ଭଲ ଟିଆରପି ସତ୍ତ୍ବେ ବିଗବସ୍ ୧୯କୁ ମିଳିଲାନି ଏକ୍ସଟେନସନ୍, ଡିସେମ୍ବର ୭ରେ ଗ୍ରାଣ୍ଡ ଫିନାଲେ

ଟିଭିର ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ ‘ବିଗ୍ ବସ୍ ୧୯’ରେ ପ୍ରତିଦିନ ଟ୍ବିଷ୍ଟ ଏବଂ ଝଗଡା ଦେଖିବାକୁ ମିଳୁଛି । ୱିକେଣ୍ଡା ବାରରେ ସଲମାନ ଖାନ ଫରହାନା ଭଟ୍ଟ ଏବଂ ତାନ୍ୟା ମିତ୍ତଲଙ୍କୁ ତାଙ୍କ ବ୍ୟବହାର ପାଇଁ ଗାଳି କରିଥିଲେ । ଏହାରି ମଧ୍ୟରେ ଶୋକୁ ନେଇ ଜରୁରୀ ସୂଚନା ସାମ୍ନାକୁ ଆସିଛି । ପୂର୍ବରୁ କୁହାଯାଉଥିଲା କି, ଏହି ସିଜନକୁ ୪ ସପ୍ତାହ ପାଇଁ ଆଗକୁ ବଢିପାରେ । କିନ୍ତୁ ଏହାକୁ ଆଉ ଆଗକୁ ବଢାଯାଇପାରିବ ନାହିଁ ବୋଲି ମେର୍କସ ଗ୍ରାଣ୍ଡ ଫିନାଲେ ପାଇଁ ତାରିଖ ଧାର୍ଯ୍ୟ କରିସାରିଲେଣି ।

ଖବର ମୁତାବକ, ବିଗବସ ୧୯ ଗ୍ରାଣ୍ଡ ଫିନାଲେ ଆସନ୍ତା ଡିସେମ୍ବର ୭ ତାରିଖରେ ହେବାକୁ ଯାଉଛି । ଶୋ ୧୫ ସପ୍ତାହ ସିଡ୍ୟୁଲରେ ଶେଷ ହେବ । ଏଥର ୱିକେଣ୍ଡ ୱାରରେ ସଲମାନ ବିଗବସ୍ ଘର ଲୋକଙ୍କୁ ଆଉ ୪ ସପ୍ତାହ ବୋଲି କହିଥିଲେ । ଏହି ଶୋକୁ ଟିଆରପି ଏବଂ ଭଲ ରେଟିଂ ମିଳୁଛି । ପ୍ରତି ସପ୍ତାହରେ ଟପ୍ ୧୦ରେ ସାମିଲ ହେଉଛି । ଆଉ ଶୋକ ଆଗକୁ ବଢାଇବାକୁ ମନା କରିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ବିଗବସ୍ ହାଉସରେ ଏବେ ୧୦ ଜଣ ପ୍ରତିଯୋଗୀ ରହିଛନ୍ତି । ଏଥିରେ ମାଲତୀ ଚହର, ଗୌରବ ଖାନ୍ନା, ଅମାଲ ମଲ୍ଲିକ, କୁନିକା ସଦାନନ୍ଦ, ପରହାନା ଭଟ୍ଟ, ଶେହବାଜ ବଦେଶ, ତାନ୍ୟା ମିତ୍ତଲ, ଅଶନୁର କୌର, ପ୍ରଣିତ ମୌର ଏବଂ ମ୍ଦୁଲ ତିୱାରି ସାମିଲ ରହିଛନ୍ତି । ନୀଲମ ଗିରି ଏବଂ ଅଭିଷେକ ବଜାଜ ୱିକେଣ୍ଡ ୱାରରେ ଏଲିମିନେଟ୍ ହୋଇସାରିଛନ୍ତି ।

Also Read : ଚର୍ଚ୍ଚାରେ ବିବେକ ଓବେରୟ, ରାମାୟଣ ଫିଲ୍ମରୁ ତାଙ୍କର ଫିସ୍ କରିବେ ଦାନ