‘ତମେ ମୋ ଝିଅକୁ ଏଠି ବର୍ବାଦ କରିସାରିଲଣି’, ବିଗ୍‌ ବସ୍‌ରେ ଶାଲିନଙ୍କୁ ପ୍ରବଳ ଗାଳି ଦେଲେ ସୁମ୍ବୁଲଙ୍କ ବାପା

କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ -୧୬’ରେ ଶାଲିନ ଓ ସୁମ୍ବୁଲକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ଶାଲିନ ଓ ସୁମ୍ବୁଲଙ୍କ ମଧ୍ୟରେ ପ୍ରାୟ ୨୧ ବର୍ଷ ବୟସ ବ୍ୟବଧାନ। କିନ୍ତୁ ବିଗ୍‌ ବସ୍‌ ଘରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି।

ବିଗ୍‌ ବସ୍‌ରେ ଭିଡିଓ କଲ୍‌ ଜରିଆରେ ଜଣେ ସ୍ୱତନ୍ତ୍ର ଅତିଥିଙ୍କୁ ପ୍ରତି ସପ୍ତାହରେ ବିଗ୍‌ ବସ୍‌ ଘରେ ଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ କଥା ହେବାକୁ ସୁଯୋଗ ଦିଆଯାଇଥାଏ। ଏହି ସପ୍ତାହରେ ସୁମ୍ବୁଲଙ୍କ ବାପା ସ୍ୱତନ୍ତ୍ର ଅତିଥି ହୋଇଛନ୍ତି। ଗୋଟେ ପଟେ ଦର୍ଶକ ସୁମ୍ବୁଲକୁ ଶାଲିନଙ୍କ ନିକଟତର ହେବାକୁ ପସନ୍ଦ କରୁନାହାନ୍ତି ଆଉ ଅନ୍ୟପଟେ ସୁମ୍ବୁଲଙ୍କ ବାପା ମଧ୍ୟ ଉଭୟକୁ ସେମାନଙ୍କର ଏହି ସମ୍ପର୍କକୁ ନେଇ କଡ଼ା ଭର୍ତ୍ସନା କରିଛନ୍ତି। ଉଭୟଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଶାଲିନଙ୍କୁ କ୍ରମାଗତ ଭାବରେ ଟାର୍ଗେଟ କରାଯିବା ସହ ଟ୍ରୋଲ କରାଯାଉଛି। କେବଳ ଏତିକି ନୁହେଁ, ସୁମ୍ବୁଲଙ୍କ ବାପା ମଧ୍ୟ ଶାଲିନଙ୍କୁ ଗାଳିଗୁଲଜ କରି ଅଭିନେତ୍ରୀଙ୍କୁ ଆଗକୁ ବଢ଼ିବାକୁ କହିଛନ୍ତି।

 

View this post on Instagram

 

A post shared by ColorsTV (@colorstv)

କିନ୍ତୁ ଲାଗୁଛି ଯେମିତି ଶାଲିନଙ୍କ ପ୍ରେମର ଜ୍ୱର ସୁମ୍ବୁଲଙ୍କ ମୁଣ୍ଡରୁ ଉତୁରିବାର ନାଁ ଧରୁନି। କିଛିଦିନ ତଳେ ସୁମ୍ବୁଲ ଶାଲିନଙ୍କ ସାମ୍ନାରେ ଆଣ୍ଠୁମାଡ଼ି ତାଙ୍କୁ ମନାଇଥିଲେ। ଏହା ଦେଖି କିଛି ଫ୍ୟାନ୍ସ ସୁମ୍ବୁଲଙ୍କୁ ଥଟ୍ଟା କରୁଥିବା ବେଳେ କିଛି ଲୋକ ଶାଲିନ୍‌ ପୁଣି ଥରେ ସୁମ୍ବୁଲଙ୍କ ଫିଲିଙ୍ଗସ ସହିତ ଖେଳିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ଦୁହିଁଙ୍କ ମଧ୍ୟରେ ଥିବା ବୟସର ବ୍ୟବଧାନକୁ ନେଇ ଉଭୟ ଖୁବ୍‌ ଟ୍ରୋଲ୍‌ ହେଉଛନ୍ତି।

Also Read: ୨୪ ଘଣ୍ଟାରେ ୪୯ ଜଣ କରୋନା ପଜିଟିଭ, ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.