ବିବାହ ପୂର୍ବରୁ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବେ ବିଗ୍‌ବସ୍‌ କପଲ ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ

ବିଗ୍‌ବସ୍‌ ୧୪ର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ ଅନ୍ୟତମ। ଏମାନେ ଶୋ’କୁ ଦୁଇ ଜଣ ଭିନ୍ନ ଭିନ୍ନ ପ୍ରତିଯୋଗୀ ହୋଇ ଆସିଥିଲେ ମଧ୍ୟ ଶୋ’ରୁ ବାହାରିବା ବେଳକୁ କପଲ ହୋଇସାରିଥିଲେ। ଶୋ’ରେ ହିଁ ଉଭୟ ଏଜାଜ୍‌ ଓ ପବିତ୍ରା ପରସ୍ପର ପ୍ରତି ମନରେ ଭଲ ପାଇବା ଥିବା ଅନୁଭବ କରିଥିଲେ। ଶୋ’ ସରିବା ପରେ ପ୍ରାୟତଃ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କ୍ୟାମେରାରେ ବି ଉଭୟେ ଅନେକ ଥର କଏଦ ହୋଇଛନ୍ତି।

 

View this post on Instagram

 

A post shared by Pavitra Punia (@pavitrapunia_)

ଏଜାଜ୍‌ ମଧ୍ୟ କେତେକ ଇଣ୍ଟରଭ୍ୟୁରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ପବିତ୍ରାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ବିବାହ କେବେ ହେବ ତାହା ଏବେ କହିପାରିବେ ନାହିଁ। ପବିତ୍ରା ମଧ୍ୟ ବିବାହ ପାଇଁ ହଁ କହିଥିବା ଜଣାଯାଇଛି। ତେବେ ବର୍ତ୍ତମାନ ମିଳିଥିବା ଖବର ମୁତାବକ, ବିବାହ ପୂର୍ବରୁ ଏଜାଜ୍‌ ଓ ପବିତ୍ରା ଏକାଠି ରହିବାକୁ ପ୍ଲାନ୍‌ କରୁଛନ୍ତି। ସେମାନେ ନିଜ ସମ୍ପର୍କକୁ ଟିକେ ସମୟ ଦେବାକୁ ଚାହୁଁଛନ୍ତି। ବିବାହ ପୂର୍ବରୁ ସେମାନେ ପରସ୍ପରକୁ ଅତି ଗଭୀର ଭାବେ ବୁଝିବା ପାଇଁ ଲିଭ୍‌-ଇନ୍‌ରେ ରହିବାକୁ ଚାହୁଁଛନ୍ତି। ଉଭୟେ ଗୋଟିଏ ଘରେ ଏକାଠି ରହିବାକୁ ନେଇ ବେଶ୍‌ ଏକ୍ସାଇଟେଡ୍‌ ମଧ୍ୟ ଅଛନ୍ତି।

 

View this post on Instagram

 

A post shared by Pavitra Punia (@pavitrapunia_)

ସୂଚନାଯୋଗ୍ୟ ଯେ ଯେତେବେଳେ ଏଜାଜ୍‌ ଓ ପବିତ୍ରା ବିଗ୍‌ବସ୍‌ ହାଉସ୍‌କୁ ନୂଆ ନୂଆ ଆସିଥିଲେ ସେତେବେଳେ ଉଭୟେ ଉଭୟଙ୍କୁ ଆଦୌ ପସନ୍ଦ କରୁନଥିଲେ। ଉଭୟଙ୍କ ମଧ୍ୟରେ ବହୁତ ଲଢ଼େଇ ଝଗଡ଼ା ହେଉଥିଲା। ଏଜାଜ୍‌ ମଧ୍ୟ କହିଥିଲେ ଯେ ସେ ବିଗ୍‌ବସ୍‌କୁ ସମ୍ପର୍କ ଗଢ଼ିବାକୁ ଆସିନାହାନ୍ତି। ତେବେ ପବିତ୍ରା କହିଥିଲେ, ଯଦି କେହି ଭଲ ଲୋକ ମିଳନ୍ତି ତେବେ ସେ ଏନେଇ ଚିନ୍ତା କରିପାରନ୍ତି। ସେତେବେଳେ କେହି ଚିନ୍ତା ବି କରିନଥିଲେ ଯେ ଏଜାଜ୍‌ ଓ ପବିତ୍ରା ପ୍ରେମ ବନ୍ଧନରେ ବାନ୍ଧି ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.