ବିଗ୍ ବସ୍ ୧୫ ରୁ ରାଖୀ ସାୱନ୍ତ ଆଉଟ୍, ପ୍ରଶଂସକ କହିଲେ ରାଖୀ ଥିଲେ ସବୁଠୁ ବଡ଼ ଏଣ୍ଟରଟେନର

ବର୍ତ୍ତମାନ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ବଡ଼ ରିଆଲିଟି ଶୋ ବିଗ୍ ବସ୍ ୧୫ ରୁ ରାଖୀ ସାୱନ୍ତ ଆଉଟ୍ ହୋଇଛନ୍ତି । ଯାହାପାଇଁ ତାଙ୍କ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି। ତେବେ
ଗ୍ରାଣ୍ଡ୍ ଫାଇନାଲ୍ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ବିଗବସଙ୍କ ଏପରି ନିଷ୍ପତି ଭୁଲ୍ ବୋଲି ଅନେକ ପ୍ରଶଂସକମାନେ କହିଛନ୍ତି । କାରଣ ଏହି ‘ଶୋ’ କୁ ଅଧିକ ମନୋରଞ୍ଜନ ଯୋଗାଉଥିଲେ ରାଖୀ ।

Rakhi Sawant
Picture Credit – Pink villa

‘ଶୋ’ର ସବୁଠାରୁ ବଡ ଏଣ୍ଟରଟେନର ତଥା ଡ୍ରାମା କୁଇନ୍ ରାଖୀ ସାୱନ୍ତ ‘ଶୋ’ ରୁ ବାହାର ହୋଇଯିବା ପରେ ଏହାକୁ ଏତେ କେହି ଦେଖିବିନି ବୋଲି ମଧ୍ୟ ତାଙ୍କର ଅନେକ ପ୍ରଶଂସକ କହିଛନ୍ତି। ତେବେ ରାଖୀ ମଧ୍ୟ ବିଗ୍ ବସରୁ ବାହାରିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୋତେ ଅଧିକ ଭଲ ପାଇବା ମିଳିଛି ମୁଁ ଯଦି ଏଠି ଶେଷ ପର୍ଯ୍ୟନ୍ତ ରହିଥାନ୍ତି ତେବେ ଜିତି ଥାନ୍ତି। ତେବେ ସେ ବିଗ୍ ବସରୁ ବାହାରିବା ମଧ୍ୟ ତାଙ୍କ ପ୍ରଶଂସକ ଝଟକା ଲାଗିଥିଲା। ଇନଷ୍ଟାଗ୍ରାମରେ ଏକ ପାପାରାଜି ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ରାଖୀଙ୍କୁ ଏକ ଜିମ୍ ବାହାରେ ଦେଖିବାକୁ ମିଳିଛି ଏବଂ ଯେଉଁଥିରେ ସେ କହିଥିଲେ ଯେ ସେ ଶୋ ରୁ ବାହାରିଛନ୍ତି।