ହସ୍ପିଟାଲରେ ପୋଛା ଲଗାଉଥିବାର ନଜର ଆସିଲେ ବିଗ୍‌ବସ୍‌ ର ଏହି ବିଜେତା, ଜାଣନ୍ତୁ କାହିଁକି

ବିଗ୍‌ବସ୍‌ରେ ଆସୁଥିବା ପ୍ରତିଯୋଗୀମାନଙ୍କ ଭାଗ୍ୟ ପ୍ରାୟତଃ ଶୋ’ରେ ଚମକ ଆଣିଥାଏ। ବିଶେଷକରି ବିଜେତାମାନେ ଜିତିବା ପରେ କେବଳ ଖ୍ୟାତି ପାଆନ୍ତି ନାହିଁ, ବରଂ ସେମାନେ ବହୁତ ଟଙ୍କା ମଧ୍ୟ ରୋଜଗାର କରନ୍ତି । ଆଜିକାଲି ସୋସିଆଲ ମିଡିଆରେ ବିଗ୍ ବସ୍ ବିଜେତାଙ୍କ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ସେ ନୀଳ ରଙ୍ଗର ପୋଷାକ ପିନ୍ଧି ଠିଆ ହୋଇଛନ୍ତି ଏବଂ ତାଙ୍କ ହାତରେ ଏକ ପୋଛା ବାଡ଼ି ଧରିଛନ୍ତି । ଫଟୋକୁ ଦେଖିଲେ ଲାଗୁଛି ଯେ ସେ ଏକ ହସ୍ପିଟାଲରେ ସୁଇପର ଭାବରେ କାମ କରୁଛନ୍ତି ।

ଏହା ଦେଖିବା ପରେ କେହି କହିପାରିବେ ନାହିଁ ଯେ ଯେଉଁ ଅଭିନେତ୍ରୀ ସର୍ବଦା ନିଜର ପୋଷାକ ଏବଂ ଶୈଳୀ ପାଇଁ ଜଣାଶୁଣା, ତାଙ୍କର ଏପରି ଖରାପ ଅବସ୍ଥା ହୋଇପାରିବ। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ କିଏ, ବିଗ୍ ବସ୍ ଜିତିବା ପରେ କାହିଁକି ତାଙ୍କୁ ସୁଇପର୍‌ କାମ କରିବାକୁ ପଡିଲା। ଚେହେରା ଏତେ ବଦଳି ଯାଇଛି ଯେ ବର୍ତ୍ତମାନ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ।

ବୋଧେ ହୁଏ ଆପଣଙ୍କ ଆଖି ଏହାକୁ ବିଶ୍ବାସ କରିପାରିବନି। କିନ୍ତୁ ଫଟୋ ଆଉ କାହାର ନୁହେଁ, ବରଂ ବିଗବସ୍‌ ଓଟିଟି ବିଜେତା ବିଦ୍ୟା ଅଗ୍ରଓ୍ବାଲଙ୍କର। ଦିବ୍ୟା ହସ୍ପିଟାଲରେ ସଫେଇ କର୍ମୀ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ତାଙ୍କ ଢ଼ଙ୍ଗରଙ୍ଗ ପୂରାପୁରି ବଦଳି ଯାଇଛି। ଏହି ଫଟୋକୁ ଦିବ୍ୟା ନିଜେ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ସେ ୱେବ୍ ସିରିଜରେ ଏକ ଚରିତ୍ରରେ ଅଭିନୟ କରୁଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ଲୁକ୍‌କୁ ଏସ୍ଥେଟିକ୍‌ ମେକ୍‌ଅପ୍‌ ଜରିଆରେ ପ୍ରସ୍ତୁତ କରାଯାଇଛି ।

 

ଏହାପୂର୍ବରୁ ମଧ୍ୟ ଦିବ୍ୟାଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କୁ ବୃଦ୍ଧଙ୍କ ଗେଟଅପରେ ଦେଖିବାକୁ ମିଳିଥିଲା ​​। ସେ ବଡ଼ ଚଷମା ସହିତ ଧଳା ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ନିଶରେ ହାତ ରଖିଥିବାର ଦେଖାଯାଇଥିଲା । ଗୋଟିଏ ନଜରରେ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର । ଦିବ୍ୟା ଅଗ୍ରୱାଲ ଅଲ୍ଟ ବାଲାଜୀଙ୍କ ୱେବ୍ ସିରିଜ୍ ‘କାର୍ଟେଲ୍’ରେ ଏହି ଅବତାରରେ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.