ଆଉ କିଛି ଦିନ ପରେ ଆରମ୍ଭ ହେବ ‘Bigg Boss 14’, ଆସନ୍ତୁ ତାପୂର୍ବରୁ ଦେଖିନେବା ଏଥର ବିବି ହାଉସ୍‌ କେମିତି ହେବ

କୋଭିଡ୍‌-୧୯ ଦୁନିଆକୁ ପୂରାପୁରି ବଦଳାଇ ଦେଇଛି। ଏହି ପରିବର୍ତ୍ତନ ବିଗବସ୍‌ ଘରେ ବି ଦେଖିବାକୁ ମିଳିବ। ବିଗବସ୍‌-୧୪ ଏବେ ନ୍ୟୁ ନର୍ମାଲରେ ଅଛି। ନିକଟରେ ସଲମାନ୍‌ ଖାନ୍‌ ଭିଡିଓ କନଫେରେନ୍ସିଂ ଜରିଆରେ ଶୋ ବିଷୟରେ କହିଛନ୍ତି। ଏଥର ଶୋରେ ଅନେକ ଏମିତି କିଛି ହେବାକୁ ଯାଉଛି ଯାହା ପୂର୍ବରୁ କେବେବି ହୋଇନଥିଲା। ଏତିକି ନୁହେଁ ବିଗବସ୍‌ ଘର ବି ପୂର୍ବ ଠାରୁ ବିଲକୁଲ୍‌ ଅଲଗା ହେବ। ଏବେ ଯେତେବେଳେ ବିଗବସ୍‌ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି ତାହେଲେ କାହିଁକି ତାପୂର୍ବରୁ ଘରର ସାନଦାର ଫଟୋ ନ ଦେଖିବେ। ଆସନ୍ତୁ ଥରେ ନଜର ପକାଇବା ଏଥର ବିଗବସ୍‌ ଘର ଭିତରର କିଛି ଫଟୋ।

ବିଗବସ୍‌ ଘରେ ପ୍ରଥମ ଥର ରେସ୍ତୋରାଁ, ସ୍ପା, ଥିଏଟର ଏବଂ ମଲ୍‌ ହେବ। ଯଦିଓ ଏହାର ସୁବିଧା ଟାସ୍କ ଜିତିଥିବା ପ୍ରତିଯୋଗୀଙ୍କୁ ମିଳିବ। କରୋନା କାଳରେ ଲୋକମାନେ ବିଗବସକୁ ଖୁବ୍‌ ମିସ୍‌ କରିଛନ୍ତି। ଏମିତିରେ ମେକର୍ସ ଶୋ ଜରିଆରେ ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଏହାର ଇମ୍ପୋଟାନ୍ସ ଦେଖାଇବାକୁ ଚାହୁଁଛନ୍ତି।

sallmanଏହା ହେଉଛି ବିଗବସର ଥିଏଟର ରୁମ୍‌। ଯେଉଁଠି ପପକର୍ଣ୍ଣ ସହିତ ସିନେମା ଦେଖିବାର ବି ମଜା ନେଇପାରିବେ ପ୍ରତିଯୋଗୀ। ଥିଏଟର ରୁମର ଥୀମ ନୀଳ ରଙ୍ଗର କରାଯାଇଛି। ଫଟୋରେ ସଲମାନ ପପକର୍ଣ୍ଣ ସହିତ ବସିଥିବାର ଦେଖିବାକୁ ମିଳୁଛି।

salmmanବିଗବସର କିଚେନ କିଛି ଏଭଳି ହେବ ଏଥିର ସିଜନରେ। ଏହାସହିତ ଖାଦ୍ୟ ଖାଇବା ପାଇଁ କାଚର ଟେବୁଲ ଏବଂ ଚୌକି ପଡିଛି। ଏମିତି ବି ବିଗବସ୍‌ ଘରେ ଏକ ବଡ ଡାଇନିଂ ଟେବୁଲ ହୋଇଥାଏ କିନ୍ତୁ ଏଥର ଛୋଟ ଛୋଟ ଚାରୋଟି ଟେବୁଲ ନଜର ଆସୁଛି।

ଏହି ଫଟୋରେ ସଲମାନ ଖାନ୍‌ ଘରର ଏକ କୋଣରେ ଆରାମ ନେଉଥିବାର ନଜର ଆସିବେ। ବିଗବସର ପ୍ରସାରଣ ୩ ଅକ୍ଟୋବର ରୁ ହେବ। ଏବେ ସୁଦ୍ଧା ଅନେକ ପ୍ରତିଯୋଗୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିସାରିଲାଣି।