ଟ୍ରୋଲ ହେଲେ ପାକିସ୍ତାନୀ ଅଭିନେତ୍ରୀ, ’ଓ ମାହିରା ଦିଦି’ କହି ଭର୍ତ୍ସନା କଲେ ବିଗ୍ ବସର ୧୮ଫେମ୍ ଅଭିନାଶ ମିଶ୍ର

ଭାରତୀୟ ସେନାଙ୍କ ଦ୍ବାରା ପାକିସ୍ତାନ ଉପରେ ହୋଇଥିବା ଅପରେସନ ସିନ୍ଦୂରକୁ ନେଇ ସବୁ ଜାଗାରେ ଖୁସିର ମାହୋଲ ଦେଖିବାକୁ ମିଳୁଛି । ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ଏହି ଅପରେସନକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି । କିନ୍ତୁ ପାକିସ୍ତାନୀ କଳାକାରମାନେ ଭାରତୀୟ ଅପରେସନକୁ ନିନ୍ଦା କରିଛନ୍ତି । ଅନେକ ମଧ୍ୟ କଳାକାର ରହିଛନ୍ତି ଯେଉଁମାନେ ଏହି ବାବଦରେ କୁତ୍ସିତ କରି କହି ନିଜ ସୋସିଆଲ ପେଜରେ ଅପଲୋଡ କରୁଛନ୍ତି । ସେହି ପାକିସ୍ତାନୀ କଳାକାରମାନଙ୍କ ମଧ୍ୟରେ ମାହିରା ଖାନ ସାମିଲ ଅଛନ୍ତି । ଶାହାରୁଖ ଖାନଙ୍କ ’ରଇସ୍’ ଫିଲ୍ମରେ କାମ କରି ବେଶ୍ ପରିଚିତ ହୋଇପାରିଛନ୍ତି । ଏହାରି ମଧ୍ୟରେ ମାହିରା ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ବିଗ୍ ବସର ୧୮ଫେମ୍ ଅଭିନାଶ ମିଶ୍ର । ଯାହାକୁ ନେଇ ବର୍ତ୍ତମାନ ମାହିରା ଟ୍ରୋଲର ଶିକାର ହୋଇଛନ୍ତି ।
ଅନ୍ୟପଟେ ମାହିରା ଖାନ୍ ତାଙ୍କ ସୋସିଆଲ ପେଜରେ ଏକ ପୋଷ୍ଟ ସେୟାର କରିଥିବା ନଜର ଆସିଛି । ଯେଉଁଥିରେ ସେ କହିଛନ୍ତି ଯେ, ସେ ଏଭଳି ଦେଶରେ କାମ କରିବାର ସୁଯୋଗ ପାଇଛନ୍ତି ଯେଉଁଥିରେ ତାଙ୍କ ମନ କଥାକୁ କହିବାରେ ବାରଣ କରାଯାଉନାହିଁ । ଏହା ବ୍ୟତୀତ ପ୍ରମାଣ ନଥାଇ ପାକିସ୍ତାନ ବରୋଧରେ ଆରୋପ ଲଗାଇବାକୁ ମନା କରିଛନ୍ତି । ଆହୁରି ମଧ୍ୟ ଭାରତ ବିଷୟରେ କହିଛନ୍ତି । ଯାହା ଫଳରେ ତାଙ୍କୁ ଟ୍ରୋଲ କରାଯିବା ଆରମ୍ଭ ହୋଇଯାଇଛି ।
ଏହାରି ମଧ୍ୟରେ ମାହିରା ଖାନଙ୍କ ସେୟାର ହୋଇଥିବା ପୋଷ୍ଟକୁ ଅଭିନାଶ ମିଶ୍ର ତାଙ୍କ ସୋସିଆଲ ପେଜରେ ସେୟାର କରିଛନ୍ତି । ଓ ମାହିରା ଦିଦି , ପାକିସ୍ତାନୀଙ୍କୁ ଆମେ ଦୋଷ ଦେଉନାହୁଁ । ପୁରା ଦୁନିଆ ଏହାର ପ୍ରମାଣ ପାଇସାରିଛି ବୋଲି ସେ ଲେଖିଛନ୍ତି । କିନ୍ତୁ ଏବେ କାମ ଖୋଜିବାକୁ ଭାରତକୁ ଆସନ୍ତୁ ନାହିଁ ବୋଲି କହିଛନ୍ତି ଅଭିନାଶ । ଆଉ କିଛି ସେଲିବ୍ରିଟିଙ୍କ ପାଳି କାହିରାଙ୍କ ପରେ ପରେ ପଡିବ । ଭର୍ତ୍ସନା କରି ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଦର୍ଶକଙ୍କଠାରୁ ଅନେକ ଭଲପାଇବା ହାସଲ କରିଛନ୍ତି । ତେଣୁ ଏହି ବାବଦରେ କହିବା ଲଜ୍ଜ୍ୟାଜନକ ଏବଂ କାପୁରୁଷତା । ପୂର୍ବରୁ ରୂପାଲି ଗାଙ୍ଗୁଲିଙ୍କୁ ସମାଲୋଚନା କରିଛନ୍ତି । ଯେଉଁଥି ପାଇଁ ଫୱାଦ ଖାନ ତାଙ୍କ ଟ୍ରୋଲର ଶିକାର ହୋଇଥିଲେ ।
Also Read : କିମ୍ବଦନ୍ତୀ ଲେଖକଙ୍କ ଜନ୍ମବାର୍ଷିକୀ, ୬୪ଟି ଫିଲ୍ମ ପାଇଁ ଲେଖିଥିଲେ ଗୀତ