ପ୍ରିମିୟର ପୂର୍ବରୁ ସାମ୍ନାକୁ ଆସିଲା ବିଗ୍‌ବସ୍‌ ହାଉସ୍‌ର ପ୍ରଥମ ଝଲକ୍‌, ସଲମାନ୍‌ଙ୍କ ଜାଗା ନେଲେ କରନ୍‌

ସବୁ ଅପେକ୍ଷାର ଘଟିଲା ଅନ୍ତ। ସାମ୍ନାକୁ ଆସିଲା ବିଗ୍‌ବସ୍‌ ହାଉସ୍‌ର ଫାଷ୍ଟଲୁକ୍‌। ଶୋ’ ଆରମ୍ଭ ହୋଇନଥିଲେ ମଧ୍ୟ ବିଗ୍‌ବସ୍‌ ହାଉସ୍‌ର ଝଲକ୍‌କୁ ସେୟାର କରିଛନ୍ତି ଚଳିତଥରର ହୋଷ୍ଟ କରନ୍‌ ଜୋହର। ପୂର୍ବ ସିଜନ୍‌ରେ ସଲମାନ୍‌ ଖାନ୍‌ ଶୋ’ରେ ହୋଷ୍ଟିଂ କରୁଥିବା ବେଳେ ଏଥରକ କିନ୍ତୁ କରନ୍‌ ଜୋହର ହୋଷ୍ଟିଂ କରିବେ।

ଶୋ’ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ହୋଷ୍ଟ କରନ୍‌ ଜୋହର ଏକ ଇଣ୍ଟରେଷ୍ଟିଂ ନୂଆ ପ୍ରୋମୋ ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। କରନ୍‌ ସେୟାର କରିଥିବା ଭିଡିଓରେ ସେ ଲୋକଙ୍କୁ ବିଗ୍‌ବସ୍‌ ହାଉସ୍‌ ଦେଖାଉଥିବା ନଜର ଆସିଛି। ଭିଡିଓରେ ଫିଲ୍ମ ‘କଭି ଖୁସି କଭି ଗମ୍‌’ର ଟାଇଟଲ ଟ୍ରାକ୍‌ ବାଜୁଛି। ଏହି ଭିଡିଓରେ ସେ ଆନିମଲ ପ୍ରିଣ୍ଟ ବ୍ଲେଜର ପିନ୍ଧିଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Karan Johar (@karanjohar)


ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଏବେ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଓଟିଟି ଦୁନିଆରେ ମୋର ପ୍ରଥମ ପାଦ। ଆପଣ ଆଉ ମୁଁ ଖୁବ୍‌ ମସ୍ତି କରିବା। କହିଦେଲି ମାନେ କହିଦେଲି।

ଚଳିତ ବିଗ୍‌ବସ୍‌ ସିଜନ୍‌ ପୂର୍ବ ସବୁ ସିଜନ୍‌ ଠାରୁ ଖୁବ୍‌ ଅଲଗା ହେବ। ବିଗ୍‌ବସ୍‌ ଓଟିଟିକୁ ଲୋକେ ୨୪ ଘଣ୍ଟା ଦେଖିପାରିବେ। ଏଥରକ ଟ୍ରାକ୍‌ ବି ଟିକେ ଭିନ୍ନ ଅଛି। କୁହାଯାଉଛି ଚଳିତ ଥର ଦର୍ଶକେ ଭରପୂର ମଜା ନେବେ ଓ ଏଣ୍ଟରଟେନ୍‌ମେଣ୍ଟର ଡବଲ ଡୋଜ୍‌ ମିଳିବ।

Leave A Reply

Your email address will not be published.