ବିଗ୍ ବସ୍ ୧୮ର ନୂଆ ପ୍ରତିଯୋଗୀ, ସେଲିବ୍ରିଟିଙ୍କ ସହିତ ଆସିବେ ନଜର

ଆଜି ଆରମ୍ଭ ହେବ ବିଗବସ ୧୮ । ସଲମାନ ଖାନ୍ ପୁଣିଥରେ ଏହି ଶୋ’ ହୋଷ୍ଟ କରିବେ । ଶୋ’ ରେ ୯୦ ଦଶକରେ ଲୋକପ୍ରିୟ ହାସଲ କରିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କ ଠାରୁ ଶାହାଜାଦ୍ ଧାମି ପର୍ଯ୍ୟନ୍ତ ସେଲିବ୍ରିଟି ନଜର ଆସିବେ । ଶୋ’ ର ଏକ ପ୍ରୋମୋ ରିଲିଜ୍ ହୋଇଛି, ଯାହାକୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ପ୍ରୋମୋ ବାହାରକୁ ଆସିବା ପରେ ସମସ୍ତେ ପଚାରୁଛନ୍ତି ଯେ, ଏଥର ବିଗ୍ ବସ୍ ଘରେ ସେଲିବ୍ରିଟିମାନଙ୍କ ସହିତ ଗୋଟିଏ ଗଧ ମଧ୍ୟ ନଜର ଆସୁଛି । ଏହି ଗଧ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ବିଗ୍ ବସ୍ ୧୮ର ଏକ ନୂଆ ପ୍ରୋମୋ ସେୟାର ହୋଇଛି । ଭିଡିଓରେ ଗଧକୁ ଷ୍ଟେଜ୍ ଉପରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଦର୍ଶକ । ବିଗ୍ ବସ୍ ସେଟ୍ରେ ଗଧ ଦେଖି ପ୍ରଶଂସକମାନେ ଜାଣିବାକୁ ଆଗ୍ରହୀ ଯେ, ପ୍ରକୃତରେ ଶୋ’ରେ ଗଧର ଆବଶ୍ୟକତା କ’ଣ ?
ବିଗ୍ ବସ୍ର ଏକ ଫ୍ୟାନ କ୍ଲବରେ ଗଧକୁ ନେଇ ଚର୍ଚ୍ଚା ବି ହେଉଛି । ଫ୍ୟାନ କ୍ଲବ ପକ୍ଷରୁ କୁହାଯାଇଛି ଯେ ଶୋ’ର ପ୍ରୋମୋ ଦେଖାଯାଇଥିବା ଗଧର ନାମ ହେଉଛି ମ୍ୟାକ୍ସ’ । ଯାହାକି ଏହି ସିଜିନରେ ସାମିଲ ହେବାକୁ ଯାଇଥିବା ପ୍ରତିଯୋଗୀ ଆଡଭୋକେଟ୍ ଗୁନାରତ୍ନା ସାଦଭାର୍ଟଙ୍କ ପେଟ୍ । ତେବେ ଏହି ଗଧ ମଧ୍ୟ ସେଲିବ୍ରିଟିମାନଙ୍କ ସହିତ ବିଗ୍ ବସ୍ ହାଉସରେ ଦେଖିବାକୁ ମିଳିବ । ତେବେ ଏହି କଥା କେତେ ସତ ତାହା ଜଣାପଡିନାହିଁ । ନିର୍ମାତାଙ୍କ ତରଫରୁ କିଛି ସ୍ପଷ୍ଟୋକ୍ତି ମିଳିନାହିଁ ।
ଅନ୍ୟପକ୍ଷରେ ପ୍ରୋମୋରେ ବିଗ୍ ବସ୍ ୧୮ ଘରେ ଗଧର ଏଣ୍ଟ୍ରି ଦେଖିବା ପରେ ଲୋକମାନେ କମେଣ୍ଟ ଦେଇଛନ୍ତି । ଅନେକ ଲୋକ ଗଧକୁ ଷ୍ଟେଜରେ ଦେଖିବା ପରେ ମଜାଳିଆ ରିୟାକ୍ସନ ଦେଇଛନ୍ତି । କେହି କେହି କହିଛନ୍ତି ଯେ ବିଗ୍ ବସ୍ ଘରର ସଦସ୍ୟମାନଙ୍କ ସହିତ ଗଧ ଦେଖିବା ମଜାଦାର ହେବ, ଆଉ କେତେକ ଗଧକୁ ଷ୍ଟେଜ ଉପରେ ଦେଖିବା ପରେ ଉଦବେଗ ପ୍ରକାଶ କରୁଛନ୍ତି ।