ମନୋରଂଜନ

ବିହାର ଛାତ୍ର କଲେଜ ଫର୍ମରେ ଇମ୍‌ରାନ୍‌ ହାଶମୀଙ୍କୁ ଲେଖିଲେ ବାପା ଓ ସନି ଲିଓନୀଙ୍କୁ ମା’, ସୋସିଆଲ୍‌ ମିଡିଆରେ ଲାଗିଲା ନିଆଁ

ମୁମ୍ବାଇ : ବିହାରର ଜଣେ ଛାତ୍ର ସନି ଲିଓନୀଙ୍କୁ ନିଜର ମା’ ଓ ଇମ୍‌ରାନ୍‌ ହାସ୍‌ମୀଙ୍କୁ ନିଜର ବାପା ବୋଲି କହିବା ପରେ ସୋସିଆଲ୍‌ ମିଡିଆରେ ଜବରଦସ୍ତ ହଙ୍ଗାମା ସୃଷ୍ଟି ହୋଇଛି । ବିହାର ମୁଜାଫର ନଗର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଧନରାଜ ମେହେତା କଲେଜରେ ପଢ଼ୁଥିବା ଏହି ଛାତ୍ର ଜଣକଙ୍କ ନାମ କୁନ୍ଦନ କୁମାର ।

ଏହି ଛାତ୍ର ଜଣକ କଲେଜ ଫର୍ମରେ ନିଜର ବାପା ଓ ମା’ଙ୍କ ସ୍ଥାନରେ ଇମରାନ୍‌ ହାସମୀ ଓ ସନି ଲିଓନୀ ବୋଲି ଲେଖିଥିଲେ । ଏବଂ ଠିକଣା ସ୍ଥାନରେ ମୁଜାଫର ସହର ସ୍ଥିତ ଚତୁର୍ଭୁଜ ଇଲାକା ବୋଲି ଲେଖିଛନ୍ତି । ଯ ।ହାକି ଏକ ରେଡ୍‌ ଲାଇଟ୍‌ ଅଞ୍ଚଳ ଅଟେ । ଏହାକୁ ନେଇ ସୋସିଆଲ୍‌ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି । ଏହି ଖବର ସାମ୍‌ନାକୁ ଆସିବା ପରେ ସୋସିଆଲ୍‌ ମିଡିଆରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ତାଙ୍କର ପ୍ରଶଂସକମାନେ ଖୁବ୍‌ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି ।

ଫଳରେ ଏବେ ଇମରାନ୍‌ ହାସମୀ ନିରବତା ଭାଙ୍ଗି ଏହାର ଉତ୍ତର ଦେବାକୁ ସୋସିଆଲ୍‌ ମିଡିଆରେ ଟ୍ଵିଟ୍‌ କରିଛନ୍ତି । ସେ ଟ୍ଵିଟ୍‌ରରେ ଲେଖିଛନ୍ତି ‘ ଓ ମେରି ଔଲାଦ୍‌ ନେହିଁ ହେ, ମେଁ କସମ୍‌ ଖାତା ହୁଁ ’ । ଇମ୍ରାନଙ୍କ ଏହି ଟ୍ଵିଟ୍‌ ପରେ ତାଙ୍କର ପ୍ରଶଂସକମାନେ ମଧ୍ୟ ଇମରାନ୍‌ଙ୍କୁ ମଜାଦାର ପ୍ରଶ୍ନମାନ ପଚାରିବା ଆରମ୍ଭ କରି ଦେଇଛନ୍ତି ।

ଉକ୍ତ ଛାତ୍ରଙ୍କର ଏହି ଫର୍ମ ସାମ୍ନାକୁ ଆସିବା ପରେ ସୋସିଆଲ୍‌ ମିଡିଆରେ ଏହା ନିଆଁ ଭଳି ମାଡିଚାଲିଛି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି । ପ୍ରକୃତ ତଥ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago