ମନୋରଂଜନ

ଜୁନ୍ ମାସରେ ଆରମ୍ଭ ହେବ ବିଗ୍ ବସ୍ ଓଟିଟି ୩, ସାମ୍ନାକୁ ଆସିଲା ସଲମାନଙ୍କର ଦମଦାର ପ୍ରୋମୋ

‘ବିଗ୍ ବସ୍ ଓଟିଟି’ ର ନୂଆ ସିଜନ୍‌କୁ ଅପେକ୍ଷା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି । ଶେଷରେ ‘ବିଗ୍ ବସ୍ ଓଟିଟି ୩’ ସମ୍ବନ୍ଧରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ତେବେ ଏହି ସୋ ର ଅପ୍‌କମିଂ ସିଜନର ପ୍ରଥମ ପ୍ରୋମୋ ରିଲିଜ୍ ହୋଇଛି, ଯାହା ଆପଣଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ଯାଉଛି । ଏହା ସହ ‘ବିଗ୍ ବସ୍ ଓଟିଟି’ ପ୍ରଥମ ଥର ପାଇଁ ୨୦୨୧ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଦିବ୍ୟା ଅଗ୍ରୱାଲ ବିଜେତା ହୋଇଥିଲେ । ଏହା ପରେ ୟୁଟ୍ୟୁବର୍ ଏଲଭିଶ୍ ଯାଦବ ରିୟଲିଟି ସୋର ଦ୍ୱିତୀୟ ସିଜନ୍ ଜିତିଥିଲେ । ତେବେ ସୋ ର ହୋଷ୍ଟ ସଲମାନ ଖାନଙ୍କ ବିଷୟରେ ଏକ ନୂଆ ଅପଡେଟ୍ ମଧ୍ୟ ଆସିଛି ।

ଜୁନ୍ ମାସରେ ଜିଓ ସିନେମାରେ ‘ବିଗ୍ ବସ୍ ଓଟିଟି ୩’ ଲଞ୍ଚ ହେବ । ଜିଓ ସିନେମା ଆସନ୍ତା ଜୁନ୍ ୨୨ ରେ ‘ବିଗ୍ ବସ୍ ଓଟିଟି ୩’ ର ଅପ୍‌କମିଂ ସିଜନ୍ ଘୋଷଣା କରିଛି । ତେବେ ପ୍ରମୋରେ ‘ବିଗ୍ ବସ୍’ର ଶେଷ ସିଜନ୍‌ର ଝଲକ ସେୟାର କରାଯାଇଛି । ଏହା ସହିତ ଆପଣ ବହୁତ ଖୁସି ହେବେ ବୋଲି ଜାଣି ଏକ ଘୋଷଣା ମଧ୍ୟ କରାଯାଇଛି । ଏହି ପ୍ରୋମୋରେ ଶୁଣାଯାଏ ଯେ ‘ବିଗ୍ ବସ୍ ଓଟିଟି ୩ ର ନୂଆ ସିଜନ୍ ଦେଖିବା ପରେ ଆପଣ ସବୁକିଛି ଭୁଲିଯିବ ।

ଟିଭିର ବହୁ ବିବାଦୀୟ ସୋ ‘ବିଗ୍ ବସ୍ ଓଟିଟି’ ର ପ୍ରଥମ ସିଜନ୍ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହା ପରେ ସଲମାନ ଖାନ ଦ୍ୱିତୀୟ ସିଜନରେ ତାଙ୍କ ସ୍ଥାନ ନେଇଥିଲେ । ବର୍ତ୍ତମାନ ସୂଚନା ଅନୁଯାୟୀ ଅନିଲ କପୁର ସୋର ତୃତୀୟ ସିଜିନ ହୋଷ୍ଟ କରିବାକୁ ଚର୍ଚ୍ଚାରେ ଥିଲେ । ଆସନ୍ତୁ ଆପଣଙ୍କୁ ଜଣାଇବା ଏହି ସୋ ’ପୂର୍ବରୁ ମେରୁ ଆରମ୍ଭ ହେବାର ଥିଲା କିନ୍ତୁ ଏବେ ଜୁନ୍‌ରୁ ଆରମ୍ଭ ହେବ । ‘ବିଗ୍ ବସ୍ ଓଟିଟି ୩’ ର ହୋଷ୍ଟ ଏବଂ ପ୍ରତିଯୋଗୀମାନଙ୍କ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ତେବେ ‘ବିଗ୍ ବସ୍ ଓଟିଟି ୩’ ର ନୂଆ ପ୍ରୋମୋ ଦେଖିବା ପରେ ଆପଣ ବାକି ଦୁଇଟି ସିଜନକୁ ଭୁଲିଯିବେ ।

ବିଗ୍ ବସ୍ ର ପ୍ରତ୍ୟେକ ସିଜନ କଲର୍ସ ଚ୍ୟାନେଲରେ ଟେଲିକାଷ୍ଟ ହୋଇଥାଏ, କିନ୍ତୁ ଜିଓ ସିନେମାରେ ଓଟିଟି ସିଜନ୍‌ ଫ୍ରିରେ ଦେଖିବାକୁ ମିଳିଥିଲା । ତେବେ ‘ବିଗ୍ ବସ୍ ଓଟିଟି ର ଉଭୟ ସିଜିନ୍‌ ମଧ୍ୟ ଜିଓ ସିନେମାରେ ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ଆପଣଙ୍କୁ ‘ବିଗ୍ ବସ୍ ଓଟିଟି ୩ ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଜିଓ ସିନେମାରେ ଏକ ମାସର ସବସ୍କ୍ରିପସନ୍ ହେଉଛି ୨୯ ଟଙ୍କା, ଯାହା ପରେ ଆପଣ ଜିଓ ସିନେମାରେ ଏହି ସୋ ଦେଖିପାରିବେ ।

 

 

D Sonali

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

27 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

29 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

35 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

44 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

44 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago