ୱିକେଣ୍ଡ କା ବାରରେ ସଲମାନ ନେଲେ ଘରୱାଲାଙ୍କ କ୍ଲାସ, ଏହି ସଦସ୍ୟ ହେଲେ ଘରୁ ବେଘର

ଆଜିକାଲି ବିଗବସରେ ଖୁବ ବୋବାଲ ଚାଲିଛି । ୱାଇଲ୍ଡ କାର୍ଡ ଏଣ୍ଟ୍ରି ପରେ ଘରେ ଅନେକ ପରିବର୍ତ୍ତନ ଆସିଛି । ଲଗାତାର ଟ୍ଵିଷ୍ଟ ପରେ ମଧ୍ୟ ଶୋ ଖୁବ ଟିଆରପିରେ ରହିଛି । ଗତ ସପ୍ତାହରେ ଟାସ୍କ ସମୟରେ ଅନେକ ହଙ୍ଗାମା ହୋଇଥିଲା ସେଥିପାଇଁ ୱିକେଣ୍ଡ କା ବାରରେ ସଲମାନ ଖାନ ସମସ୍ତ ଘର ଲୋକଙ୍କର ପୁରା କ୍ଲାସ ନେଇଛନ୍ତି ।

Bigg Boss 13

ଶୋ’ ରେ ସଲମାନ ଖାନ ସିଦ୍ଧାର୍ଥ ଶୁକ୍ଳା ସହିତ ମାହିରା, ପାରସ ଏବଂ ଶହନାଜଙ୍କୁ ଗାଳି କରିଛନ୍ତି । ସଲମାନ ସିଦ୍ଧାର୍ଥଙ୍କୁ ନିଜ ରାଗ ଉପରେ ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହିତ ଘରେ ଗାଳି ଦେଇଥିବା କାରଣରୁ ମାହିରାଙ୍କୁ ମଧ୍ୟ ବହୁତ ଶୁଣାଇଛନ୍ତି ।

Bigg Boss 13

ଶୋ ସମୟରେ ପାରସ ଆରୋପ ଲଗାଇଥିଲେ ଯେ ସିଦ୍ଧାର୍ଥଙ୍କ ପାଇଁ ତାଙ୍କ ହାତରେ ଆଘାତ ଲାଗିଛି । ଏହାର ଉତ୍ତରରେ ସଲମାନ ଖାନ କହିଥିଲେ ଯେ ପାରସ ମୁଁ ସମସ୍ତ ଭିଡିଓ କ୍ଲିପକୁ ବାରମ୍ବାର ରିପିଟ କରି ଦେଖିଛି କିନ୍ତୁ ସେଥିରେ ସଫା ସଫା ଦେଖାଯାଉଛି ଯେ ସିଦ୍ଧାର୍ଥଙ୍କ ପାଇଁ ତୁମ ହାତରେ ଆଘାତ ଆସିନାହିଁ ।

 

Bigg Boss 13

ଏହାସହ ପଢନ୍ତୁ କେବିସି- ୧୧ ସୋ’ର ପିଛା ଛାଡ଼ୁନି ବିବାଦ, ଏହି କାରଣରୁ ଅମିତାଭ ବଚ୍ଚନ ମାଗିଲେ ଦେଶବାସୀଙ୍କୁ କ୍ଷମା

ଏଇ ସପ୍ତାହରେ ଘରୁ ବେଘର ହେବାପାଇଁ ୭ ଜଣ ସଦସ୍ୟ ନୋମିନେଟ ହୋଇଥିଲେ । ନୋମିନେଟେଡ଼ ସଦସ୍ୟଙ୍କ ମଧ୍ୟରେ ସିଦ୍ଧାର୍ଥ ଶୁକ୍ଳା, ଶହନାଜ ଗିଲ, ସେଫାଲି ଜରିୱାଲା, ପାରସ ଛାବଡ଼ା, ଅରହାନ ଖାନ, ତହସୀନ ପୁନାୱାଲା ଏବଂ ମାହିରା ଶର୍ମା ରହିଥିଲେ । ତେବେ ସବୁଠାରୁ କମ ଭୋଟ ମିଳିବା କାରଣରୁ ତହସୀନ ପୁନାୱାଲା ଏହି ଶୋ’ରୁ ବାହାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.