ବିଗ୍ବସ୍ ଜଙ୍ଗଲରେ ନଜର ଆସିଲେ ୪ ପ୍ରତିଯୋଗୀ, କନ୍ଫର୍ମ ହେଲା ଏହି କଳାକାରଙ୍କ ଏଣ୍ଟ୍ରି
ଟିଭିର ବହୁ ପ୍ରତୀକ୍ଷିତ ଶୋ’ ବିଗ୍ବସ୍ ୧୫ର ଗ୍ରାଣ୍ଡ୍ ପ୍ରିମିୟର ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୨ରେ ଟିଭିରେ ଶୋ’ ଆରମ୍ଭ ହେବ। ଫ୍ୟାନ୍ଙ୍କ ନଜର ଏବେ ସଲମାନ ଖାନ୍ଙ୍କର ଏହି ଶୋ’ ଉପରେ ରହିଛି। ଶୋ’ର ପ୍ରୋମୋ ଭିଡିଓ ଦେଖି ଫ୍ୟାନ୍ମାନେ ପୂର୍ବରୁ ହିଁ ଉତ୍ସାହିତ ଅଛନ୍ତି। ଇତି ମଧ୍ୟରେ ଗ୍ରାଣ୍ଡ୍ ପ୍ରିମିୟର ପୂର୍ବରୁ ଚ୍ୟାନେଲ ପକ୍ଷରୁ ଶୋ’ର ଆଉ ଏକ ପ୍ରୋମୋ ଭିଡିଓ ରିଲିଜ୍ କରାଯାଇଛି।
ଦେଖନ୍ତୁ ଭିଡିଓ:
View this post on Instagram
ଏହି ଭିଡିଓରେ ୪ ଜଣ ପ୍ରତିଯୋଗୀଙ୍କ ଝଲକ୍ ଦେଖିବାକୁ ମିଳିଛି। ଏହି ୪ ଜଣ ବିଗ୍ବସ୍ରେ ଭାଗ ନେବେ ବୋଲି ସ୍ପଷ୍ଟ ହୋଇଛି। ପ୍ରୋମୋ ଭିଡିଓରେ ସମସ୍ତ ପ୍ରତିଯୋଗୀ ଜଙ୍ଗଲରେ ନଜର ଆସିଛନ୍ତି। ଭିଡିଓରେ ସର୍ବ ପ୍ରଥମେ ଜଣେ ମହିଳା ପ୍ରତିଯୋଗୀଙ୍କ ଏଣ୍ଟ୍ରି ଦେଖିବାକୁ ମିଳିଛି। ଏହି ପ୍ରତିଯୋଗୀ ଟିଭି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କ ଭଳି ଦିଶୁଛନ୍ତି। ପ୍ରୋମୋରେ ପଞ୍ଜାବୀ ଗାୟିକା ଅଫସାନା ଖାନ୍ଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି। ସେ ଗୀତ ଗାଉଥିବା ଦେଖାଯାଇଛି। ସ୍ୱରରୁ ସ୍ପଷ୍ଟ ହୋଇଛି ଯେ ବିଗ୍ବସ୍ରେ ଅଫସାନା ଅଂଶଗ୍ରହଣ କରୁଛନ୍ତି।
ସେହିପରି ଆଉ ଦୁଇ ଜଣ ପୁରୁଷ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଲୋକପ୍ରିୟ ଅଭିନେତା କରଣ କୁନ୍ଦ୍ରା ଓ ଆଉ ଜଣେ ସିମ୍ବା ନାଗପାଳଙ୍କ ଭଳି ଲାଗୁଛନ୍ତି। ଏହା ପରେ ଶୋ’ର ହୋଷ୍ଟ ସଲମାନ୍ ଖାନ୍ ଜଙ୍ଗଲରୁ ବାହାରୁଥିବା ଦେଖାଯାଇଛି।