ଆଜିଠୁ ‘ବିଗ୍‌ ବସ୍‌ ୧୫’, ଶୋ’ ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଲା ଘରର ଗୋଟିଏ ଗୋଟିଏ କୋଣ

‘ବିଗ୍ ବସ୍ ୧୫’ ଆରମ୍ଭ ହେବାରେ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି | ଏଥର ଶୋ’ର ଥିମ୍ ରହିଛି ଜଙ୍ଗଲ | ବିଗ୍ ବସ୍ ଘରର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ପ୍ରଶଂସକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ି ଯାଇଛି। ଶୋ’ରେ ପ୍ରତିଯୋଗୀମାନଙ୍କ ପ୍ରବେଶ ପୂର୍ବରୁ ନିର୍ମାତା ଗଣମାଧ୍ୟମକୁ ଘର ଭିତରକୁ ଏଣ୍ଟି୍ର ଦେଇ ଦେଇଛନ୍ତି। ସେଠାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପୂରା ଘରର ଝଲକ ଦେଖିବାକୁ ମିଳୁଛି |

ପ୍ରସିଦ୍ଧ ପ୍ରଡକ୍ସନ ଡାଇରେକ୍ଟର ଓମଙ୍ଗ କୁମାରଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏହି ବିଗ୍‌ ବସ୍‌ ଘର ମୁମ୍ବାଇର ଫିଲ୍ମ ସିଟିରେ ପ୍ରସ୍ତୁତ କରାଯାଇଛି। ଥିମ୍‌ର ବିଷୟବସ୍ତୁ ଘର ଭିତରେ ପ୍ରତିଫଳିତ ହେଉଛି। ରୋଷେଇ ଘର ନିକଟରେ ଅନେକ ସବୁଜ ଜିନିଷ ସବୁ ରଖାଯାଇଛି | ଶୟନ କକ୍ଷ ଅଞ୍ଚଳ ଦେଖିବାରେ ବହୁତ ବିଳାସପୂର୍ଣ୍ଣ ରହିଛି। ଭିଡିଓଟିକୁ ଫଟୋଗ୍ରାଫର ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

‘ବିଗ୍ ବସ୍ ୧୫’ ଆଜି ଅର୍ଥାତ୍‌ ଅକ୍ଟୋବର ୨ ତାରିଖ ରାତି ୯ଟା ୩୦ରେ କଲର୍ସ ଚ୍ୟାନେଲରେ ପ୍ରସାରଣ ହେବ | ଶନିବାର ଏବଂ ରବିବାର ଦିନ ଏହି ଶୋ’ ରାତି ୯ଟା ୩୦ରେ ଟେଲିକାଷ୍ଟ ହେବ। ସୋମବାରରୁ ଶୁକ୍ରବାର ଏହାକୁ ଆପଣ ରାତି ୧୦ଟା ୩୦ରେ ଦେଖିପାରିବେ |

‘ବିଗ୍ ବସ୍ ୧୫’ର ପ୍ରତିଯୋଗୀମାନେ ହେଲେ କରଣ କୁନ୍ଦ୍ରା, ଜୟ ଭାନୁଶାଲି, ତେଜସ୍ୱୀ ପ୍ରକାଶ, ବିଧି ପାଣ୍ଡ୍ୟା, ଡୋନାଲ୍ ବିଷ୍ଟ, ଅକାସା ସିଂ, ସିମ୍ବା ନାଗପାଲ, ଉମର ରିୟାଜ, ଅଫସାନା ଖାନ, ସାହିଲ ଶ୍ରଫ, ଇଶାନ ସେହଗଲ, ବିଶାଲ କୋତିୟା ଓ ମିଶା ଅୟର। ଏମାନଙ୍କ ବ୍ୟତୀତ ‘ବିଗ୍ ବସ୍ OTT’ର ଶମିତା ସେଟ୍ଟୀ, ନିଶାନ୍ତ ଭଟ୍ଟ ଓ ପ୍ରତୀକ ସେହପାଲ ମଧ୍ୟ ଅଂଶଗ୍ରହଣ କରିବେ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.