ଝିଅର ନାମ ଦେବୀ ରଖି ଫ୍ୟାନ୍ସଙ୍କୁ ପ୍ରଥମ ଝଲକ ଦେଖାଇଲେ ବିପାଶା ଏବଂ କରନ, ସେୟାର କଲେ ଫଟୋ

ବିପାଶା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଝିଅ ଜନ୍ମ ହେବା ପରେ ପ୍ରଥମ ଥର ପାଇଁ ଫ୍ୟାନ୍ସଙ୍କ ସହିତ ଫଟୋ ସେୟାର କରିଛନ୍ତି ବିପାଶା । ବିପାଶା ଏବଂ କରନ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଫଟୋ ସେୟାର କରି ଝିଅର ନାମକରଣ ମଧ୍ୟ କରିଛନ୍ତି।

ବିପାଶା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଝିଅର ପାଦକୁ ହାତରେ ଧରିଥିବା ନଜର ଆସିଛନ୍ତି । ଏହି ଫଟୋକୁ ସେୟାର କରି କ୍ୟାପସନ ଲେଖିଛନ୍ତି, ଆମ ପ୍ରେମ ଏବଂ ମା’ଙ୍କ ଆଶୀର୍ବାଦର ଭୌତିକ ଅଭିବ୍ୟକ୍ତି ଏଠାରେ, ଯାହା ଦିବ୍ୟ । ଏହି ଫଟୋ ସହିତ ଦମ୍ପତି ଝିଅର ନାମ ମଧ୍ୟ ଖୁଲାସା କରିଛନ୍ତି। ଝିଅର ନାମ ଦେବୀ ବସୁ ସିଂ ଗ୍ରୋଭର ରଖିଛନ୍ତି।

 

View this post on Instagram

 

A post shared by Bipasha Basu (@bipashabasu)

ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ସହିତ ସେଲିବ୍ରିଟି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସୋନମ କପୁର କମେଣ୍ଟ କରି ଲେଖିଛନ୍ତି, ଶୁଭେଚ୍ଛା…ବହୁତ ସୁନ୍ଦର ନାମ । ଆରତୀ ସିଂ ମଧ୍ୟ କମେଣ୍ଟ ଦେଇଛନ୍ତି। ସେହିପରି ଦିୟା ମିର୍ଜା ଲେଖିଛନ୍ତି, ବହୁତ ସାରା ଭଲପାଇବା….ତମକୁ ଦେଖା କରିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ । ଶିଳ୍ପା ସେଟ୍ଟୀ, ସମିତା ସେଟ୍ଟୀ, ସୋଫୀ ଚୌଧୁରୀ, ମଲାଇକା ଆରୋରା, କପିଲ ଶର୍ମା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ବିପାଶା ଏବଂ କରନ ସିଂ ଗ୍ରୋଭର ବାହାଘରର ୬ ବର୍ଷ ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସପିଟାଲରେ ବିପାଶା ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ବିପାଶା ଏବଂ କରନ ବେଶ୍‌ ଖୁସି ରହିଛନ୍ତି। ବିପାଶା ଓ କରନଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ତେବେ ବାହାଘରର କିଛିଦିନ ପରେ ଦମ୍ପତି ଦୁହେଁ ପିଲା ଚାହୁଁଥିଲେ। କିନ୍ତୁ କାମ ଯୋଗୁଁ କିଛି ଭାବିନଥିଲେ। ୨୦୧୨ରେ ଏମାନେ ପିଲା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ନିକଟରେ ଆଲିଆ ଭଟ୍ଟ, ଦେବିନା ବାନାର୍ଜୀ ମଧ୍ୟ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରଥମ ପିଲାର ୭ ପରେ ପୁଣିଥରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଦେବିନା । ଆଉ ଦେବିନାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖବର ଗୁରମିତ୍ ନିଜ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.