ବିଗବସ୍‌ ଟପ୍‌ ଫାଇନାଲ ଲିଷ୍ଟରୁ ବାଦ୍‌ ପଡିଲେ ନେହା ଭାସିନ, ଫ୍ୟାନ୍ସ ଦେଲେ ସକିଂ ରିଆକ୍ସନ

ବିଗବସ୍‌ ଓଟିଟି ପ୍ଲାଟଫର୍ମ ଫାଇନାଲକୁ କେବଳ ଅଳ୍ପ ଦିନ ହିଁ ବାକି ଅଛି। କିନ୍ତୁ ଏହାପୂର୍ବରୁ ହୋଇଛି ସକିଂ ମିଡ଼ ବିକ ଏଭିକ୍ସନ। ବିଗବସ୍‌ ଓଟିଟିର ସବୁଠୁ ଅଧିକ ଏଣ୍ଟରଟେନିଂ କଣ୍ଟେଷ୍ଟାଣ୍ଟ ନେହା ଭାସିନ ହୋଇଯାଇଛନ୍ତି ସୋରୁ ଏଲିମିନେଟ । ଏହାକୁ ନେଇ ଦର୍ଶକମାନଙ୍କ ସକିଂ ରିଆକ୍ସନ ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ସୋ’ ମଧ୍ୟରେ ତାଙ୍କର ଦୁଇ ବେଷ୍ଟ ଫ୍ରେଣ୍ଡ ପ୍ରତୀକ ସହଜପାଲ ଏବଂ ଶମିତା ସେଟ୍ଟୀ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ଏହି ପ୍ରକ୍ରିୟାରେ ସୋ’କୁ ଟପ୍‌ ୪ କଣ୍ଟେଷ୍ଟାଣ୍ଟ ମିଳିଯାଇଛି। ବିଗବସ୍‌ ଏହି ଏପିସୋଡରେ ଟପ୍‌ ୪ କଣ୍ଟେଷ୍ଟାଣ୍ଟ ମଧ୍ୟରୁ ପ୍ରଥମରେ ଦିବ୍ୟା ଅଗ୍ରଓ୍ଵାଲ ରହିଥିବା ବେଳେ ତାଙ୍କ ପରେ ନିଶାନ୍ତ ଭଟ୍ଟ, ଶମିତା ସେଟ୍ଟୀ ଓ ପ୍ରତୀକ ସେହଜପାଲ ଶେଷରେ ଫାଇନାଲରେ ପହଁଞ୍ଚିଛନ୍ତି। ଏଥିପାଇଁ ବିଗବସ୍‌ ତରଫରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି।

ତେବେ ସୋରେ ନେହା ଭାସିନ ଏବଂ ରାକେଶ ବାପତଙ୍କୁ ମିଳିଛି ସବୁଠୁ କମ ଭୋଟ। ଯେଉଁଥିପାଇଁ ଉଭୟେ ବଟମ୍‌ ୨ ରେ ଥିଲେ। ଶେଷରେ ନେହା ଭାସିନ ଘରୁ ଆଉଟ ହେବା ପରେ ରାକେଶ ଘରେ ଇନ୍‌ ହୋଇଛନ୍ତି। ରାକେଶ ଘରକୁ ଫେରିବା ପରେ ନେହା ଭାସିନ ସୋରୁ ଏଲିମିନେଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.