‘ବିଗ୍‌ ବସ୍‌ ୧୩’ ର ଫାଇନାଲ୍‌ ପରେ ବର-କନ୍ୟା ହେଲେ ପାରସ୍‌ ଏବଂ ମାହିରା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

‘ବିଗ୍‌ ବସ୍‌ ୧୩’ର ପୂର୍ବ ପ୍ରତିଯୋଗୀ ମାହିରା ଶର୍ମା ଏବଂ ପାରସ ଛାବ୍ରାଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି। ଏହି ଦୁଇ ଜର ଏକାଠି ଏକ ମ୍ୟୁଜିକ୍‌ ଭିଡିଓ ସୁଟିଂ କରୁଛନ୍ତି। ଏଥିରେ ମାହିରା ଏବଂ ପାରସ ଖ୍ରୀଷ୍ଟିୟାନ ବର-କନ୍ୟା ବେଶରେ ନଜର ଆସିଛନ୍ତି, ଯାହାର କିଛି ମ୍ୟୁଜିକ୍‌ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

parasସାମ୍ନାକୁ ଆସିଥିବା ଫଟୋରେ ମାହିରା ଶର୍ମା ଧଳା ରଙ୍ଗର େଓ୍ଵଡିଂ ଗାଉନ୍‌ ପିନ୍ଧିଥିବା ବେଳେ ପାରସ୍‌ କଳା ରଙ୍ଗର କୋଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ମାହିରା ଏବଂ ପାରସ୍‌ ସୁଟିଂ ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଖୁବ୍‌ ଖୁସି ଥିବାର ନଜର ଆସିଛନ୍ତି।

ଏହି ଭିଡିଓ ମାହିରା ନିଜର ଇଦନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର କରିବା ସହ ମାହିରା ଲେଖିଛନ୍ତି, ‘ଏବେ କିଛି ଅଧିକ ହେବାକୁ ଯାଉଛି। କଣ ଆପଣମାନେ ଏଥିପାଇଁ ଉତ୍ସାହିତ ଅଛନ୍ତି?’ ଏଥିସହ ପାରସ୍‌ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି, ‘ଓ୍ଵାନ ଓ୍ଵମେନ୍‌ ଆର୍ମି’ ଏବଂ ଅନ୍ୟ ଏକ ଫଟୋରେ ଲେଖିଛନ୍ତି ‘କୁଛ୍‌ ନୟା ପାହିରା।’ ଯାହା ପାରାସ୍‌ ଏବଂ ମାହିରାଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #pahira।

ସୂଚନା ମୁତାବକ ମାହିରା ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି , ଏହା ବହୁିତ ଖରାପ କଥା ପାରସ ଏବଂ ଆକାଂକ୍ଷାଙ୍କ ବ୍ରେକଅପ୍‌ ପାଇଁ ଦୋଷୀ ବୋଲି ମତେ ଆକ୍ଷେପ କରିବା। ମୁଁ ଏହି ସାକ୍ଷାତକାର ଜରିଆରେ ଗୋଟିଏ କଥା କହିବାକୁ ଚାହୁଁଛି ଯଦି ମୁଁ ଉଭୟଙ୍କ ବେକ୍ରଅପ୍‌ ର କାରଣ ତେବେ ଆଜି ମୁଁ ପାରସ୍‌ ଙ୍କ ଗର୍ଲଫ୍ରେଣ୍ଡ ହୋଇଥାନ୍ତି କିନ୍ତୁ ଆମେ ଦୁଇଜଣ କେବଳ ଭଲ ବନ୍ଧୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.