଖବର ଅନୁଯାୟୀ ସଲମାନଙ୍କ ଆଗାମୀ ଫିଲ୍ମ ‘ରାଧେ-ୟୋର ମୋଷ୍ଟ ଓ୍ଵାଣ୍ଟେଡ ଭାଇ’ ର ସିଡ୍ୟୁଲ ପୂର୍ବରୁ ସ୍ଥିର ହୋଇସାରିଛି। ଏଥିସହ ଫିଲ୍ମ ସହ ଜଡିତ ଅନ୍ୟ ଷ୍ଟାର୍ସମାନଙ୍କ ଡେଟ୍‌ ମଧ୍ୟ ସ୍ଥିର ହୋଇସାରିଛି। ଏହିକାରଣରୁ ବିଗ୍‌ ବସ୍‌ ପାଇଁ ସୁଟିଂ କରିବା ସଲମାନଙ୍କ ପାଇଁ କଷ୍ଟକର ହୋଇପାରେ। କିନ୍ତୁ ସଲମାନଙ୍କୁ ରୋକିବା ପାଇଁ ବର୍ତ୍ତମାନ ବିଗ୍‌ ବସ୍‌ ପକ୍ଷରୁ ଜୋରଦାର ଚେଷ୍ଟା କରାଯାଉଛି। ବର୍ତ୍ତମାନ ଏହିକାରଣରୁ ମେକର୍ସ ସଲମାନଙ୍କ ଫିସ୍‌ ବଢାଇବାକୁ ମଧ୍ୟ ସ୍ଥିର କରିଛନ୍ତି। ରିପୋର୍ଟ ଅନୁଯାୟୀ ସଲମାନଙ୍କ ଫିସ୍‌ରେ ପ୍ରତିଦିନ ୨ କୋଟି ବଢାଯାଇଛି। ବର୍ତ୍ତମାନ ସେ ପ୍ରତ୍ୟେକ ଏପିସୋଡ୍‌ ପାଇଁ ୮.୫ କୋଟି ଟଙ୍କା ନେବେ। ପୂର୍ବରୁ ସେ ସୁଟିଂ ପାଇଁ ୬.୫ କୋଟି ନେଉଥିଲେ।

ଏହାସହ ପଢନ୍ତୁ: ସୈଫ୍‌ଙ୍କୁ କାହିଁକି ଦୁଇ ଥର ବିବାହ ପାଇଁ ମନା କରିଥିଲେ କରୀନା, ସାତ ବର୍ଷ ପରେ କଲେ ଖୁଲାସା

ସଲମାନଙ୍କ କହିବା ଅନୁଯାୟୀ ସେ ସ୍ପଷ୍ଟ କରିଛନ୍ତି ନିଜର ଫିଲ୍ମ ପାଇଁ କମିଟ୍‌ମେଣ୍ଟରେ ସେ ଚାହୁଁନଥିଲେ ବିଗ୍‌ ବସ୍‌ କୁ ଆଗକୁ ବଢାଯାଉ, ଯାହା ପରେ କଲର୍ସ ଚ୍ୟାନେଲ ତାଙ୍କର ଫିସ୍‌ ବଢାଇବାକୁ ସ୍ଥିର କରିଛି।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

3 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

3 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago