ରିୟଲିଟି ସୋ’ରୁ ୱେବସିରିଜ୍ : ବିଗ୍ ବସର ପ୍ରତିଯୋଗୀ ଓଡିଶାର ସବ୍ୟସାଚୀ ଗେ’ ରୋଲରେ କରିବେ ଅଭିନୟ

gayବିଗ୍ ବସ୍ ସୀଜନ ୧୧ରେ ପ୍ରତିଯୋଗୀ ରହିଥିବା ଓଡିଶାର ସବ୍ୟସାଚୀ ସତପଥୀ ଏହି ଶୋରେ ବେଶି ସମୟ ରହି ନଥିଲେ। କିନ୍ତୁ ଶୋ ମାଧ୍ୟମରେ ତାଙ୍କୁ ବହୁତ ଭଲ ଲୋକପ୍ରିୟତା ମିଳିଥିଲା। ଶୋରୁ ବାହାରିବା ପରେ ସବ୍ୟସାଚୀ ସତପଥୀ ବହୁତ ଦିନ ପର୍ୟ୍ୟନ୍ତ ଗାୟବ ଥିଲେ, କିନ୍ତୁ ବର୍ତ୍ତମାନ ଖବର ଆସିଛି ତାଙ୍କୁ ଏକ ଟିଭି ଶୋରେ ’ଗେ’ ଅଭିନୟ ପାଇଁ ଅଫର ଆସିଛି।

ସବ୍ୟସାଚୀ କହିଛନ୍ତିଯେ ସେ ଅପକମିଙ୍ଗ ୱେବ ଶୋ ’ଡ୍ରାଇଙ୍ଗ ଦ ଲାଇନ’ରେ ଗେ ଭୂମିକାରେ ନଜର ଆସିବେ। ଏଥିରେ ତାଙ୍କ ସହିତ ସୌମ୍ୟ ବାନାର୍ଜୀ ତାଙ୍କର ସାଥି ଭୂମିକାରେ ନଜର ଆସିବେ। ନୂଆ ଶୋ ମିଳିବା ପରେ ସବ୍ୟସାଚୀ କହିଲେ ଯେ. ’ସିରିଅଲ ଡ୍ରାଇଙ୍ଗ ଦ ଲାଇନ ଏକ ୱେବ ସିରିଜ,ଯାହାର କାହାଣୀ ଦୁଇ ଗେ’ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ସେମାନଙ୍କ ମଧ୍ୟରୁ ଜଣେ ଏକ ମହିଳାଙ୍କୁ ବିବାହ କରିଦେଲା। ନିଜର ପରିବାର ଏବଂ ସମାଜ କାରଣରୁ ସେ ଜୀବନ ସହିତ ଆଗକୁ ବଢ଼ୁତିବାର ନଜର ଆସିବେ।

ସେ ଆଗାମୀ ଶୋରେ ନିଜ ରୋଲ ବିଷୟରେ କହିଛନ୍ତିଯେ, ଶୋରେ ମୁଁ ସମୀର ଭୂମିକାରେ ଅଭିନୟ କରୁଛି। ଏହି ୱେବ ଶୋକୁ ନେଇକି ବହୁତ ଉସ୍ଚାହିତ ଅଛି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶୁଟିଙ୍ଗର କିଛି ଫଟୋ ଶେୟାର କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ବିଗ ବସ୍ ଘରେ ସବ୍ୟସାଚୀ ପଡୋସୀ ହୋଇ ଆସିଥିଲେ। ବିଗ୍ ବସ୍ ଘରୁ ବାହାରିବା ପରେ ଏହା ତାଙ୍କର ପ୍ରଥମ ପ୍ରୋଜେକ୍ଟ। ଶୋରେ ଅନ୍ୟ ଜଣେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଶିଳ୍ପା ଶିନ୍ଦେ ଏବଂ ଅର୍ଶୀ ଖାନଙ୍କ ସହିତ ତାଙ୍କର ବହୁତ ଭଲ ସମ୍ପର୍କ ଅଛି।

Leave A Reply

Your email address will not be published.